ଜାପାନୀ ଜ୍ଞାନକୌଶଳରେ ପାୱାର ଷ୍ଟ୍ରକଚର କେବେ!  


ାା ପ୍ରଭାନୁ୍ୟଜ ।ା ବନ୍ତ: ବନ୍ତ ବ୍ଳକରେ ବିଦୁ୍ୟତ୍ ସମସ୍ୟାରୁ ମିଳୁନି ମୁକ୍ତି । ଗଛର ପତ୍ର ହଲିଲେ ବା ଆକାଶରେ ମେଘ ଦେଖା ହେଲେ ବିଦୁ୍ୟତ୍ କାଟ । ଅଞ୍ଚଳବସୀ ଖୁସି ଥିଲେ,ସେଥି ପାଇଁ ଯୋଜନା ହେଲା ବିଦୁ୍ୟତ୍ କାଟରୁ ମୁକ୍ତି ମିଳିବ । ମାତ୍ର ପ୍ରକଳ୍ପ କେବଳ ପାଚେରି ନିର୍ମାଣରେ ସୀମିତ ଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି । ୫ ଏକରରୁ ଅଧୂକ ଜମିରେ ପ୍ରକଳ୍ପ ହେବା ପାଇଁ ମାର୍ଚ୍ଚ, ୨୦୧୮ରେ ଶିଳାନ୍ୟାସ ହେଲା । ଏହି ପ୍ରକଳ୍ପ ହେଲେ ବନ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିଦୁ୍ୟତ୍ ସମସ୍ୟାରୁ ମୁକ୍ତି ମୁକ୍ତି ମିଳିବ ବୋଲି କୁହାଯାଇଥିଲା । ଅନ୍ୟପକ୍ଷରେ ଅନ୍ୟ ବିଦୁ୍ୟତ୍ ଷ୍ଟ୍ରକଚର ଉପରେ ଆଉ ଉପଭୋକ୍ତା ନିର୍ଭର କରିବେନି । ହେଲେ ଘଣ୍ଟା ଘଣ୍ଟା ଧରି ବିଦୁ୍ୟତ୍ କାଟ ହେଉଛି । ସ୍ଥାୟୀ ସମାଧାନ ପାଇଁ ବନ୍ତ ବ୍ଲକ ଗଣିଜାଙ୍ଗ-ରାନ୍ଦିଆ ରାସ୍ତାର ରାମକୃଷ୍ଣପୁର ଠାରେ ଜାପାନୀ ଜ୍ଞାନକୌଶଳରେ ୨ ଶହ କୋଟି ଟଙ୍କା ବ୍ୟୟରେ ୪/ ୨ ଶହ କେଭି ଗ୍ରୀଡ ସବ୍ଷ୍ଟେସନ ନିର୍ମାଣ ଶିଳାନ୍ୟାସକୁ ପ୍ରାୟ ୬ ବର୍ଷରୁ ଉର୍ଦ୍ଧ   ବିତିଥିବାବେଳେ ପ୍ରକଳ୍ପ କେବଳ ପାଚେରି ନିର୍ମାଣରେ ସୀମିତ ରହିଛି । ଏହାର କାର୍ଯ୍ୟ କେବେ ହେବ କିଛି ସଠିକ ସୂଚନା ମିଳିପାରିନି । ତେବେ ପ୍ରସ୍ତାବିତ ବିଦୁ୍ୟତ ଷ୍ଟ୍ରକଚର ଶୀଘ୍ର ନିର୍ମାଣ ହେବା ପାଇଁ ଦାବି ହେଉଛି ।