ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ଥିବା ତିକ୍ତତା ସୁଧାରିବା ପାଇଁ ପ୍ରଶାସନର ପ୍ରୟାସ 


 ।ା ପ୍ରଭାନୁ୍ୟଜ୍ ।ା ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଦିର୍ଘ ୨୪ ବର୍ଷ ଧରି  ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ଲାଗି ରହିଥିଲା ତିତକ୍ତା । ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ଥିବା ଅହିନକୁଳ ସର୍ମ୍ପକକୁ ସୁଧାରିବା ପାଇଁ ପ୍ରଶାସନ ପକ୍ଷରୁ ଅନେକ ଥର ଚେଷ୍ଟା କରାଯାଇଥିବା ବେଳେ ସବୁ ଥର ପ୍ରଶାସନ ସେମାନଙ୍କ ସମ୍ପର୍କକୁ ସୁଧାରିବାରେ ବିଫଳ ରହିଥିଲେ । ତେବେ ଆଜି ପୁଣି ଥରେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କ ଉପସ୍ଥିତିରେ ଆସିକା ପୁଲିସ ଷ୍ଟେସନ ଠାରେ ବାଲିଛାଇ ଗ୍ରାମର ସବର୍ଣ୍ଣ ଓ ଅସବର୍ଣ୍ଣ ମାନଙ୍କୁକୁ ନେଇ ଏକ ବୈଠକ ହୋଇଥିଲା । ବୈଠକରେ ଗ୍ରାମର ସବର୍ଣ୍ଣ ଓ ଅସବର୍ଣ୍ଣ ଉଭୟ ପକ୍ଷର ଲୋକଙ୍କୁ ଡାକି ଆଲୋଚନା କରାଯିବା ସହ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କରେ ସୁଧାରିବା ପାଇଁ ପ୍ରଶାସନ ପକ୍ଷରୁ  ପ୍ରୟାସ କରାଯାଇଛି । ଏନେଇ ଗ୍ରାମବସୀଙ୍କୁ ଆଉ କିଛି ଦିନ ସମୟ ମଧ୍ୟ ଦିଆଯାଇଛି  । ସେମାନେ ଗ୍ରାମରେ ବିଚାର କରି ସମୟ ନିର୍ଦ୍ଧାରଣ କରିବା ପରେ ପ୍ରଶାସନଙ୍କ ଉପସ୍ଥିତିରେ ଉଭୟ ସବର୍ଣ୍ଣ ଓ ଅସବର୍ଣ୍ଣ  ବିବାଦ ଉପରେ ଆଲୋଚନା କରି ସବୁ ସମସ୍ୟାର ସ୍ଥାୟୀ ସମାଧାନ ବାହାର କରାଯିବ ନେଇ ଉପଜିଲ୍ଲାପାଳ କହିଛନ୍ତି ।  ଅପରେ ପକ୍ଷରେ  ଦିର୍ଘ ୨୪ ବର୍ଷ ତଳେ ସବର୍ଣ୍ଣ ଅସବର୍ଣ୍ଣ ବିବାଦକୁ ନେଇ ଗ୍ରାମରୁ ଉଚ୍ଛେଦ ହୋଇଥିବା  ଅସବର୍ଣ୍ଣ ଜାତିର ୫୦ ପରିବାର ଗ୍ରାମ ବାହାରେ ରହି ଦୁଃଖ ଦୁର୍ଦ୍ଦଶାରେ କାଳ କାଟୁଥିବା ନେଇ ଅସବର୍ଣ୍ଣମାନେ ପ୍ରକାଶ କରିଛନ୍ତି । ବାଲିଛାଇ ଗ୍ରାମ ସଭାପତି ଜୟରାମ ନାୟକଙ୍କ ନେତୃତ୍ୱରେ ଗ୍ରାମବାସୀ ଓ ଅସବର୍ଣ୍ଣ ଗୋଷ୍ଠୀର ତ୍ରିପତି ନାୟକ ଓ ସେହି ସଂପ୍ରଦାୟର ବ୍ୟକ୍ତି ବିଶେଷ ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରଶାସନ ପକ୍ଷରୁ ଭଞ୍ଜନଗର ଉପ ଜିଲ୍ଲାପାଳ ଅନୀଲ କୁମାର ସେଠୀ, ଆସିକା ତହସିଲଦାର ପ୍ରିୟଙ୍କା ପ୍ରିୟାଦର୍ଶନୀ, ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର, ଥାନା ଅଧିକାରୀ ରାଜେନ୍ଦ୍ର ନାଥ ପଟ୍ଟନାୟକ, ଆସିକା ବିଡ଼ିଓ ଫିକର ଚରଣ ପରିଡ଼ା ପ୍ରମୁଖ ସମସ୍ୟା ସୁଧାରିବା ଦିଗରେ ମତ ଉପସ୍ଥାପନା କରିଥିଲେ ।