କଳାକାରଙ୍କ ପାଇଁ ସ୍ଥାୟୀ ମଞ୍ଚ ବ୍ୟବସ୍ଥା ଦାବି 

 ସୋନପୁର: ସୋନପୁର-ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଓ କଳାକାର ମାଟି । ଏବେ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ କଳାକାରମାନଙ୍କ ପାଇଁ କଳା  ପ୍ରଦର୍ଶନ ପାଇଁ ମଞ୍ଚ ନାହିଁ । ଜିଲ୍ଲା ତଥା ଜିଲ୍ଲା ବାହାର କଳାକାର ପାଇଁ  ମଧ୍ୟ ସ୍ଥାୟୀ ମଞ୍ଚ ବ୍ୟବସ୍ଥା ହୋଇନାହିଁ ।ଏହାକୁ ନେଇ ଅସନ୍ତୋଷ ବାରି ହୋଇ ପଡ଼ୁଛି । ପୂର୍ବରୁ ଗୋପାଳୀ ମନ୍ଦିର ମଣ୍ଡପ , କଳା ସଂସଦ , ଭୀମ ଭୋଇ କଳା ମଣ୍ଡପ ରହିଥିଲା । ନୂତନ ବସଷ୍ଟାଣ୍ଡ ଦାବୀ ନେଇ ନବେ ଦଶକର ନିର୍ମିତ ଭୀମ ଭୋଇ କଳା ମଣ୍ଡପ ଭାଙ୍ଗି ଦିଆଗଲା । ଅନ୍ୟ ପକ୍ଷରେ ୩୧ ବର୍ଷ ଜିଲ୍ଲା ଆତ୍ମ ପ୍ରକାଶ ହେଲା ପରେ ବି ଜିଲ୍ଲା ସଦର ମହକୁମାରେ ଭଲ ମଞ୍ଚ ହୋଇପାରିନାହିଁ । ଯାହା ଅତ୍ୟନ୍ତ ପରିତାପ ବିଷୟ ବୋଲି ଜିଲ୍ଲାର ସଂସ୍କୃତି ପ୍ରେମୀ ଅଭିଯୋଗ କରନ୍ତି । ଏବେ ଜିଲ୍ଲାରେ ଦର୍ଶକ ବୃଦ୍ଧି ନେଇ ନୂତନ  ଅଡିଟ୍ରୋରିୟମ ଦାବୀ ହେଉଛି । ସୁବର୍ଣ୍ଣପୁର ଜିଲ୍ଲାର କଳା ଉଚ୍ଚÿକୋଟୀ ରହିଛି । ଏକଦା ଓଡ଼ିଶାର ପ୍ରସିଦ୍ଧ ଅନ୍ନପୂର୍ଣ୍ଣା ଥିଏଟର ସୋନପୁର ସ୍ଥାନୀୟ କଳାକାରମାନଙ୍କ ଭୂମିକା ପ୍ରଶଂସା କରିଥିଲେ । ସୋନପୁର ଗଡ଼ଜାତ ସମୟରେ ରାଜାଙ୍କ ପୃଷ୍ଠପୋଷକତାରେ ଉଚ୍ଚÿକୋଟୀର  କଳା ପ୍ରଦର୍ଶନ ହେଉଥିଲା । ଏବେ ବି ସୋନପୁରରେ ବହୁ ସାଂସ୍କୃତିକ ଅନୁଷ୍ଠାନ ବଞ୍ଚି ରହିଅଛି । ରାଜ୍ୟ ତଥା ରାଜ୍ୟ ବାହାରରେ ସେମାନ ପ୍ରଶଂସନୀୟ ହେଉଛନ୍ତି । ସାମ୍ପ୍ରତିକ ସମୟରେ ଯୁବ ପୀଢିଙ୍କ ପାଇଁ କଳା ଏକ ପ୍ରମୁଖ କ୍ଷେତ୍ର ରହିଛି  । କିନ୍ତୁ କଳାକାର କଳା ପ୍ରଦର୍ଶନ ପାଇଁ ମଞ୍ଚ ନ ଥିବାରୁ ଭବିଷ୍ୟତରେ ଯୁବ  କଳାକାର ବାହାରିବା ନେଇ ସନ୍ଦିହାନ ପ୍ରକାଶ ହେଲାଣି   । ବର୍ତ୍ତମାନ କଳା ପ୍ରଦର୍ଶନ ସମୟରେ କଳାକାର ଅନେକ ସମସ୍ୟା ସାମ୍ନା କରିବାକୁ ପଡ଼ୁଛି । ବିଶେଷ ବର୍ଷା , ଶୀତ ଓ ଗ୍ରୀଷ୍ମ ଦିନରେ ମୁକ୍ତ ମଞ୍ଚରେ କଳା ପ୍ରଦର୍ଶନ ନେଇ ଆୟୋଜକ ଅନୁଷ୍ଠାନ ଓ  ସାଂସ୍କୃତିକ ଦଳମାନଙ୍କ କଳାକାରମାନେ ଅନେକ ଅସୁବିଧାର ଭୋଗୁଛନ୍ତି  । ଜିଲ୍ଲା ସଦର ମହକୁମାରେ ମଞ୍ଚ ନ ଥିବାରୁ କଳାକାରମାନେ ଏଠି ସେଠି କଳା ପ୍ରଦର୍ଶନ କରୁଛନ୍ତି । ସାଂସ୍କୃତିକ ଅନୁଷ୍ଠାନମାନେ ଖର୍ଚ୍ଚାନ୍ତ ହେଉଛନ୍ତି । ବର୍ତ୍ତମାନ ଜିଲ୍ଲା ସଦର ମହକୁମାରେ ଭବ୍ୟ ଅଡିଟୋରିୟମ ଶୀଘ୍ର ସୁବ୍ୟବସ୍ଥା ନେଇ ଦାବୀ ଜୋର ଧରିଛି । ପ୍ରକାଶ ଥାଉ କି ଯେ ସୋନପୁର ସଭା ସମିତି ପାଇଁ ଉଦ୍ଦିଷ୍ଟ ନୂତନ ଟାଉନ ହଲ ନେଇ ଅସନ୍ତୋଷ ପ୍ରକାଶ ପାଉଛି  । ନୂତନ ଟାଉନ ହଲରେ ଗ୍ୟାଲେରୀ ବ୍ୟବସ୍ଥା ନାହିଁ । ସେହିପରି ସେଣ୍ଟ୍ରାଲ ଏସସି  ସୁବିଧା ହେଉ ନାହିଁ । ଯାହା ଦୂରଦୃଷ୍ଟି ଅଭାବରୁ ଘଟିଛି ବୋଲି ଅଭିଯୋଗ ହେଉଛି । ପ୍ରତିଦିନ ୧୦ ହଜାର ଟଙ୍କା ନୂତନ ହଲ ଭଡା ପାଉଣା ନେଇ ଅସନ୍ତୋଷ ପ୍ରକାଶ ହେଉଛି । ଏହାର କେବଳ  ରକ୍ଷଣାବେକ୍ଷଣା ଖର୍ଚ୍ଚ ପାଇଁ ସର୍ବନିମ୍ନ ପାଉଣା ନେବାକୁ ଦାବୀ ହେଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।