ରାଜଧାନୀରୁ ଧରା ପଡିଲା ସନ୍ଦିଗ୍ଧ ; ୭ ସିମ୍ ବକ୍ସ ଜବତ
।ା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର, ୧୬ା୮ : କମିଶନରେଟ୍ ପୁଲିସର ଲକ୍ଷ୍ମୀସାଗର ଥାନା ମହାଦେବ ନଗରରେ ଜଣେ ସନ୍ଦିଗ୍ଧକୁ ମାଡି ବସିଲା ପୁଲିସ । ସିମ୍ ବକ୍ସ ମାଧ୍ୟମରେ ବେଆଇନ୍ କାର୍ଯ୍ୟ କରୁଥିବା ବେଳେ ଧରିଛି ପୁଲିସ । ଏଥିସହ ସେହି ଘରୁ ୭ଟି ସିମ୍ ବକ୍ସ ଜବତ କରିଛି । ବ୍ୟକ୍ତି ଜଣକ ୭ରୁ ୮ ମାସ ହେଲା ଘର ଭଡା ନେଇଥିଲେ । ବ୍ୟକ୍ତି ଜଣକ ସପ୍ତାହକୁ ଥରେ ସେହି ଘରକୁ ଆସୁଥିଲେ ଓ କିଛି ସମୟ ପରେ ପଳାଇ ଯାଉଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ଚାଲି ଚଳଣକୁ ସନେ୍ଦହ କରୁଥିଲେ ସ୍ଥାନୀୟ ଲୋକେ ।
ସୂଚନା ଯୋଗ୍ୟଯେ, ଲକ୍ଷ୍ମୀସାଗର ଥାନା ମହାଦେବ ନଗରରେ ଜଣେ ବ୍ୟକ୍ତି ୭ରୁ ୮ ମାସ ହେଲା ଘର ଭଡା ନେଇଥିଲେ । ବ୍ୟକ୍ତି ଜଣକ ସପ୍ତାହକୁ ଥରେ ସେହି ଘରକୁ ଆସୁଥିଲେ ଓ କିଛି ସମୟ ପରେ ପଳାଇ ଯାଉଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ଚାଲି ଚଳଣକୁ ସନେ୍ଦହ କରୁଥିଲେ ସ୍ଥାନୀୟ ଲୋକେ । ଏ ସମ୍ପର୍କରେ କମିଶନରେଟ୍ ପୁଲିସ ସୂଚନା ଦେଇଥିଲା । ତା’ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ନିଦେ୍ର୍ଦଶରେ ଲକ୍ଷ୍ମୀସାଗର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡକୁ ନେଇ ସ୍ୱତନ୍ତ ଟିମ୍ ଗଠନ କରାଯାଇଥିଲା । ଆଉ ସମ୍ପୃକ୍ତ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା । ଆଜି ସମ୍ପୃକ୍ତ ବ୍ୟକ୍ତି ଜଣକ ଘରେ ଥିବା ବେଳେ ପୁଲିସ ଅଚାନକ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଘରେ ଗୋଟିଏ ର୍ୟାକରେ ୭ଟି ସିମ ବକ୍ସ ଥିବା ଦେଖିବାକୁ ମିଳିଥିଲା । ସିମ ବକ୍ସ ଗୁଡିକରେ ଇଣ୍ଟରନେଟ୍ କନେକ୍ସନ ଓ ପାୱାର ସପ୍ଲାଏ ରହିଛି । ୭ଟା ସିମ୍ ବକ୍ସରେ ୫୦୦ରୁ ଅଧିକ ସିମ୍ ଲାଗିଛି । କମିଶନରେଟ୍ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସିମ୍ ବକ୍ସ ସମ୍ପର୍କରେ ପଚାରିଥିଲା । ହେଲା ସେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ଯେଉଁଥିପାଇଁ ସମ୍ପୃକ୍ତ ସନ୍ଦିଗ୍ଧଙ୍କୁ ପୁଲିସ ଅଟକ ରଖିଛି । ଏଥିସହ ସିମ୍ ବକ୍ସ ଗୁଡିକ ଜବତ କରିଛି । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି, ତାହା ଉପରେ ପୁଲିସ ତଦନ୍ତ ଚଳାଇଛି ।
ଡିସିପି କହିବା ଅନୁସାରେ, ସିମ୍ ବକ୍ସ ମାଧ୍ୟରେ ଦେଶ ଓ ବିଦେଶକୁ ଫୋନ କରିହେବ । ଆଉ ଫୋନ୍ ରିସିଭ କରୁଥିବା ବ୍ୟକ୍ତି ଜଣକ କଲ୍ ସମ୍ପର୍କରେ କୌଣସି ସୂଚନା ପାଇବ ନହିଁ । ଅର୍ଥାତ ଫୋନ୍ କିଏ କରିଛି ଓ କାହାଠାରୁ ଆସିଛି, ସେ ସମ୍ପର୍କରେ କୌଣସି ସୂଚନା ପାଇବନି । ସାଇବର କ୍ରାଇମ୍ରେ ମଧ୍ୟ ସିମ୍ ବକ୍ସ ବ୍ୟବହାର କରାଯାଉଛି । ଏହାଛଡା ବାହାର ଦେଶରେ କୌଣସି ରାକେଟ୍ ଚଲାଇବା ପାଇଁ ଏହି ଡିଭାଇସ୍କୁ ବ୍ୟବହାର କରାଯାଇପାରିବ । ଆତଙ୍କବାଦୀ କାର୍ଯ୍ୟକଳାରେ ସିମ୍ ବକ୍ସ ବ୍ୟବହାର ହେଉଥିବା ପୂର୍ବରୁ ଦେଖିବାକୁ ମିଳିଛି । ତେଣୁ ସାଇଣ୍ଟିଫିକ୍ ଟିମ୍ ଓ ଏସ୍ଏଫ୍ଏସ୍ଏଲ୍ ଏକ୍ସପର୍ଟଙ୍କୁ ନେଇ ଘଟଣାର ତଦନ୍ତ ଚାଲିଛି । ଶନିବାର ଏହି ଘଟଣାକୁ ନେଇ ଖବର ପ୍ରକାଶ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି ।