କମୁନି ଚିଲିକା ତହସିଲଦାରଙ୍କ ଦବଙ୍ଗଗିରି


ାା ଚିଲିକାରୁ ଭବାନୀ ଶଙ୍କର ନାୟକ ।ା ଗୋଟେ ପଟେ ମୋହନ ସରକାର ଲୋକଙ୍କ ସରକାର କହୁଥିବା ବେଳେ ଅନ୍ୟ ପଟେ ସରକାରୀ ଅଧିକାରୀଙ୍କ ଚାଲିଛି ଗୁଣ୍ଡାରାଜ । ନିଜ ଇଚ୍ଛାନୁସାରେ କରୁଛନ୍ତି କାମ । କିଛି ଶୁଣିବାକୁ ନାରାଜ, ସାଧାରଣ ଲୋକଙ୍କ କଥା ଶୁଣିବା ତ ଦୂରର କଥା ଖୋଦ ଆଇନ ମନ୍ତ୍ରୀଙ୍କ କଥାକୁ ବେଖାତିର କରୁଛନ୍ତି । ଏହି କରିତକର୍ମା ସରକାରୀ ଅଧିକାରୀ କାହ୍ନୁ ଚରଣ ଘଡେଇ । କଥା କଥା କେ କହୁଛନ୍ତି ମୁଁ ବାଣପୁର ଲୋକ, ମୋର କିଏ କଣ କରିବ । ମୋର କାହାକୁ ଡର ନାହିଁ କି ଖାତିର ନାହିଁ କ୍ଷ ମାଗଣାରେ ମୁଁ ଏଠି ପୋଷ୍ଟିଙ୍ଗ ହେଇ ନାହିଁ । ଏହାର ଅର୍ଥ କ’ଣ ଆପଣମାନେ ବୁଝି ପାରୁଥିବେ ।
ଅର୍ଥାତ ଚିଲିକା ତହସିଲଦାର ଭାବେ ନିଯୁକ୍ତି ପାଉବା ପାଇଁ ବୋଧ ହୁଏ ମୋଟା ଅଙ୍କର ଅର୍ଥ ଦେବାକୁ ପଡିଛି କି ଘଡେଇ ବାବୁଙ୍କୁ । ତହସିଲଦାରଙ୍କ କାର୍ଯ୍ୟକଳାପକୁ ନେଇ ସମସ୍ତ ଚିଲିକାବାସୀ ଆସନ୍ତୁଷ୍ଟ । ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ କ’ଣ ପାଇଁ ଚୁପ୍ ବସିଛି ପ୍ରଶାସନ । ଚିର ନିଦ୍ରାରେ ସୋଇଛନ୍ତି କି ରାଜସ୍ୱ ମନ୍ତ୍ରୀ, କ’ଣ ପାଇଁ ହେଉ ନାହିଁ କାର୍ଯ୍ୟାନୁଷ୍ଠାନ । ଏପରି କରିତକର୍ମା ତହସିଲଦାଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ନଚେତ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପଛେଇବେ ନାହିଁ ସାଧାରଣ ଜନତା । ଲୋକଙ୍କ ସରକାରରେ ଚାଲିଛି ଅଫିସର ରାଜ୍ । ଖୋଦ ଆଇନ ମନ୍ତ୍ରୀଙ୍କ କଥା ମାନୁ ନାହାନ୍ତି ତହସିଲଦାର କାଁହୁ ଘଡେଇ । ପ୍ରଶ୍ନ ପଚାରିଲେ କିମ୍ବା ଅଭିଯୋଗ କଲେ ଚେଇଁକି ଉଠୁଛନ୍ତି ତହସିଲଦାର । ଘଡେଇଙ୍କ ବାବୁଙ୍କ ଦବଙ୍ଗ ଗିରି ଏବଂ ମାନମାନି ଏ ପର୍ଯ୍ୟନ୍ତ ମନରୁ ଛାଡି ନାହିଁ । ବାବୁଙ୍କ ପାଖକୁ ସାଧାରଣ ଲୋକଟିଏ ଅଭିଯୋଗ ନେଇକି ଆସିଲେ ବାବୁଙ୍କ ପାଟିରୁ ଶୁଣିବାକୁ ମିଳେ କୁଆଡେ ଆସିଛି? କାହିଁକି ଆସିଛ । ଆଉ କେଉଁ ଦିନ ଆସ ତୁମ କଥା ବୁଝିବା । ଲୋକଙ୍କ ସରକାରରେ ଅଫିସରଙ୍କ ଏଭଳି ବ୍ୟବହାର ଦେଖି ଘୃଣା କରିବା ଆରମ୍ଭ କରିଦେଲେଣି ଲୋକେ ।
ହାତ ଗୁଞ୍ଜା ନ ଦେଲେ ଫାଇଲ ଘୁଞ୍ଚିବ ନାହିଁ । ବିନା ପଇସାରେ ଆପଣଙ୍କର କୌଣସି କାର୍ଯ୍ୟ ହେବ ନାହିଁ । ଘଡେଇ ବାବୁଙ୍କ ନିଦେ୍ର୍ଦଶରେ ଖୁଲମ ଖୁଲା ପଇସା କରବାରକୁ ସମ୍ଭାଳୁଛନ୍ତି ଅଫିସରେ ଦୁଇ ତଳସ୍ତରର କର୍ମଚାରୀ । ଖୁବ ଶୀଘ୍ର ସମସ୍ତ ବାସ୍ତବ ଘଟଣା ସାଧାରଣ ଲୋକଙ୍କ ନଜରକୁ ଅଣାଯିବ । ବର୍ତ୍ତମାନର ସ୍ଥିତ ଏମିତି ହେଲାଣି ତହସିଲ କାର୍ଯ୍ୟାଳୟକୁ ସାଧାରଣ ଲୋକଟିଏ ଆସିବାକୁ ଭୟ କଲାଣି । ଯିଏ ହାତ ଗୁଞ୍ଜା ଦେଇପାରିବ ତହସିଲ କାର୍ଯ୍ୟାଳୟକୁ ଆସ, ନଚେତ ତୁମର କୌଣସି କାର୍ଯ୍ୟ ହେବ ନାହିଁ । ଯାହାକୁ ନେଇ ଚିଲିକା ତହସିଲ ଅଞ୍ଚଳର ଜନସାଧାରଣମାନେ ପ୍ରଶ୍ନ କରୁଛନ୍ତି । ଚିଲିକା ତହସିଲଦାର କାହ୍ନୁ ଘଡେଇଙ୍କ ଏଭଳି ମନମାନି କେତେ ଦିନ ଚାଲିବ । ରାଜ୍ୟର ରାଇଜ ମୁଖିଆ ସଦାସର୍ବଦା ଲୋକଙ୍କ ସରକାର ଲୋକଙ୍କ ସେବାରେ ବୋଲି କହି ଡିଣ୍ଡିମ ପିଟୁଛନ୍ତ କିନ୍ତୁ ଚିଲିକା ତହସିଲଦାର ବାବୁ ଏହି ନାରାକୁ ଫୁ କରି ଉଡେଇ ଦେଉଛନ୍ତି । ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ମନମାନି ଓ ଦବଙ୍ଗ ଗିରି ଚଳାଇ ଥିବା ତହସିଲଦାରଙ୍କ ବିରୋଧରେ କେବେ ନେବେ କାର୍ଯ୍ୟାନୁଷ୍ଠାନ ତାହା ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି ।  ଏପରି କଳଙ୍କିତ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ପାଇଁ ସାଧାରଣରେ ଦାବି ହେଉଛି ।