ଦୁଇ ବେପାରୀ ଗିରଫ ; ୧୧୫ ଲିଟର ମଦ ଜବତ

ଭୁବନେଶ୍ୱର, ୨୦ା୪ : କମିଶନରେଟ୍ ପୁଲିସର ୨ଟି ଥାନା ଦ୍ୱାରା ୨ ଜଣ ମଦ ବେପାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୧୧୫ ଲିଟର ଦେଶୀ ମଦ ଜବତ କରାଯାଇଛି । ପରେ ଆଜି ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଇନଫେିସିଟି ଥାନାର ଗିରଫ ଅଭିଯୁକ୍ତ ହେଲା, ଜାଲିମୁଣ୍ଡାସାହିର ବୈକୁଷ୍ଠ ତିରିଆ ଏବଂ ସହିଦନଗର ଥାନାର ଅଭିଯୁକ୍ତ ସନିଆ ବିନ୍ଧାଣୀ । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଇନଫୋସିଟି ଥାନା ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ଏକ ପେଟ୍ରୋଲିଂ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ, ଅଭିଯୁକ୍ତ ଜଣଙ୍କ ଜାଲିମୁଣ୍ଡାସାହି ଅନ୍ତର୍ଗତ ରାସ୍ତା କଡରେ ବେଆଇନ୍ ଭାବେ ଦେଶୀ ମଦ ବିକ୍ରି କରୁଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇଥିଲେ । ମିଳିଥିବା ସୂଚନା ଆଧାରରେ ପେଟ୍ରୋଲିଂ ଟିମ ଘଟଣା ସ୍ଥଳରେ ଅତର୍କିତ ଚଢ଼ାଉ କରି ସହିତ ଅଭିଯୁକ୍ତକୁ ଗିରଫ କରିଥିଲେ । ତଲାସି ବେଳେ ତାଠାରୁ ୬୫ ଲିଟର ମଦ ଜବତ କରାଯାଇଥିଲା ।
ସେହିଭଳି ସହିଦନଗର ଥାନା ପୁଲିସ ମଧ୍ୟ ଜଣେ ମଦ ବେପାରୀକୁ ଗିରଫ କରିବା ସହ ତାଠାରୁ ୫୦ ଲିଟର ଦେଶୀ ମଦ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲା, ପଥରବନ୍ଧ ବସ୍ତିର ସନିଆ ବିନ୍ଧାଣୀ । ଅଭିଯୁକ୍ତ ପଥରବନ୍ଧ ବସ୍ତି ଅଞ୍ଚଳରେ ବେଆଇନ୍ ମଦ ବିକ୍ରି କରୁଥିବା ବେଳେ ସହିଦନଗର ଥାନା ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ପେଟ୍ରୋଲିଂ ଟିମ ଅଚାନକ ଚଢ଼ାଉ କରି ବେପାରୀକୁ ଗିରଫ କରିଛି । ତାଠାରୁ ମଧ୍ୟ ୫୦ ଲିଟର ଦେଶୀ ମଦ ଜବତ କରାଯାଇଛି ।