ଦାଦାବଟି ନଦେବାରୁ ଘରେ ଲଗାଇଦେଲେ ନିଆଁ ; ୨ ଗିରଫ

ଦାଦାବଟି ନଦେବାରୁ ଘରେ ଲଗାଇଦେଲେ ନିଆଁ ; ୨ ଗିରଫ
ଦାଦାବଟି ନଦେବାରୁ ଘରେ ଲଗାଇଦେଲେ ନିଆଁ ; ୨ ଗିରଫ

  •  ଭୁବନେଶ୍ୱର, ୯ା୯ : ୨ ଲକ୍ଷ ଟଙ୍କା ଦାଦାବଟି ନଦେବାରୁ ରାତାରାତି ଘରେ ଦୁର୍ବୃତ୍ତ ଲଗାଇଦେଲେ ନିଆଁ । ଏନେଇ ଇନଫୋସିଟି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ, ହରପୁର ଗ୍ରାମର ସୌମ୍ୟ ପ୍ରକାଶ ସିଂହ ଓ ମଳୟ ଦଳେଇ । ଆଜି ଥାନା କେସ ନମ୍ବର ୨୩୮ରେ ମାମଲା ରୁଜୁକରି ଦଫା ୩୦୮(୫), ୩୨୬(ଜି), ୩୫୧(୨), ୩(୫) ବିଏନ୍ଏସ୍ରୁ ଦଫା ୩୦୮(୫), ୨୯୬, ୩୩୧(୩), ୩୨୬(ଜି), ୩୫୧(୨), ୩(୫) ବିଏନ୍ଏସ୍ରେ କୋର୍ଟ ଚାଲାଣ କରାଯାଇଛି ।
     ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ମନୋଜ କୁମାର ପୃଷ୍ଟି ଇନଫୋସିଟି ଥାନା ଅନ୍ତର୍ଗତ ହରପୁର ଗ୍ରାମର ବାସିନ୍ଦା ହୋଇଥିବା ବେଳେ ଗାଁ ମୁଣ୍ଡରେ ତାଙ୍କର ଏକ ଆଜବେଷ୍ଟ ଘର ରହିଛି । ଏହି ଘରେ ନିକଟରେ କାମ ହେଉଥିବା ନିର୍ମାଣଧିନ କୋଠାରେ କାମ କରୁଥିବା କିଛି ଲେବର ଭଡ଼ାରେ ରହୁଥିଲେ । ଗତ ୭ ତାରିଖ ଦିନ ଅଭିଯୁକ୍ତ ଏବଂ ତାର କିଛି ସହଯୋଗୀ ପହଞ୍ଚି ଅଭିଯୋଗକାରୀ ଘର ମାଲିକ ଓ ସେମାନଙ୍କ ଭଡ଼ାଟିଆ ଲେବର ମାନଙ୍କୁ ୨ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ । ଯଦି ସେ ଆସନ୍ତା କାଲି ସକାଳ ସୁଦ୍ଧା ୨ ଲକ୍ଷ ଟଙ୍କା ଦାଦାବଟି ନଦିଅନ୍ତି, ତେବେ ସେ ଉକ୍ତ ଆଜବେଷ୍ଟ ଘରେ ନିଆଁ ଲଗେଇ ଦେବାକୁ ଧମକ ଦେଇଥିଲେ । ଏହା ଶୁଣି ଭଡ଼ାଟିଆ ଲେବର ମାନେ ଭୟରେ ରାତା ରାତି ଘର ଛାଡି ଚାଲିଯାଇଥିଲେ । ୮ ତାରିଖ ସକାଳୁ ଅଭିଯୁକ୍ତ ମାନେ ସେଠାରେ ପହଞ୍ଚି ଦେଖିଥିଲେ ଘର ଛାଡି ସବୁ ପଳାଇଥିବାରୁ ରାଗରେ ସେହି ଘରେ ନିଆଁ ଲାଗାଇ ଦେଇଥିଲେ । ଏନେଇ ଘର ମାଲିକ ଇନଫୋସିଟି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୨ ଅଭିଯୁକ୍ତଙ୍କୁ ନିକଟରେ ଲାଗିଥିବା ସିସିଟିଭି ଫୁଟେଜରୁ ଚିହ୍ନଟ କରି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।