ବିଜେଡିର ଜନ ସମ୍ପର୍କ ପଦଯାତ୍ରା 

ାା ପ୍ରଭାନୁ୍ୟଜ ।ା ନୀଳଗିରି: ନୀଳଗିରିବାସୀଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଘରେ ଘରେ ପହଞ୍ଚôଲା ବଜେଡି । ବିଜେପି ସରକାର ଗଠନ କରିବା ପରେ ଓଡିଶାବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିବାରୁ ଏହାକୁ ପ୍ରତିବାଦ କରି ସମସ୍ତ ନାଗରିକମାନଙ୍କୁ ସଚେତନ କରିବା ପାଇଁ ଏଭଳି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ପଦକ୍ଷେପ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ବାଉଁଶବାଣିଆ ଛକରୁ ବାହାରି ଦୀର୍ଘ ୫ କିଲୋମିଟର ଆସି ପ୍ରତାପଡା ଛକରେ ପହଞ୍ଚôବା ପରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ନୀଳଗିରି ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ମଞ୍ଚାସୀନ ଥାଇ ବିଜେପି ସରକାରର ମିଥ୍ୟା ପ୍ରତିଶ୍ରୁତି ଆଜି ପାଣିରେ ଗାର ସଦୃଶ ହୋଇଛି । ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ପୁଣି ବିଜେଡି ସରକାର ଆସିଲେ ସମସ୍ତ ସୁବିଧା ଉପଲବ୍ଧ କରାଯିବ ବୋଲି ବକ୍ତବ୍ୟରେ କହିଥିଲେ । ଅନ୍ୟତମ ମଞ୍ଚାସିନ ଅତିଥିମାନଙ୍କ ମଧ୍ୟରେ ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ସମାଜସେବୀ ମଦନ ମୋହନ ମାଝୀ, ଭାଗବତ ଖିଲାର, ରାଜୀବ ଦାସ ବାବୁ, ଦୀପକ ରଞ୍ଜନ ଦାସ, ସନାତନ ଜେନା, ରମାକାନ୍ତ ଧଳ, ରମାକାନ୍ତ ନାୟକ, ସୁଚିତ୍ରା ପ୍ରଧାନ, କୁଳମଣି ନାୟକ, ଶ୍ରୀକାନ୍ତ ପଣ୍ଡା, ଧିରେନ୍ଦ୍ର ମୁଦୁଲି,କପିଳ ସାମଲ  ଲକ୍ଷ୍ମୀଧର ବାରିକ, ବିଜୟ ନାୟକ ପ୍ରମୁଖ ନିର୍ବାଚିତ ପ୍ରତିନିଧି, ଦଳୀୟ ନେତୃତ୍ୱ, କର୍ମୀ ଶତାଧିକ ବିଜେଡି କର୍ମୀ ଓ ଭୋଟର ଏହି ଜନସମ୍ପର୍କ ପଦଯାତ୍ରାରେ ସାମିଲ ଥିଲେ ।