କଲେଜରେ ଅନ୍ତଃ ଅଭିଯୋଗ କମିଟି କର୍ମଶାଳା

 ନୂଆପଡା : ସିଲଦା ସ୍ଥିତ ନେସନାଲ କଲେଜରେ ସରକାରଙ୍କ ଚିଠି ନମ୍ବର ୩୮୦୭୦ ଅନୁଯାୟୀ  ଅଧ୍ୟକ୍ଷ  ହିତେଶ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଅନ୍ତଃ ଅଭିଯୋଗ କମିଟି ପକ୍ଷରୁ ଏକ ଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଯୌନ ନିର୍ଯାତନା ନିବାରଣ ଆଇନ ୨୦୧୩ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୨୦୧୫ ସମ୍ପର୍କରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ସହଯୋଗୀ କର୍ମଚାରୀଙ୍କ ଦ୍ୱାରା ବିଭିନ୍ନ ଦିଗରେ ଆଲୋଚନ ହୋଇଥିଲା । କାର୍ଯ୍ୟରତ ମହିଳା କର୍ମଚାରୀ ତଥା ଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଏବଂ ସଫଳ କରିବା ପାଇଁ  "ସାହାଯ୍ୟ ରେଖା ନମ୍ବର-୧୮୧’ ର ପ୍ରଚାର ସହ ସମ୍ବେଦନଶୀଳ ଓ ସଚେତନମୂଳକ ଏକ ଦିବସୀୟ କର୍ମଶାଳାର ଆୟୋଜନ କରାଯାଇଥିଲା । ଅଧ୍ୟକ୍ଷ  ହିତେଶ ସାହୁ କାର୍ଯ୍ୟକ୍ରମର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ବିଶଦ ରୂପେ ସୂଚନା ପ୍ରଦାନ କରିଥିଲେ । କଲେଜର କାର୍ଯ୍ୟରତ ପ୍ରତ୍ୟେକ କର୍ମଚାରୀ, ସହଯୋଗୀ ମହିଳା ସୁରକ୍ଷା ସମ୍ବନ୍ଧରେ ସତର୍କତା ଅବଲମ୍ବନ କରିବା ପାଇଁ ଶପଥ ପାଠ କରିଥିଲେ । ଅନ୍ତଃ ଅଭିଯୋଗ କମିଟି ମୁଖ୍ୟ ମମତା ପଟ୍ଟନାୟକ, ଅଧ୍ୟାପିକ ନନ୍ଦିନୀ ମଞ୍ଜରୀ ହୋତା, ବିଧାନ ଚନ୍ଦ୍ର ମିଶ୍ର, ଡ. ପ୍ରଣତୀ ପଣ୍ଡା, ସମ୍ମାନିତଅତିଥି ଥୋମାସ କେରକେଟା, ଅନ୍ୟତମ ସମ୍ମାନିତ ଅତିଥି ବବିତା ମିଶ୍ର ଯୋଗଦାନ କରିଥିଲେ । ପ୍ରକାଶ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲା ବେଳେ, ଡ. ପ୍ରଣତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।