କଳାହାଣ୍ଡି ଏବଂ ରାୟଗଡ଼ାର ୨୧ ଗ୍ରାମକୁ ଆଲୋକିତ କରିଛି ବେଦାନ୍ତ
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାର ୨୧ଟି ଗ୍ରାମରେ ୯୬ଟି ସୌରଚାଳିତ ଷ୍ଟ୍ରିଟ୍ଲାଇଟ୍ ସ୍ଥାପନ କରିଛି । ଏହି ଷ୍ଟ୍ରିଟ୍ଲାଇଟ୍ସ ପୁର୍ବରୁ ଆଲୋକିତ ନଥିବା ଅଞ୍ଚଳରେ ଆଲୋକୀକରଣର ଏକମାତ୍ର ଉସô ଭାବରେ କାର୍ଯ୍ୟକରେ । ଏହି ସବୁଜ ପଦକ୍ଷେପ ବାର୍ଷିକ ପ୍ରାୟ୨୨ଟନ୍ ସିଓ୨ସମକକ୍ଷ ନିର୍ଗମନ ହ୍ରାସ କରିବାରେ ଯୋଗଦାନ ଦେବା ସହିତ ୫,୦୦୦ରୁ ଅଧିକ ବାସିନ୍ଦାଙ୍କୁ ନିର୍ଭର ଯୋଗ୍ୟ, ଶକ୍ତି-ଦକ୍ଷ ଆଲୋକ ପ୍ରଦାନ କରିବ । ଏହା ବଜାର, ଗ୍ରାମ ପ୍ରବେଶପଥ, ବସ୍ଷ୍ଟାଣ୍ଡ, ସମ୍ପ୍ରଦାୟ କେନ୍ଦ୍ର, ସ୍କୁଲ ଏବଂ ମୁଖ୍ୟରାସ୍ତା ଭଳି ପ୍ରମୁଖ ସ୍ଥାନ ଗୁଡ଼ିକୁ ଲକ୍ଷ୍ୟକରି ଅଞ୍ଚଳରେ ୧୫୦ଟି ସୌରଚାଳିତ ଷ୍ଟ୍ରିଟ୍ଲାଇଟ୍ସ ସ୍ଥାପନ କରିବା ପାଇଁ ପ୍ରତିଶୃତିବଦ୍ଧ । ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି ବେଦାନ୍ତ ଆଲୁମିନିୟମରେ, ଆମର ସମ୍ପ୍ରଦାୟ ବିକାଶ କାର୍ଯ୍ୟକ୍ରମ ଗୁଡ଼ିକ ଆମେ ସେବାକରୁଥିବା ଅଞ୍ଚଳ ଗୁଡ଼ିକର ନିର୍ଦ୍ଧିଷ୍ଟ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରାଯାଇଛି । କଳାହାଣ୍ଡି ଏବଂ ରାୟଗଡାରେ ସୌରଆଲୋକ ପ୍ରକଳ୍ପ ସ୍ଥାୟୀତ୍ୱ ଏବଂ ଅନ୍ତର୍ଭୁକ୍ତ ମୂଳକ ଅଭିବୃଦ୍ଧି ଆମର ପ୍ରତିବଦ୍ଧତାର ପ୍ରମାଣ । ଗ୍ରାମାଞ୍ଚଳରେ ସବୁଜ ଭିତ୍ତିଭୂମିକୁ ସମନ୍ୱିତ କରି, ଆମେ ଏକ ଉଜ୍ଜ୍ୱଳ, ସୁରକ୍ଷିତ ଏବଂ ଅଧିକ ସ୍ଥାୟୀ ଭବିଷ୍ୟତ ନିର୍ମାଣ କରିବାକୁ ପ୍ରୟାସ କରୁ ।”କାଶୀପୁର ବ୍ଲକର ସୁଙ୍ଗେର ଗ୍ରାମପଞ୍ଚାୟତର ସରପଞ୍ଚ ଜଗନ୍ନାଥ ନାଏକ ନାୟବ କହିଛନ୍ତି, “ବେଦାନ୍ତର ସୌର-ଆଲୋକୀ କରଣ ପଦକ୍ଷେପ କେବଳ ଆମଗାଁକୁ ଆଲୋକିତ କରିନାହିଁ ବରଂ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରିଛି । ଆମେ ବର୍ତ୍ତମାନ ବିଦୁ୍ୟତ୍ ଯୋଗାଣର ଏକ ନିର୍ଭର ଯୋଗ୍ୟ ଉସôପାଇଛୁ । ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳ କ୍ରୀଡା ଏବଂ ସଂସ୍କୃତିକୁ ନେଇ ରଣନୈତିକ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ପରିବର୍ତ୍ତନ ଆଣିବା ପାଇଁ ବେଦାନ୍ତ ଆଲୁମିନିୟମ ପ୍ରତିବଦ୍ଧ ।