ବର୍ଷା ଉଜାଡି ଦେଲା ପରିବା ଫସଲ

କାମାକ୍ଷାନଗର ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଚାଷୀଙ୍କ ପାଇଁ ଦୁଃଖ ଆଣିଦେଇଛି । ଏକର ଏକର ଧାନ ଫସଲ ନଷ୍ଟ ହେବା ସହ ପନିପରିବା ଚାଷ ବି ଉଜୁଡ଼ିଯାଇଛି । କାମାକ୍ଷାନଗର ବ୍ଲକର ଖଟଖୁରା ଗାଁରେ କୋବି, ଟମାଟୋ, ଧନିଆ, ବାଇଗଣ, ଲଙ୍କା ଆଦି ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଚାଷୀ ମୁଣ୍ଡରେ ଚଡକ ପକାଇଛି ଅଦିନିଆ ବର୍ଷା କ୍ଷ ଗତ ଚାରିରୁ ପାଞ୍ଚ ଦିନ ଧରି ହୋଇଥିବା ବର୍ଷା ଯୋଗୁ ପନିପରିବା ଚାଷ ନଷ୍ଟ ହୋଇଯାଇଛି ।

କୋବି ଫସଲରେ ପୋକ ଲାଗିବା ସହ ଟମାଟୋ, ବାଇଗଣ ଚାଷ ବି ପଚି ସଢ଼ିଗଲାଣି କ୍ଷ ଫଳରେ ବାଧ୍ୟହୋଇ ଚାଷୀମାନେ ସ୍ଥାନୀୟ ବଜାରରେ ଅଳ୍ପ ଦରରେ ପରିବା ବିକ୍ରି କରୁଛନ୍ତି । ବ୍ୟାଙ୍କରୁ ଋଣ କରି କିମ୍ବା ସାହୁକାର ଠାରୁ ସୁଧରେ ଟଙ୍କା ଆଣି ପରିବା ଚାଷ କରି ଭଲ ଦୁଇ ପଇସା ରୋଜଗାର ଆଶାରେ ଥିବା ଚାଷୀ ଏବେ କେମିତି ଋଣ ପରିଶୋଧ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି କ୍ଷ ପରିବା ଚାଷରୁ ଗୁଜୁରାଣ ମେଣ୍ଟାଉଥିବା ଚାଷୀ ଅଦିନିଆ ବର୍ଷା ଯୋଗୁ କ୍ଷତି ସହିବାକୁ ପଡ଼ିଛି ।