ବୃକ୍ଷରୋପଣ କଲେ ଧର୍ମେନ୍ଦ୍ର 

 ଦେବଗଡ଼  :  ଦେବଗଡ ବନଖଣ୍ଡ ତିଲେଇବଣି ବ୍ଲକ ସାମନ୍ତ୍ରାପାଲିରେ ଆଜି ୭୬ ତମ ବନମହୋସôବ ଏବଂ ମା’ ପାଇଁ ଗଛଟିଏ ଅଭିଯାନ ଅଧିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ବୃକ୍ଷରୋପଣ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିସହ ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ କରିବା ପାଇଁ ପତାକା ଦେଖାଇ ଏକ ଭ୍ରାମ୍ୟମାଣ ସବୁଜ ରଥର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ଓ ପାନୀୟଜଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ,  ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ରାଉରକେଲା ଆରସିସିଏଫ ରାମାସାମୀ ପି, କେନ୍ଦୁପତ୍ର ବିଭାଗ ସମ୍ବଲପୁର ମୁଖ୍ୟ ବନସଂରକ୍ଷକ ସୁଦର୍ଶନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗଜସାଥି, ଏସଏଚଜି ମହିଳା, ବନ ସୁରକ୍ଷା ସମିତିର ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ଭାରପ୍ରାପ୍ତ ବନଖଣ୍ଡ ଅଧିକାରିଣୀ ସ୍ୱାଧିନତା ସାହାଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ଫରେଷ୍ଟଗାର୍ଡ ଭୋଲେଶ୍ୱର ସାହୁ ପରିଚାଳନା କରିଥିଲେ । ସହକାରୀ ବନ ସଂରକ୍ଷକ ଅରୁଣ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନେକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଜନସାଧାରଣ ପ୍ରମୁଖ ସାମିଲ ହୋଇ ବିଭିନ୍ନ ପ୍ରକାରର ପ୍ରାୟ ୩୦୦ ଚାରା ରୋପଣ କରିଥିଲେ  ।