ବ୍ଲକିଂ ବେଳେ ମହିଳା ଅଧିକାରିଣୀଙ୍କୁ ଅସଦାଚରଣ ; ୨ ଗିରଫ
ଭୁବନେଶ୍ୱର, ୩୧ା୮ : ଗତକାଲି ରାତିରେ ରାମ ମନ୍ଦିର ଛକରେ ବ୍ଲକିଂ ସମୟରେ ଦ୍ରୁତଗତିରେ ଆସୁଥିବା ୨ ଜଣ ମଦୁଆ କାର ଚାଳକଙ୍କୁ ଅଟକାଇବାରୁ ମହିଳା ଅଧିକାରିଣୀଙ୍କୁ ଗାଳିଗୁଲଜ ସହ ଠେଲାପେଲା କରି ଅସଦାଚରଣ । ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ, ଖୋର୍ଦ୍ଧାର ସତିଷ୍ ବେହେରା ଓ ସୁମନ ମହାପାତ୍ର । ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ଡ଼ିସିପିଙ୍କ ନିଦେ୍ର୍ଦଶ କ୍ରମେ ଖାରବେଳନଗର ଥାନା ତରଫରୁ ରାମ ମନ୍ଦିର ଛକ ନିକଟରେ ନାଇଟ୍ ବ୍ଲକିଂ ତଥା ଚେକିଂ ଅଭିଯାନ ଚାଲୁ ରହିଥିଲା । ଏହି ସମୟରେ ଚେକିଂ ଚଳାଉଥିବା ପୁଲିସ କର୍ମଚାରୀ ମାନେ ବାଣୀବିହାର ପଟୁ ଏକ କଳା ରଙ୍ଗର କାରକୁ ଦ୍ରୁତଗତିରେ ଆସୁଥିବା ଖ୍ଖôବାକୁ ପାଇଥିଲେ । ସେତିକି ବେଳେ ଛକରେ ଉପସ୍ଥିତ ଥିବା ମହିଳା ପୁଲିସ ଅଫିସର ଓ ତାଙ୍କ କର୍ମଚାରୀ ମାନେ ସେହି ଗାଡିକୁ ଅଟକାଇବାକୁ ଚେଷ୍ଟା କରିବା ସହ ଗାଡିର ବେଗକୁ ଧିର କରିବାକୁ ସଙ୍କେତ ଦେଇଥିଲେ । ହେଲେ ଗାଡିଟି ଧିର କରିବା ବଦଳରେ ପୁଲିସ ବାରିଗେଟ୍କୁ ଧକ୍କା ଦେଇଥିଲେ । ସୌଭାଗ୍ୟ ବଶତଃ କିଛି ପୁଲିସ କର୍ମଚାରୀ ଏହି ଦୃର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ଯାଞ୍ଚ ବେଳେ ଉକ୍ତ କାର ଚାଳକ ଜଣଙ୍କ ନିଶାଶକ୍ତ ଅବସ୍ଥାରେ ଥିବା ଜଣା ପଡ଼ିବାରୁ ଆଇନ ଅନୁଯାଇ ତାଙ୍କ ଗାଡିକୁ ପିଆର କରିବାକୁ ପଡ଼ିବ ବୋଲି ଉପସ୍ଥିତ ପୁଲିସ ଅଧିକାରିଣୀ ଜଣଙ୍କ ତାଙ୍କୁ ସୂଚନା ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ କାର ଚାଳକ ଓ ଭିତରେ ବସିଥିବା ଅନ୍ୟ ଜଣେ ଯୁବକ ପୁଲିସ ଅଧିକାରିଣୀଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳି କରିବା ସହିତ ଠେଲାପେଲା ମଧ୍ୟ କରିଥିଲେ । ଏନେଇ ମହିଳା ଅଧିକାରୀ ଜଣଙ୍କ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କାରକୁ ଜବତ କରି ଆଜି କୋର୍ଟ ଚାଲାଣ କରିଛି ।