ଲିସିନଲାଇଟ୍ସ ଏବଂ କିଟ ମଧ୍ୟରେ ବୁଝାମଣା ସ୍ୱାକ୍ଷର
ଭୁବନେଶ୍ୱର : ଡାଟା ସେଣ୍ଟର ପାଇଁ ଭାରତର ସର୍ବବୃହତ୍ ଏମଇପି ଜିସି ସେବା ପ୍ରଦାନକାରୀ ଲିସିନଲାଇଟ୍ସ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକ୍ସନ୍ ପକ୍ଷରୁ ମେକାନିକାଲ୍, ଇଲେକ୍ଟ୍ରିକାଲ୍ ଏବଂ ସିଭିଲ୍ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନଙ୍କୁ ବାସ୍ତବିକ ଅନୁଭୂତି ଏବଂ ଇଣ୍ଡଷ୍ଟ୍ରି ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବା ପାଇଁ କିଟ୍ ସହ ସହଯୋଗିତା ସ୍ଥାପନ କରାଯାଇଛି । ଏହି ନୂତନ ସହଯୋଗିତା ଶ୍ରେଣୀଗୃହ ଶିକ୍ଷା ଏବଂ ଅନଲାଇନ୍ ପ୍ରଶିକ୍ଷଣକୁ ଏକତ୍ର କରି ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ ଦିନରୁ ଏକ ଦୃଢ୍ କ୍ୟାରିଅର୍ ଗଠନ କରିବାରେ ସକ୍ଷମ କରିବ । ଗତ ସପ୍ତାହରେ ଏହି ମର୍ମରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ସହଯୋଗିତା ମାଧ୍ୟମରେ ଲିସିନଲାଇଟ୍ସ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକ୍ସନ୍ ପକ୍ଷରୁ କିଟର ଡାଟା ସେଣ୍ଟରକୁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ପରିଣତ କରାଯିବ । ଏହି ସହଯୋଗିତାର ଏକ ମୁଖ୍ୟ କାର୍ଯ୍ୟକ୍ରମ ହେଉଛି ୱର୍କ୍ ଇଣ୍ଟିଗ୍ରେଟେଡ୍ ଲର୍ଣ୍ଣିଂ ପ୍ରୋଗ୍ରାମ୍ (ଡବ୍ଲ୍ୟୁଆଇଏଲପି) । ଏହା ଲିସିନଲାଇଟ୍ସରେ କାମ କରୁଥିବା ଜୁନିୟର୍ ଇଞ୍ଜିନିୟର୍ ଟ୍ରେନିମାନଙ୍କୁ (ଜେଇଟି) ଏବଂ ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନିମାନଙ୍କୁ (ଜିଇଟି)ମାନଙ୍କୁ ନିଜ ଚାକିରି ଜାରି ରଖିବା ସହିତ କିଟରୁ ବିଟେକ କିମ୍ବା ଏମ ଟେକ ଡିଗ୍ରୀ ହାସଲ କରିବାର ସୁଯୋଗ ପ୍ରଦାନ କରିବ । ସେମାନେ କ୍ୱାଲିଟି ଆସ୍ୟୁରାନ୍ସ (କ୍ୟୁଏ) ଏବଂ ଟେଷ୍ଟିଂ ଆଣ୍ଡ କମିଶନିଂ (ଟିଆଣ୍ଡସି) ଆଦି ଗୁରୁତ୍ୱପୂର୍ଣ୍ଣ ଟେକ୍ନିକାଲ୍ କ୍ଷେତ୍ରରେ ବିଶେଷଜ୍ଞତା ହାସଲ କରିପାରିବେ ।