କର୍ମଚାରୀ ଅଭାବରୁ ଖୋଲୁନି ସ୍ୱାସ୍ଥ୍ୟକେନ୍ଦ୍ର

ନିଶ୍ଚିନ୍ତକୋଇଲି :  ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜିଗ୍ନିପୁର ଗ୍ରାମ ପଂଚାୟତରେ ବହୁ ପୁରାତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ରହିଛି । ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କର୍ମଚାରୀ ଅଭାବରୁ ସବୁଦିନ ଖୋଲୁ ନଥିବା ଦେଖିବାକୁ ମିଳୁଛି । ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ବିଗତ ଦିନରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ରହି ଜିଗ୍ନିପୁର, ପାଇକରାପୁର, ତୀରବିନ୍ଧା, ମହାଜନପୁର, ପାଟପୁର, ବସୁପଦା ପ୍ରଭୃତି ଗାଁର ଗର୍ଭବତୀ, ପ୍ରସୂତୀ ମହିଳାଙ୍କ ସହିତ ବହୁ ଜନସାଧାରଣଙ୍କୁ ଔଷଧପତ୍ର ପ୍ରଦାନ କରୁଥିଲେ । ବର୍ତ୍ତମାନ ଏହି ଉପସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ଅଭାବରୁ ସବୁଦିନ ଖୋଲୁନଥିବାରୁ ବହୁ ଜନସାଧାରଣ ହଟହଟା ହେଉଛନ୍ତି । ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ବହୁ ପଦକ୍ଷେପ ନେଉଥିବାବେଳେ କର୍ମଚାରୀ ଅଭାବରୁ ଜନସାଧାରଣ ସେବାରୁ ବଞ୍ଚôତ ରହୁଥିବା ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ଦେଖିବାକୁ ମିଳୁଛି । ପ୍ରାଥମିକ ଚିକିତ୍ସା ସେବାରୁ ବଞ୍ଚôତ ହୋଇ ଜନସାଧାରଣମାନେ ୫କିମି ଦୂର ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତିି । ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପବାହରେ ଲୋକମାନେ ଆରୋଗ୍ୟ ମନ୍ଦିରକୁ ଯାଇ ନିରାଶରେ ଫେରୁଥିବା ଦେଖିବାକୁ ମିଳୁଛି । ସରକାର ଏହା ଉପରେ ଗୁରୁତ୍ୱ ଦେବା ସହ ସ୍ଥାନୀୟ ବିଧାୟକ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି । ସେହିପରି ଏହି ବ୍ଲକର ଅନ୍ୟାନ୍ୟ ପଂଚାୟତରେ ଖୋଲିଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲିଥିଲେ ବି ତାହା ଖୋଲଯାଉନଥିବାରୁ ସାଧାରଣରେ ଲୋକେ ସ୍ୱାସ୍ଥ୍ୟସେବା ପାଇବା ପାଇଁ ବହୁ  ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି ।