ନୂତନ ଶ୍ରେଣୀଗୃହ ଓ ଇ.ଲାଇବ୍ରେରୀ ଉଦ୍ଘାଟିତ
ଛତ୍ରପୁର: ଛତ୍ରପୁର ବ୍ଲକଅନ୍ତର୍ଗତ ବିପୁଳିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ନୂତନ ଶ୍ରେଣୀ ଗୃହ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଇ.ଲାଇବ୍ରେରୀ ଉଦ୍ଘାଟିତ ହୋଇଯାଇଛି । ଏହାକୁ ଛତ୍ରପୁର ବ୍ଲକ କିରଣ କୁମାରୀ ଦାସ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଶୁଭଉଦଘାଟନ କରିବା ସହ ଏହା ଦ୍ୱାରା ଛାତ୍ର/ଛାତ୍ରୀ ମାନେ ବିଶେଷ ଉପକୃତ ହୋଇପାରିବେ ବୋଲି କହିଥିଲେ । ବିପିଳିଙ୍ଗି ଗ୍ରାମରେ ଥିବା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ର/ଛାତ୍ରୀମାନଙ୍କ ନିମନ୍ତେ ଅତିରିକ୍ତ ଶ୍ରେଣି ଗୃହ ଆବଶ୍ୟକ ହେଉଥିବା ବେଳେ ୫ଲକ୍ଷ ବ୍ୟୟ ଅଟ୍ଟକଳରେ ଏହା ନିର୍ମାଣ କରାଯାଇଛି । ସେହିପରି ପଚାଂୟତ କାର୍ଯ୍ୟାଳୟ ନିକଟରେ ୫ଲକ୍ଷ ବ୍ୟୟ ଅଟ୍ଟକଳରେ ଇ.ଲାଇବ୍ରେରୀ ମଧ୍ୟ ନିର୍ମାଣ କରାଯାଇଛି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ୍?.ଶାରଦା ରେଡି, ଭାରପ୍ରାପ୍ତ ବିଡିଓ ଜୟଶ୍ରୀ ନାଇକ, ୨୧ ନଂ ଜିଲା ପରିଷଦ ସଭ୍ୟା ଛବିତା ବେହେରା, ସରପଞ୍ଚ ହିନା ସେଠୀ, ନାଏବ ସରପଂଚ ବିରଭଦ୍ର ପାଣିଗ୍ରାହୀ, ପୂର୍ବତନ ଜିଲା ପରିଷଦ ସଭ୍ୟ ମୁନା ଦାସ,୧୯ନଂ ଜିଲା ପରିଷଦ ସଭ୍ୟା ରଶ୍ମିତା ନାହକ, ଯୁବନେତା ଲକ୍ଷ୍ମଣ ସେଠୀ ସୁରେଶ ଦାଶ, ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ୍ଚକ୍ରପାଣି ରେଡି, ଚମାଖଣ୍ଡି ସରପଞ୍ଚ ସିଏଚ ମନୋଜ କୁମାର ରେଡ୍ଡୀ , ମହାନାଦପୁର ସରପଞ୍ଚ ରବିନ୍ଦ୍ର ରାଉଳ, କାଳୀପଲ୍ଲୀ ସମିତି ସଭ୍ୟ ବିକାଶ ବେହେରା, ପୋଟ୍ଟଲାମପୁର ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ସୁନ୍ଦରପୁର ସମିତି ସଭ୍ୟ ସୁଜ୍ଞାନୀ ସେଠୀ, ପୂର୍ବତନ ସରପଞ୍ଚ ଟି.ନରସିଂହ ରେଡ୍ଡୀ, କାମରାଜୁ ଖୁଣ୍ଟିଆ, ବେଣୁଧର ବେହେରା, କିଶୋର ବେହେରା, କାଳିଆ ନାହାକଙ୍କ ସମତେ ବିଭିନ୍ନ ପଚାଂୟତର ବହୁ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ ।