କଳାଧନ ଉପାର୍ଜନ କରିଛନ୍ତି ଜମି ଓ ପ୍ଲଟ୍ ବ୍ୟବସାୟୀ
ଜୟପୁର: କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର ଜୟପୁର ଠାରେ ଅବଶୋର ପରେ ସୁଖୀ ଜୀବନ ଜାପନ କିମ୍ବା ବ୍ୟବସାୟ କରିବା ନିମନ୍ତେ ପ୍ରଥମ ପସନ୍ଦ ଜୟପୁର ଠାରେ ଏକ ପ୍ଲଟ କିମ୍ବା ସ୍ଥଳ କିଣିବା ପାଇଁ ପ୍ରାୟ ସମସ୍ତେ ଅଗ୍ରୋହି ରୋହିଥିବା ବେଳେ ଲୁଟୁଛନ୍ତୀ ଜମି ବ୍ୟବସାୟୀ । ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଦ୍ୱାରା ନିର୍ଦ୍ଧାରିତ ମୁଲ୍ୟ ଠାରୁ ବୋହୂ ଅଧିକା ଦରରେ ଜମି ଏବଂ ପ୍ଲଟ ଗୁଡ଼ିକ କ୍ରୟ ଏବଂ ବିକ୍ରୟ ହେଉଥିବା ସାଧାରଣରେ ଜନତାଙ୍କୁ ବାଧୁଥିବା ବେଳେ କଳାଧନ ଗଚ୍ଛିତ ରୋଖିଥିବା କ୍ରେତାଙ୍କୁ ଉକ୍ତ କଳାଧୋନ ରାଶିକୁ ଜମି କ୍ରୟ ବାବଦକୁ ସମ୍ପୂର୍ଣ ଧଳା କରାଇବାରେ ସହାୟତା ହେଉଛି । ଜୟପୁର ସହରରେ ୧୮୦୦ ସ୍କ୍ୱାର ଫୁଟ ପ୍ଲଟକୁ ନୀଳକଣ୍ଠେଶ୍ୱର ମୌଜାରେ ପଚିଶି ଲକ୍ଷ୍ୟ ଟଙ୍କାରେ ବିକ୍ରୟ ହେଉଥିବା ବେଳେ ଜଗଧାତ୍ରୀପୁର ମୌଜାରେ ତିରିଶି ଲକ୍ଷ୍ୟ ଟଙ୍କାରେ, ବାଲାଜିପୁର ମୌଜାରେ ତିରିଶି ଲକ୍ଷ, ବିକ୍ରମପୁର ମୌଜାରେ ଚାଳିଶି ଲକ୍ଷ୍ୟ, ଲକ୍ଷ୍ମଣପୁର ମୌଜାରେ ପଞ୍ଚତିରିଶି ଲକ୍ଷ୍ୟ, ବିଦ୍ୟାଧରପୁର ମୌଜାରେ ଚାଳିଶି ଲକ୍ଷ୍ୟ,ଜୟପୁର ମୌଜାରେ ପଞ୍ଚତିରିଶି ଲକ୍ଷ୍ୟ ଜୟପୁର ଏଲ୍ ଆର ମୌଜାରେ ଅଠେଇସି ଲକ୍ଷ୍ୟ, ଟଙ୍କାରେ ବିକ୍ରି ହେଉଥିବା ବେଳେ ରେଜିଷ୍ଟ୍ରେସନ ନାମକୁ ମାତ୍ର ଆଠ ଲକ୍ଷ୍ୟରୁ ବାର ଲକ୍ଷ୍ୟ ଟଙ୍କା ମଧ୍ୟରେ ହେଉଥିବା ଯୋଗୁଁ ରାଜ୍ୟର ରାଜସ୍ୱ ହାନୀ ହେଉଥିବା ସହ ଦୁର୍ନୀିତିଗ୍ରସ୍ତ କର୍ମଚାରି ଏବଂ ବ୍ୟବସାୟୀଙ୍କ କଳାଧନକୁ ଧଳା କରାଇବାରେ ଏହା ସାହାୟ ହେଉଥିବା ବେଳେ ୨୦ରୁ ଉର୍ଦ୍ଧ ଜମି ବ୍ୟବସାୟୀ ମାନଙ୍କ ପାଖରେ ଅଜସ୍ର କଳାଧାନ ଗଛିତ ରହୁଥିବା ଯୋଗୁଁ ସାଧାରଣ ମଧ୍ୟବିତ୍ତ ପରିବାର ଲୋକଙ୍କ ପାଖରେ କିଛିବି ଅର୍ଥ ରହୁନଥିବାରୁ ଯୋଗୁଁ ଅଭାବ ଅନାଟନରେ ଜୀବନ ଯାପନ କରୁଥିବା ଦେଖାଯାଇଛି । ସେହିଭଳି ଜୟପୁର ବ୍ଲକ ଅଧିନରେ ଥିବା ୨୨ ଗୋଟି ପଞ୍ଚାୟତ ମୋଧ୍ୟରେ ଯେଉଁ ଜମି ଗୁଡ଼ାକ ବିକ୍ରୀ ହେଉଛି ତାହାର ମୋଧ୍ୟ ନିର୍ଦ୍ଧାରିତ ମୂଲ୍ୟ ଠାରୁ ବହୁ ଅଧିକା ଦରରେ ବିକ୍ରୀ ହେଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅଧିକାରୀ ମାନଙ୍କ ଖାମକ୍ଷାଲ ନୀତି ଯୋଗୁଁ ସରକାରଙ୍କ ରାଜସ୍ୱ ହାନୀ ହେଉଥିବା ସାଧାରଣରେ ପ୍ରତିତ ହୋଇଛି । ଜମି ଏବଂ ପ୍ଲଟ ଗୁଡ଼ିକର ଦର ଏକ ସ୍ୱତନ୍ତ୍ର ଅଧିକାରୀଙ୍କ ଦ୍ୱାରା ଗୋପନୀୟ ଭାବେ ସମୀକ୍ଷା ସ୍ଥାନୀୟ ଅଧିବାସୀଙ୍କ ଠାରୁ କରିଲେ ଏବଂ ବିଗତ ଦିନରେ କିଣାବିକା ହୋଇଥିବା ଜମି ଏବଂ ପ୍ଲଟର ସମୀକ୍ଷା କଲେ ଜମି ବ୍ୟବସାୟୀ ମାନଙ୍କ ଠାରୁ ବୋହୂ ବେନାମୀ ଅର୍ଥ ବୋରାମତ ହେବା ସହ ରାଷ୍ଟ୍ର ଏବଂ ରାଜ୍ୟର ରାଜସ୍ୱ ବୃଦ୍ଧିରେ ସାହାୟ ହେବ ବୋଲି ସାଧାରଣରେ ମତ୍ତ ପ୍ରକାଶ ପାଇଛି ।