ତାଇକୋଣ୍ଡୋରେ କରନଜିତ୍କୁ ରୌପ୍ୟ
ତାଳଚେର : ହାଇଦ୍ରାବାଦ ସ୍ଥିତ କୋଟଲା ବିଜୟ ଭାସ୍କର ରେଡ୍ଡୀ ଇଣ୍ଡୋର ଷ୍ଟାଡିୟମରେ ତାଇକୋଣ୍ଡୋ ଫେଡ଼େରେସନ୍ ଅଫ ଇଣ୍ଡିଆ ପକ୍ଷରୁ ୪୦ତମ ସିନିୟର ଓ ୧୩ତମ କ୍ୟାଡେଟ୍ କିରୋଗି ଜାତୀୟ ତାଇକୋଣ୍ଡୋ ଚାମ୍ପିଅନସିପ୍ ଏବଂ ୭ମ କିରୋଗୀ ଜାତୀୟ ତାଇକୋଣ୍ଡୋ ଚାମ୍ପିୟାନସିପ୍ ଅନୁଷ୍ଠିତ ହୋଇଯାଇଛି । ଏହି ତାଇକୋଣ୍ଡୋ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ୭୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏଥିରେ ଅନୁଗୋଳ ଜିଲ୍ଲାର ଯୁବ ତାଇକୋଣ୍ଡୋ ଖେଳାଳି କରନ୍ଜିତ୍ ମଲ୍ଲିକ ଅଂଶଗ୍ରହଣ କରିଥିଲେ । ସେ ନିଜର ଅସାଧାରଣ ଦକ୍ଷତା ପ୍ରଦର୍ଶନ କରି୧୪ ବର୍ଷରୁ କମ୍ କ୍ୟାଡେଟ୍ କିରୋଗୀ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ଏଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରି ତାଳଚେର ସମେତ ଅନୁଗୋଳ ଜିଲ୍ଲା ପାଇଁ ଗୌରବ ଆଣି ଦେଇଥିବାରୁ ବହୁ କ୍ରୀଡାପ୍ରେମୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ, କରନ୍ଜିତ୍ ସ୍ଥାନୀୟ ତାଳଚେର ତାଇକୋଣ୍ଡୋ ଏକାଡେମୀ ଟ୍ରେନିଂ ସ୍କୁଲରେ ପ୍ରଶିକ୍ଷଣ ନେଉଛନ୍ତି । ଏହି ଅବସରରେ କୋଚ୍ ପ୍ରମୋଦ କୁମାର ପ୍ରଧାନଙ୍କ ସମେତ ଓଡ଼ିଶା ତାଇକୋଣ୍ଡୋ ଆସୋସିଏସନର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ କରନଜିତ୍ଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।