ରାଉରକେଲାର ଛାତ୍ର ଅଲମ୍ପିଆଡ୍ ଆୱାର୍ଡରେ ସମ୍ମାନିତ
ରାଉରକେଲା, : ଏସ୍.ଓ.ଏଫ୍ ଅଲମ୍ପିଆଡ୍ରେ ରାଉରକେଲାର ୨ୟ ଶ୍ରେଣୀର ଛାତ୍ର ଅରଜିଭ୍ ପଟ୍ଟନାୟକ ଅନ୍ତର୍ଜାତୀୟ ଇଂରାଜୀ ଅଲମ୍ପିଆଡ୍ ପରିକ୍ଷାରେ ୧ମ ର୍ୟାଙ୍କ ରଖି ସଫଳ ହୋଇଛନ୍ତ । କୃତିତ୍ୱ ହାସଲ କରିଥିବା ଛାତ୍ରମାନଙ୍କୁ ଗୋଲ୍ଡ ମେଡାଲ ସହିତ ମେରିଟ ସାର୍ଟିପିକେଟ ଦ୍ୱାରା ସମ୍ମାନିତ କରାଯାଇଛି । ଚଳିତ ବର୍ଷ ଏସ୍.ଓଏଫ୍ ଅଲମ୍ପିଆଡ୍ରେ ପାଖାପାଖି ୭୦ ହଜାର ଛାତ୍ରଛାତ୍ରୀ ଭାଗନେଇଥିବାବେଳେ ଭୁବନେଶ୍ୱରରୁ ଅନେକ ବିଦ୍ୟାଳୟ ଏଥିରେ ଭାଗନେଇଥିଲେ । ଏହି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ପାଇଁ ସାଇନ୍ସ୍ ଅଲମ୍ପିଆଡ ଫାଉଣ୍ଡେସନ ପକ୍ଷରୁ ଦିଲ୍ଲୀରେ ଏକ ପୁରସ୍କାର ବିତରଣର ଆୟୋଜନ କରାଯାଇଥିଲା ଏବଂ ଭାରତର ପୁର୍ବତନ ଚିପ୍ ଜଷ୍ଟିସ୍ ଦିପକ୍ ମିଶ୍ର ଓ ଲୋକପ୍ରି୍ରୟ ଲେଖକ ଚେତନ ଭଗତ୍ଙ୍କ ଦ୍ୱାରା ବିଜେତାଙ୍କୁ ପୁରାସ୍କାର ବିତରଣ କରାଯାଇଥିଲା । ଏହି ଅବସରରେ ଶ୍ରୀ ମିଶ୍ର କହିଛନ୍ତ ଯେ, "ପ୍ରତିଯୋଗିତା ଏବଂ ପରିଶ୍ରମ ଏଠାରେ ସରିଯାଇନାହିଁ । ଯେ ପର୍ଯ୍ୟନ୍ତଆମେ ପ୍ରତିଯୋଗିତା ବିଷୟରେ ଭାବିବା ଏହା ଆମକୁ ସଫଳ କରିବାରେ ଆଗକୁ ନେବ ଏହାହିଁ ଜବନର ପ୍ରକୃତ ସୌନ୍ଦର୍ଯ୍ୟ କାରଣ ଏଠାରେ ସମସ୍ତେ ସଫଳ ହେବାକୁ ଚାହାଁ"ି । ଆମେ ସମୟକୁ ଅୟତ କରିପାରିବାରେ ହୁଏତ ଅସମର୍ଥ କିନ୍ତୁ ସମୟର ଠିକ୍ ଉପଯୋଗ କରିବା ନିହାତି ଅବଶ୍ୟକ ଏହାହିଁ ଆମକୁ ସଫଳତା ଆଣିଦିଏ । ଏହି ରାସ୍ତାରେ ଆମକୁ ବେଳେବେଳେ ଅସୁବିଧାର ସମ୍ମୁଖୀନ ମଧ୍ୟ ହବାକୁ ପଡିଥାଏ କିନ୍ତୁ ଆମେ ସେ ସମୟରେ ଦୁର୍ବଳ ନହୋଇ ଏହାର ସାମ୍ନା କରିବା ଅବଶ୍ୟକ । ଏହି ପରିପେକ୍ଷିରେ ଲୋକପ୍ରିୟ ଲେଖକ ଚେତନ ଭଗତ୍ କହିଛନ୍ତି " ଆମେ ଯେବେ କୌଣଷି କୃତିତ୍ୱ ପଇଁ ପୁରସ୍କାର ପାଇଥାଉ ଆମକୁ ଆଗକୁ ବଢିବାର ପ୍ରେରଣା ମିଳିଥାଏ ।