ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ନୂଆପଡା: ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଦମପୁରର ଛାତ୍ରଛାତ୍ରୀ ତଥା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପଦମପୁର ଗ୍ରାମରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ସଡ଼କ ସୁରକ୍ଷା ବାର୍ତ୍ତା ଥିବା ପ୍ଲାକାର୍ଡ ଧରି ସ୍ଲୋଗାନ ମାନ ଦେଇ ପଦମପୁର ଗ୍ରାମ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସାବିତ୍ରୀ ଭୋଇ, କାଦମ୍ବିନୀ ପଣ୍ଡା, ଶୁସିଳା ସଗରିଆ, ମାନସୀ ଚୌଧୁରୀ, ଉର୍ବଶୀ ନିଆଲ, ସୌଭାଗ୍ୟ ମଞ୍ଜରୀ ସିଂ, ଅଜୟ ମହାଉତି ପ୍ରମୁଖ ଯୋଗଦାନ ଦେଇ ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିଥିଲେ ।