କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ

ନୀଳଗିରି : ନୀଳଗିରି ନିର୍ବାଚନ ମଣ୍ଡଳୀର ଧୋବଶିଳା ଗ୍ରାମ ପଞ୍ଚାୟତ ପରିସରରେ ଏକ ନୂତନ କଲ୍ୟାଣ ମଣ୍ଡପର ଶୁଭ ଉଦ୍‌ଘାଟନ ହେବା ସହ ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ ଓ ରୋଜଗାର କ୍ଷମ କରିବା ପାଇଁ  ଏକ ସିଲେଇ ପ୍ରଡ଼କ୍ସନ ୟୁନିଟର ଶୁଭ ଉଦ୍‌ଘାଟନ ହୋଇଛି । ଏହି ଶୁଭ ଉଦଘାଟନ ଉତ୍ସବରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ନୀଳଗିରିର ବିଧାୟକ ସନ୍ତୋଷ ଖଟୁଆ, ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ନୀଳଗିରି ଉପଜିଲ୍ଲାପାଳ ଡ. ମଧୁସ୍ମିତା ସାମନ୍ତରାୟ, ନୀଳଗିରି ବିଡ଼ିଓ ବିକ୍ରମ କେଶରୀ ପରିଡ଼ା, ବ୍ଲକ ଚେୟାରମ୍ୟାନ ଶୁଭଲକ୍ଷ୍ମୀ ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦ, ଜିଲ୍ଲା ପରିଷଦ ତିନି ସଭ୍ୟା ଉଷାରାଣୀ ରାଉଳ, ରଞ୍ଜିତା ସିଂ, ସୁବର୍ଣ୍ଣ ମଞ୍ଜରୀ ସିଂ, ଧୋବଶିଳା ସରପଞ୍ଚ ଦିଲ୍ଲୀପ ସିଂ, ସମିତି ସଭ୍ୟ ପାଗୁଲୁ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ନବ ନିର୍ମିତ କଲ୍ୟାଣ ମଣ୍ଡପରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରିବା ପାଇଁ ସୁମେଣ୍ଟର ପ୍ରୋ ସଂସ୍ଥା ଦ୍ୱାରା ୫୦ଟି ଅତ୍ୟାଧୁନିକ ସିଲେଇ ମେସିନ ପ୍ରଦାନ କରାଯାଇଛି । ଏଠାରେ ମହିଳା ମାନେ ସିଲେଇ ପ୍ରଶିକ୍ଷଣ ନେବା ସହିତ ସିଲେଇ କାର୍ଯ୍ୟ କରି ରୋଜଗାରକ୍ଷମ ହୋଇପାରିବେ । ଏହି କାର୍ଯ୍ୟକ୍ରମରେ ନିବେଦିତା ପଣ୍ଡା, ଅନିତା ନାୟକ, ବାଣିଶ୍ରୀ ବେହେରା ସିଲେଇ ପ୍ରଶିକ୍ଷଣ ଦ୍ୱାରା ସେମାନେ କିଭଳି ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ ହୋଇ ପାରିଛନ୍ତି ନିଜର ଅନୁଭୂତିକୁ ବର୍ଣ୍ଣନା କରିଥିଲେ । ସାଂସଦଙ୍କ ପ୍ରତେକ୍ଷ୍ୟ ତତ୍ତ୍ୱାବଧାନରେ ଗଢି ଉଠିଥବା ଏହି କେନ୍ଦ୍ର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମୀ କରିବ । ଯାହା ପାଇଁ ଅଞ୍ଚଳବାସୀ ସାଂସଦଙ୍କୁ ପ୍ରଶଂସା କରିଛନ୍ତି ।