ମହିଳାଙ୍କଠୁ ଅଳଙ୍କାର ଲୁଟ୍ 

ବୁଗୁଡ଼ା ସହର ଉପକଣ୍ଠସ୍ଥ ସ୍ୱାଗତ ତୋରଣ ନିକଟରେ ପ୍ରାତଃଭ୍ରମଣରେ ଯାଇଥିବା ଜନୈକା ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଲେ ସ୍ଥାନୀୟ ଶକ୍ତିନଗର ନିବାସୀ ଅଭିମନୁ୍ୟ ସାହୁଙ୍କ ପନôୀ ସୁକାନ୍ତି ସାହୁ  । ଶୁକ୍ରୁବାର ଭୋର ୫ଟା ସମୟରେ ସୁକାନ୍ତି ଏବଂ ସାହିର ଅନ୍ୟ ତିନି ଜଣ ମହିଳା ମିଶି ପ୍ରାତଃଭ୍ରମଣରେ ଯିବା ସମୟରେ ସହର ଉପକଣ୍ଠସ୍ଥ ସ୍ୱାଗତ ତୋରଣ ନିକଟରେ ଥିବା କଲଭର୍ଟଠାରେ ବିଶ୍ରାମ ନେଇଥିଲେ ଏବଂ ସୁକାନ୍ତି ଆଉ ଅଳ୍ପ ଦୂର ଆଗକୁ ଯାଇଥିଲେ । ଏହି ସମୟରେ ବାଇକରେ ଦୁଇ ଜଣ ଆସି ତାଙ୍କ ପାଖରେ ଅଟକିଲେ । ଜଣେ ବାଇକରୁ ଓହ୍ଲାଇ ପଛପଟୁ ଡାକିବା ସହ ସୁକାନ୍ତି ଯେତେବେଳେ ପଛକୁ ବୁଲିଛନ୍ତି ସେତେବେଳେ ଦୁବୃର୍ତ୍ତ ଜଣକ ପିନ୍ଧିଥିବା ଦଶ ଭରି ଓଜନର ଚେନ୍ ଓ ତିନି ଭରି ଓଜନର ମଙ୍ଗଳସୂତ୍ରଟିକୁ ଝାମ୍ପି ଛିଣ୍ଡାଇ ଦେଇ ବାଇକରେ ବସି ଷୋଳମଇଲି ଅଭିମୁଖେ ଦ୍ରୁତଗତିରେ ଚାଲିଯାଇଥିଲେ । ଏ ନେଇ ଥାନାରେ ଅଭିଯୋଗ କ୍ରମେ ପୁଲିସ କେସ୍ ନଂ ୩୫୩/୨୫ ରେ ଏକ ମାମଲା ରୁଜୁ କରି ଆଖପାଖରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ ପୂର୍ବକ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି  ।