କର୍ତ୍ତବ୍ୟବୋଧ ଦିବସ ପାଳିତ

 ହିଞ୍ଜିଳିକାଟୁ: ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ, ଓଡ଼ିଶା ହିଞ୍ଜିଳିକାଟୁ ବ୍ଳକ ପକ୍ଷରୁ କର୍ତ୍ତବ୍ୟ ବୋଧ ଦିବସଞ୍ଚ ପାଳିତ ହୋଇଯାଇଛି । ପାଟଣା ସାହିରେ ଜିଲ୍ଲା ସଭାପତି କୁମୁଦଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ  ମହାସଂଘର ଉପଦେଷ୍ଟା  କରୁଣାକର ବାଡ଼ତିଆ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାନ୍ତ କାର୍ଯ୍ୟବାହ ଡ଼: ଅନୀଲ କୁମାର ମିଶ୍ର ମୁଖ୍ୟ ବକ୍ତା ରୂପେ ଯୋଗଦେଇ ରାଷ୍ଟ୍ର ସର୍ବୋପରି ଏଣୁ  ରାଷ୍ଟ୍ରର ହିତପାଇଁ ପ୍ରତ୍ୟେକ ନାଗରିକ ନିଜ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ବାଜୁବନ୍ଧ ସଂଗଠନର ପରିଚୟ ଓ ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ଜିଲ୍ଲା ସାଧାରଣସଂପାଦକ ସୁବୋଧ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାନ୍ତ ସଂପାଦକ କଳାକର ପୃଷ୍ଟି , ଅରୁଣ କୁମାର ମହାରଣା, ବେଣୁଧର ସାହୁ, ଅଧ୍ୟାପକ ଡ଼:ସୁଦାମ ସାହୁ, ଯଜ୍ଞଶ୍ୱର ପାଢ଼ୀ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।