ବିଭିନ୍ନସ୍ଥାନରେ ବିଶ୍ୱ ଏଡ୍ସ ଦିବସ ପାଳିତ


ସାରସକଣା: ମୟୂରଭଞ୍ଜ ଜିଲ୍ଲା ସ୍ଥିତ ଝାରପୋଖାରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଜାତୀୟ ସେବାଯୋଜନା, ରେଡକ୍ରସ ଓ ସମର ଶିକ୍ଷାର୍ଥୀ ବାହିନୀ ଆନୁକୂଲ୍ୟରେ ବିଶ୍ୱ ଏଡ୍ସ ଦିବସ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପ୍ରଦୁ୍ୟମ୍ନ କୁମାର ବସାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏଡ୍ସ ଦିବସ ଉପଲକ୍ଷେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଦନ୍ତ ବିଶେଷଜ୍ଞ ତୀର୍ଥସାରଥି ମହାରଣା, ପୂର୍ବତନ ମହିଳା କାର୍ଯ୍ୟକ୍ରମ ଅଧିକାରୀ ତଥା ଦର୍ଶନ ଶାସ୍ତ୍ର ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଜୟନ୍ତୀ ସିଂ,  ଶିଶିର କୁମାର ପଟ୍ଟନାୟକ,+୩ ମହିଳା ଓ ପୁରୁଷ ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ଆରତୀ ହୋ ଓ ଶରତ ଚନ୍ଦ୍ର ପଢିଆରୀ ପ୍ରମୁଖ ଯୋଗ ଦେଇ ଏଡ୍ସ ରୋଗ ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ । ପ୍ରଥମେ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏକ ପଟୁଆରରେ ବମ୍ବେଛକ ବଜାର ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଓ ଯାତାୟାତ କରୁଥିବା ଗାଡ଼ି ଚାଳକ ଓ ପୁଲିସ, ସାଧାରଣ ଜନତାଙ୍କୁ ରେଡ ରିବନ ବାନ୍ଧି ସଚେତନ କରାଇ ମହାବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରି ମହାବିଦ୍ୟାଳୟ ଖେଳ ପଡ଼ିଆରେ ମାନବ ଶୃଙ୍ଖଳରେ ରେଡ ରିବନ ଆକୃତି କରି ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ । ପରେ ଆୟୋଜିତ ସଭାରେ ତୀର୍ଥ ସାରଥୀ ମହାରଣା ନିଜ ବକ୍ତବ୍ୟରେ ଏଡ୍ସ  ଏକ ଦୁରାରୋଗ୍ୟ ବ୍ୟାଧି ଆତ୍ମସଚେତନତା ଓ ସତର୍କତା ଏହାର ସର୍ବଶ୍ରେଷ୍ଠ ମହୌଷଧି ଏଥିପ୍ରତି ଜାଗ୍ରତ ରହିବାକୁ ପରାମର୍ଶ ଦେଇଥିଲେ ।  ଲେପ୍ଟନାଣ୍ଟ ନିହାର ନି ରଞ୍ଜନ ମହାନ୍ତ ଅତିଥିମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିବାବେଳେ +୩କାର୍ଯ୍ୟକ୍ରମ ଅଧିକାରୀ ଶରତ ଚନ୍ଦ୍ର ପଢିଆରୀ ଧନ୍ୟବାଦ ଅର୍ପଣ କରିଥିଲେ । କନିଷ୍ଠ କିରାଣି ନିରଜ ରଞ୍ଜନ ମହାନ୍ତ ଓ ସମସ୍ତ ବିଭାଗର ସ୍ୱେଚ୍ଛାସେବୀ ମାନେ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ସହଯୋଗ କରିଥିଲେ ।
