ପଞ୍ଚଲିଙ୍ଗେଶ୍ୱର ପାର୍କିଂ ଷ୍ଟାଣ୍ଡର ଦୁରବସ୍ଥା 

ନୀଳଗିରି : ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ନୀଳଗିରିର ପ୍ରମୁଖ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟବାହାରୁ ଆସୁଥିବା ପର୍ଯ୍ୟଟକମାନେ ପଞ୍ଚଲିଙ୍ଗେଶ୍ୱରଙ୍କୁ ଦର୍ଶନ କରିବା ସହ ଦେବଗିରି ପାହାଡ଼ର ପ୍ରାକୃତିକ ଶୋଭା ପରିବେଶକୁ ଉପଭୋଗ କରିଥାନ୍ତି । ମାତ୍ର ଏଠାରେ ଥିବା ପାର୍କିଂଷ୍ଟାଣ୍ଡ ଅବସ୍ଥା ଏବେ ବେହାଲ୍‌ ହୋଇ ପଡିଛି ।

  • ଦବିଲା ଫେବର, ଫସିଲା ବସ୍‌

ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାର୍କିଂଷ୍ଟାଣ୍ଡଟି ମରାମତି ହୋଇ ନ ଥିବା ବେଳେ ଗତ ରବିବାର ଦିନ ଏକ ବେଙ୍ଗଲ ବସ୍‌ ଉକ୍ତ ପାର୍କିଂରେ ଦବି ଯିବାରୁ ବସ୍‌ଟି ବାହାରି ପାରୁ ନ ଥିବା ବେଳେ ସବୁ ଫେବର୍‌ ଗୁଡ଼ିକ ଦବି ଯାଇଥିବାର ଦେଖିବାକୁ ମିଳିଛି । ଏଥିପାଇଁ ବହୁ ପର୍ଯ୍ୟଟକ ହୀନସ୍ଥା ହୋଇଥିବାର ଦେଖିବାକୁ ମିଳିଛି । ତେଣୁ ତୁରନ୍ତ ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଉକ୍ତ ଷ୍ଟାଣ୍ଡର ମରାମତି ନ କରନ୍ତି, ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବା ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।