କଳିଙ୍ଗ ଯୁବସେନା ପକ୍ଷରୁ ରକ୍ତଦାନ ଶିବିର
ବାଲିଅନ୍ତା : କଳିଙ୍ଗ ଯୁବସେନା ପକ୍ଷରୁ ଯୁବନେତା ଭଗବାନ ସାହୁଙ୍କ ଦଶମ ବିବାହ ବାର୍ଷିକ ଉପଲକ୍ଷେ ଧଉଳି ସ୍ଥିତ ତୃପ୍ତି କଲ୍ୟାଣ ମଣ୍ଡପରେ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନିଜ ବିବାହ ବାର୍ଷିକକୁ ମହାଡ଼ମ୍ବରରେ ପାଳନ ନ କରି ଏଭଳି ମାନବ ସେବା କାର୍ଯ୍ୟରେ ଲଗାଇବା ପାଇଁ ଚିନ୍ତାପ୍ରକଟ କରିଥିଲେ ଶ୍ରୀ ସାହୁ ।
ଆଜି ଉକ୍ତ ରକ୍ତଦାନ ଶିବିରରେ ଶତାଧିକ ରକ୍ତଦାତା ମାନେ ରକ୍ତଦାନ କରିଥିଲେ । ବିଶେଷକରି ଆଜି ପ୍ରଥମଥର ପାଇଁ ୫ରୁ ଊର୍ଦ୍ଧ୍ୱ ଯୁବତୀ ଓ ମହିଳା ରକ୍ତଦାନ କରିଥିଲେ । ମୋଟ ୧୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଏହି ରକ୍ତକୁ ବିଏମସି ହସ୍ପିଟାଲ ସଂଗ୍ରହ କରିଥିଲା । ଏହି ରକ୍ତଦାନ ଶିବିରରେ ଅତିଥିଭାବେ ଏକାମ୍ର ବିଧାୟକ ବାବୁ ସିଂ, ଗ୍ରାମ୍ୟଦ୍ୟୋଗ ଓ ଖଦିବୋର୍ଡର ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ, ଜିଲ୍ଲାପରିଷଦ ସଭ୍ୟ ସୁବାସ ସୁନ୍ଦରାୟ, ଯୁବନେତା ରଞ୍ଜିତ ମହାପାତ୍ର, ସ୍ଥାନୀୟ ସରପଞ୍ଚ ଚନ୍ଦନ କୁମାର ମଲ୍ଲିକ, ବିଜେଡିର ପୂର୍ବତନ ଜିଲ୍ଲା ଉପଦେଷ୍ଟା ମନୋରଞ୍ଜନ ମହାନ୍ତି, ଅରୁଣ ପୁରୋହିତ, ଆଞ୍ଚଳିକ ବିକାଶ ପରିଷଦ ସଭାପତି ବୃନ୍ଦାବନ ସାହୁ, ଯୁବନେତା ବୁଲୁ ନାୟକ, ଆଲୋକ ରଞ୍ଜନ ସାହୁ, ରାଜେନ୍ଦ୍ର ସାହୁ, ସୁମନ୍ତ ସୁବୁଦ୍ଧି, ଛାତ୍ରନେତା ରକି ଦାଶ, ଯୁବନେତା ଅଜୟ ସ୍ୱାଇଁ, ରାଜକିଶୋର ଜେନା, ବିଶ୍ୱ ପ୍ରତାପ ସାହୁ, ବିନ୍ଦୁସାଗର ପ୍ରଧାନ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉସôାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ କଳିଙ୍ଗ ଯୁବସେନାର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ଯୁବନେତା ଶ୍ରୀ ସାହୁଙ୍କ ଏଭଳି ରକ୍ତଦାନ ଭଳି ମହତ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଭୁୟସୀ ପ୍ରଂଶସା କରିଥିଲେ ।