ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ ଉଦ୍ଘାଟିତ

ନୂଆପଡା: ଜିଲ୍ଲା ଖଡ଼ିଆଳ ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ ଖଡ଼ିଆଳ ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ଅନ୍ତଃଜିଲ୍ଲା ଡବଲସ  ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ଉଦ୍ଘାଟିତ ହୋଇଯାଇଛି । ଏଥିରେ  ମୁଖ୍ୟଅତିଥି ଭାବେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଯୋଗଦେଇ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ  କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ଖଡ଼ିଆଳ ଲୋୟର ଇନ୍ଦ୍ର ଅଧିକ୍ଷଣ ଯନ୍ତ୍ରୀ  ଇଂ. ସୌମ୍ୟକିଶୋର ଜୟପୁରିଆ, ବିଦୁ୍ୟତ ବିଭାଗ ସହକାରୀ ଯନ୍ତ୍ରୀ ନନ୍ଦକୁମାର ନାଗ , ଡ଼. ମେଜର ରାମଚନ୍ଦ୍ର ମିଶ୍ର, ଏଲଆଇସି ଡିଓ ବିନୋଦ ବିହାରୀ ପାଢ଼ୀ, ବିଜୟ ବାବୁ,ସାମ୍ବାଦିକ କୁନୁ କରୁଆଁ, ସଞ୍ଜୟ ସେଠି ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉସôାହିତ କରିଥିଲେ । ଏହି ଉଦଘାଟନୀ ସମାରୋହରେ ଖଡ଼ିଆଳ ଯୁବ ମୋର୍ଚ୍ଚାର ସଭାପତି ଅଭିଳାଷ ସିଂଦେଓ  ଅଧକ୍ଷତା କରିଥିବା ବେଳେ ଡ଼. ରାମ ଚନ୍ଦ୍ର ମିଶ୍ର ସଭାକୁ ପରିଚାଳନା କରିଥିଲେ କ୍ଷ ସରୋଜ କୁମାର ପଣ୍ଡା, ସୌରଭ ପଣ୍ଡା ଖେଳ ପରିଚାଳନା କରିଥିଲେ । ଏହି ଟୁର୍ନାମେଣ୍ଟ ଜାନୁୟାରୀ ୧୬, ୧୭ ଓ ୧୮ ତାରିଖ ୩ ଦିନ ଧରି ହେବାକୁଥିବା ବେଳେ ଏଥିରେ ୩୫ ବର୍ଷରୁ କମ ଏବଂ ୩୫ ବର୍ଷରୁ ଅଧିକ ବୟସ୍କ ବର୍ଗର ବିଭିନ୍ନ ଜିଲ୍ଲାରୁ ମୋଟ ୩୬ଟି ଟିମ ଭାଗ ନେଇଛନ୍ତି । ଏହି ଟୁର୍ନାମେଣ୍ଟରେ ରିତେଶ ବାବୁ,ପ୍ରସନ୍ନ କୁମାର ମାହାନା,ରଶ୍ମି ରଞ୍ଜନ ପାଣିଗ୍ରାହୀ,ବନବିହାରୀ ବେହେରା, ଆଲୋକ ରଥ,ମାନସ ପତି,ବିଜୁ ସେଠି,ଅଙ୍କିତ ସାହୁ, ଅକ୍ଷୟ ପାଢ଼ୀ,ସେରୁ, ସୁବୁ ପ୍ରମୁଖ ଟୁର୍ନାମେଣ୍ଟ ଆୟୋଜନରେ ପୂର୍ଣ ସହଯୋଗ କରିଛନ୍ତି ।