ତାଳଚେର: ବିଶ୍ୱ ଏଡ୍ସ ଦିବସ ପାଳନ ଅବସରରେ ସେଣ୍ଟଜନ୍ସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଜନ ସଚେତନତା ସୃଷ୍ଟି ନିମନ୍ତେ ଏକ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନନ୍ତ ଆମ୍ବୁଲାନ୍ସ ଡିଭିଜନର ଡିଭିଜନାଲ କମାଣ୍ଡର ପ୍ରଦୀପ୍ତ କୁମାର ସ୍ୱାଇଁ ଓ ଆମ୍ବୁଲାନ୍ସ ଅଫିସର ପଞ୍ଚୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ସେଣ୍ଟ୍ରାଲ ୱାର୍କସପ କଲୋନୀ ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଜଗନ୍ନାଥ କଲୋନୀ, ସାଉଥ ବଲଣ୍ଡା, ଅନନ୍ତ ବିହାର, ଡେରା, ଲିଙ୍ଗରାଜ କଲୋନୀ, ହାଣ୍ଡିଧୂଆଁ, ଶର୍ମାଛକ, ହାଟତୋଟା ଆଦି ଅଞ୍ଚଳ ପରିକ୍ରମା କରି ତାଳଚେର ଉପଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରର ପହଂଚିଥିଲା । ଏହି ଶୋଭାଯାତ୍ରାକୁ ଜଗନ୍ନାଥ କ୍ଷେତ୍ରର କ୍ଷେତ୍ରୀୟ କାର୍ମିକ ଅଧିକାରୀ ମାନସ ରଞ୍ଜନ ଜେନା ଏମସିଏଲର ଶ୍ରମିକ ନେତା ଶଙ୍କର ବେହେରା, ରଞ୍ଜନ କୁମାର ବେହେରା, ରଞ୍ଜିତ କୁମାର ପ୍ରଧାନ ପ୍ରମୁଖ ସଚେତନତା ବାର୍ତ୍ତା ରଖି ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ  । ଏହି ଶୋଭାଯାତ୍ରା  ବେଳେ ପଥପ୍ରାନ୍ତ ସଭା ମାଧ୍ୟମରେ ଏଡ୍ସ ନିରାକରଣ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରାଯାଇଥିଲା । ଉପଜିଲ୍ଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଡେପୁଟି କଲେକ୍ଟର ବିକାଶ ରଞ୍ଜନ ଶବର, ଜିଲ୍ଲା ରେଡକ୍ରସର କାର୍ଯ୍ୟକାରୀ ସଦସ୍ୟ ବଳରାମ ପତି ପ୍ରମୁଖ ଯୋଗ ଦେଇ ସଚେତନତା ହିଁ ରୋଗ ଦୂର କରାଯାଇ ପାରିବ ବୋଲି ପ୍ରକାଶ କରିଥିଲେ ।
ନୀଳଗିରି: ଏଡସ୍ ରୋଗକୁ କରିବା ଘୃଣା, ଏଡସ୍ ରୋଗୀକୁ କର କରୁଣା, ମନକୁ ଆୟତ୍ତ କରିବ ଯେବେ, ମାନସିକ ଶାନ୍ତି ପାଇବ ତେବେ ଆଦି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ବିଶ୍ୱ ଏଡ୍ସ୍ ଦିବସରେ ନୀଳଗିରି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ୟୁଥ୍ ରେଡ୍ କ୍ରସ୍ ଦ୍ୱାରା ଏକ ସଚେତନତା ପଦଯାତ୍ରା ନୀଳଗିରି ମହାବିଦ୍ୟାଳୟରୁ ବାହାରି ସମଗ୍ର ନୀଳଗିରି ସହର ପରିକ୍ରମା କରିଥିଲେ । ୟୁଥ୍ ରେଡ୍ କ୍ରସର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ରଙ୍କ ନିଦେ୍ର୍ଦଶନାରେ ୟୁଥ୍ ରେଡ୍ କ୍ରସର ବରିଷ୍ଠ ଛାତ୍ରୀ ବର୍ଷାପ୍ରିୟଦର୍ଶିନୀ ସଙ୍କ ସହ ହେମଲତା ବେହେରା, ସୁମିତ୍ରା ବେହେରା, ମାନସୀ ମାଝୀ, ରାଜଲକ୍ଷ୍ମୀ ସିଂ, ରଶ୍ମିତା ସିଂ, ଲକ୍ଷ୍ମୀ ସିଂ, ଗାୟତ୍ରୀ ମଲ୍ଲିକ ପ୍ରମୁଖ ଯୋଗଦାନ କରି ପଦଯାତ୍ରାକୁ ସଫଳ କରିଥିଲେ ।
 ବାଙ୍କୀ: ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଯୁବରେଡକ୍ରସ ସଂସ୍ଥା ଓ ରେଡ୍ରିବନ୍ କ୍ଲବର ମିଳିତ ଆୟୋଜନରେ ବିଶ୍ୱ ଏଡ୍ସ ଦିବସ କଲେଜ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ଚିତ୍ରକଳା ପ୍ରତିଯୋଗିତା ହେବା ସହ ଏଡ୍ସ ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏଡ୍ସ ସଚେତନତା ସଭା ଯୁବ ରେଡକ୍ରସ କାଉନସିଲର ଅଧ୍ୟାପିକା ସରସ୍ୱତୀ ଦେଉରୀଙ୍କ ସଭାପତିତ୍ୱ କରିବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ପ୍ରାଣୀବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଏଡ୍ସ୍ ରୋଗର ଭୟାଭୟତା, ଏହାର କାରଣ, ଏଚ୍ଆଇଭି ଜୀବାଣୁ ଓ ନିରାକରଣ ଉପରେ ବହୁ ତଥ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ଯୋଗଦାନ କରି ଯୁବରେଡକ୍ରସ ସଂସ୍ଥାର ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ କହିବା ସହିତ ଏଡ୍ସ୍ ରୋଗର ନିରାକରଣର ବିଭିନ୍ନ ଉପାୟମାନ କହିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ମନୋରଞ୍ଜନ ସାହୁ, ପୁରୁଷ ଯୁବରେଡକ୍ରସ କାଉନସିଲର ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟ, ଅଧ୍ୟାପକ ଆଶିଷ କୁମାର ପାଢୀ ଓ ରଞ୍ଜିତ କୁମାର ରାଉତ ପ୍ରମୁଖ ଯୋଗଦାନ କରି ଏଡ୍ସ କିପରି ହୋଇଥାଏ ତାହାର ବିଭିନ୍ନ କାରଣମାନ ଆଲୋଚନା କରିଥିଲେ । ଏଡ୍ସ୍ ସମ୍ବନ୍ଧୀୟ ଚିତ୍ରକଳା ପ୍ରତିଯୋଗିତାରେ ଲକ୍ଷ୍ମୀପି୍ରୟା ରାଉତ ପ୍ରଥମ, ସୋନାଲି ପ୍ରିୟଦର୍ଶିନୀ ଦ୍ୱିତୀୟ ଏବଂ ପୂଜା ପି୍ରୟଦର୍ଶିନୀ ଓ ଲୋପୁତା ଷଡଙ୍ଗୀ ଯୁଗ୍ମ ତୃତୀୟସ୍ଥାନ ଅଧିକାର କରିଥିବା ବେଳେ ପ୍ରବନ୍ଧ ପ୍ରତିଯୋଗିତାରେ ସୁରମ ବେହେରା ପ୍ରଥମ, ବିଦୁ୍ୟସ୍ମିତା ଦାଶ ଦ୍ୱିତୀୟ ଓ ସନ୍ଧ୍ୟାରାଣୀ ପାଇକରାୟ ତୃତୀୟସ୍ଥାନ ଅଧିକାର କରି ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଯୁବରେଡକ୍ରସ କାଉନସିଲର ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ । ପରେ କଲେଜ ପରିସରରେ ଯୁବରେଡକ୍ରସ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । 
ସୋର : ସୋର ମହିଳା ମହାବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଚେତନତାର ବାର୍ତା ନେଇ ମହାବିଦ୍ୟାଳୟର ଛାତ୍ରୀମାନେ ଏକ ବିଶାଳ ଶୋଭାଯାତ୍ରା ମହାବିଦ୍ୟାଳୟରୁ ବାହାରି  ସହର ପରିକ୍ରମା କରିଥିଲେ । ପରେ ଅଧକ୍ଷା ଅଞ୍ଜଳି ମହାପାତ୍ରଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ସୋର ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ବୃନ୍ଦାବନ ରାଉଳ ଏଡ୍ସ ରୋଗର ଭୟାବହତା, ନିରାକରଣ ଏବଂ ସୋରରେ ଏହାର ସ୍ଥିତି ବାବଦରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ଓ ରେଡ୍ ରିବନ କ୍ଲବର ଉପଦେଷ୍ଟା ଅଧ୍ୟାପିକା ଅଳକା ଆଲୋକମୟୀ ମିଶ୍ର,ରଶ୍ମିତା ଦାସ ପରିଚାଳନା କରିଥିବାବେଳେ ଅଧ୍ୟାପିକା ସୁଶ୍ରୀ ସଂଗୀତା ମାଝୀ, ବିଶ୍ୱଶ୍ରୀ ଜେନା, ଅଧ୍ୟାପକ ଦୀପ୍ତଭାନୁ ବେହେରାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ  