ଦୁଇ କୁଖ୍ୟାତ ଲୁଟେରା ଗିରଫ ; ୫ ବାଇକ ଜବତ

ଭୁବନେଶ୍ୱର, ୨୯ା୫ : ୟୁନିଟ୍-୨ ମାର୍କେଟ ଅଞ୍ଚଳରୁ ଚଞ୍ଚଳତା ଭାବେ ବାଇକ ଲୁଟି ନେଉଥିବା ଦୁଇ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ସେମାନଙ୍କ ଠାରୁ ୫ଟି ବାଇକ ଜବତ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ, ଜଙ୍କିଆ ମଳିପଡ଼ାର ନାରାୟଣ ବଡ଼ଜେନା ଓ ମନୋରଞ୍ଜନ ନାୟକ । ଆଜି ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଗତ ୨୭ ତାରିଖ ପୂର୍ବାହ୍ନ ସମୟ ୧୧ଟାରେ ଅଭିଯୋଗକାରୀ ଲକ୍ଷ୍ମଣ କୁମାର ସାହୁ ୟୁନିଟ୍-୨ ନିକଟରେ ତାଙ୍କର ବାଇକ ପାର୍କିଂ କରି ମାର୍କେଟିଂ କରିବା ପାଇଁ ଯାଇଥିଲେ । ଏହି ସମୟରେ ପ୍ରାୟ ୨ଟା ବେଳେ ସେ ମାର୍କେଟିଂ ସାରି ଫେରିଲା ବେଳେ ତାଙ୍କର ବାଇକ ସେଠାରେ ନଥିବା ଦେଖିବାକୁ ପାଇଥିଲେ । ପରେ ବହୁ ଖୋଜ ଖୋଜି କରିବା ପରେ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୨ ଅଭିଯୁକ୍ତ ଚୋରା ବାଇକ ବିକ୍ରି ପାଇଁ ଗ୍ରାହକ ଖୋଜୁଥିବା ବେଳେ ଗଙ୍ଗନଗର ଛକରୁ କ୍ୟାପିଟାଲ ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୫ଟି ବାଇକ ଜବତ କରାଯାଇଛି ।