ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ପ୍ରତିଯୋଗିତା

ରାମନାଗୁଡା: ସରକାରୀ ସ୍ନାତକ ମହାବିଦ୍ୟାଳୟ ରାମନାଗୁଡାରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଅଛି  । ଦ୍ୱିତୀୟ ଦିବସରେ ପଦଯାତ୍ରା, କୁଇଜ୍ ଏବଂ ବକ୍ତୃତାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ଶେଷରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କୈଳାସ ମଳିକ ଛାତ୍ରଛାତ୍ରୀଙ୍କୁ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ପାଳନର ଉଦେ୍ଦଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଓଡ଼ିଶାର ଇତିହାସ, ସଂସ୍କୃତି, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ବିଦେଶରେ କିପରି ପ୍ରଚାର ପ୍ରସାର ହୋଇପାରିବ ଏହି ଦିବସର ମୁଖ୍ୟ ଉଦେ୍ଦଶ୍ୟ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ  । ତତ୍ ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମଧ୍ୟ ୧୮ ତମ ପ୍ରବାସୀ ଭାରତୀୟ ଦିବସର ପାଳନ ସଂପର୍କରେ ନିଜନିଜର ମତ ଉପସ୍ଥାପନ କରିଥିଲେ  ।