ହୋଇଥିବା ପ୍ରତିଯୋଗିତାରେ କୃତି ଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଆସିକା: ଆସିକା ବିଜ୍ଞାନ ବିଦ୍ୟାଳୟ ପରିସରରେ ବିଶ୍ୱ ଏଡ଼ସ ଦିବସ ଅବସରରେ ବିଦ୍ୟାର୍ଥୀ ମାନଙ୍କୁ ନେଇ ରାଲି, ସଭା ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ଡ଼. ଶଙ୍କର ପ୍ରସାଦ ଅଧିକାରୀଙ୍କ ଅଧକ୍ଷତାରେ ଅବସର ପ୍ରାପ୍ତ ଅଧ୍ୟାପକ ଡ଼. କେଦାର ନାଥ ପଣ୍ଡା, ଆସିକା ମେଡିକାଲର କାଉନସିଲର ଦୀପକ କୁମାର ରାଉତ,ଡ଼. ଅଜିତ କୁମାର ମୁନି,ରାଜେଶ କୁମାର ସାହୁ, ସରୋଜ କୁମାର ପଣ୍ଡା, ପବିତ୍ର ଧାଙ୍ଗଡା ମାଝୀ, ଚନ୍ଦନ ମାରାଣ୍ଡି, ରେଶମା ପାତ୍ର, ପ୍ରମୁଖ ଉପସ୍ଥିତ ରହିଥିଲେ । ବର୍ତମାନ ପରିସ୍ଥିତିରେ ଏଡ୍ସକୁ ଜାଣିବା ଏହି ରୋଗ ବିରୋଧରେ ଜିଣିବା, ଏଡ୍ସ ରୋଗ ଏକ ଘାତକ ଅଟେ, ସେଥିରୁ ଯୁବକ ହୁଅ ଜାଗ୍ରତ, ରୋଗୀକୁ ଘୃଣା କର ନାହିଁ ରୋଗକୁ ଘୃଣା କରନ୍ତୁ । ଅସୁରକ୍ଷିତ ଯୌନ ସମ୍ପର୍କ ଜୀବନରେ ଆଣେ ଦାରୁଣ ଦୁଃଖ । ବିଦ୍ୟାର୍ଥୀ ମାନଙ୍କୁ ଏଭଳି ସଚେତନତା ବାର୍ତ୍ତା ମାଧ୍ୟମ ରେ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଏହି କଲେଜର ଏନ୍ଏସ୍ଏସ୍, ୱାଇଆରସି, ଏନ୍ଏସ୍ଏସ୍ର ସ୍ୱାଚ୍ଛାସେବୀ ମାନେ ଯୋଗ ଦେଇଥିଲେ । କଲେଜ ପରିସରରୁ ଏକ ସଚେତନତା ରାଲି ବାହାରି ରଜମ୍ମା ତୋରଣ ପର୍ଯ୍ୟନ୍ତ ଯାଇ ଫେରିଥିଲେ ।
ନବରଙ୍ଗପୁର: ଜିଲ୍ଲା ମୁଖ୍ୟଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ନବରଙ୍ଗପୁର ତରଫରୁ ବିଶ୍ୱ ଏଡ୍ସ୍ ଦିବସ  ଉଚ୍ଚ ବିଦ୍ୟାଳୟର ସମ୍ମିଲନୀ କକ୍ଷରେ ପାଳନ ହୋଇଥିଲା । ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଏନ୍ସିସି, ସ୍କାଉଟ୍, ପୁଲିସ ଷ୍ଟାଫ୍, ବିଏସଏଫ୍ ଯବାନ, ଆଶାକର୍ମୀ, ସମସ୍ତ ମହାବିଦ୍ୟଳୟର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ନେଇ ଏଡସ୍ ସଚେତନତା ରାଲି ଅନୁଷ୍ଟିତ ହୋଇଥିଲା । ଏହି ବୈଠକରେ ମୁଖ୍ୟଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ପଣ୍ଡା ସଭାପତିତ୍ୱ କରିଥଲେ । ମୂଖ୍ୟ ଅତିଥି ରୁପେ କୁନୁ ମାଝୀ, ମୁନିସିପାଲିଟି ଚେୟାରମ୍ୟାନ୍, ନିମନ୍ତ୍ରିତ ଅତିଥି ରୁପେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଡ଼ାକ୍ତର ନବକିଶୋର ବେହେରା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ମଳୟ କୁମାର ତ୍ରିପାଠୀ, ଡିଆଇପିଆର୍ ଓ ମନୋଜ କୁମାର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମ ବିଷୟରେ ନିଜର ଅଭିମତ ପ୍ରକାଶ କରିଥିଲେ  । ପ୍ରତିଯୋଗୀତାରେ କୃତି ଛାତ୍ର/ ଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ ତଥା ଦସ୍ତଖତ ଅଭିଯାନ କରାଯାଇଥିଲା  ।