କଳିଙ୍ଗନଗର ବୁଲେଟିନ ପ୍ରତିଭା ସମ୍ମାନ

 ବ୍ୟାସନଗର: ଏଠାରୁ ପ୍ରକାଶ ପାଉଥିବା ମାସିକ ସମ୍ବାଦପତ୍ର ‘କଳିଙ୍ଗନଗର ବୁଲେଟିନ’ର ପ୍ରତିଭା ସମ୍ମାନ-୨୦୨୫ ଘୋଷଣା କରାଯାଇଛି । ନଟରାଜ ଗ୍ରୁପର ପରିଚାଳନା ନିଦେ୍ର୍ଦଶକ ରବିନାରାୟଣ ପୁହାଣ, ବରିଷ୍ଠ ପ୍ରବନ୍ଧକ (କାର୍ମିକ) ଓଡ଼ିଶା ଖଣି ନିଗମ ଦେବାଶିଷ ସାମଲ, ଯାଜପୁର ଜିଲା କ୍ରିଡ଼ା ସଂସଦର ସାଧାରଣ ସଂପାଦକ ସମ୍ବିତ ମହାନ୍ତି, ସୁକିନ୍ଦା ପ୍ରେସ କ୍ଲବ ସଭାପତି ବିଶ୍ୱଜିତ ନାୟକ, ଗୋ ସେବକ ଦୀନେଶ ମସ୍କରା, ଯୁବ ଉଦ୍ୟୋଗୀ ଆଲୋକ ମହାନ୍ତି, ଖବର କାଗଜ ବିତରକ ଗୋବିନ୍ଦ ଚନ୍ଦ୍ର ଦାସ ପ୍ରମୁଖଙ୍କୁ ଆସନ୍ତା ୨୫ ତାରିଖରେ ବୁଲେଟିନ୍ର ତ୍ରୟଦଶ ସମାରୋହରେ ସମ୍ମାନିତ କରାଯିବ ବୁଲେଟିନ ସମ୍ପାଦକ ହାରାଧନ ବାନାର୍ଜୀ ପ୍ରେସ ବିବୃତିରେ ଜଣାଇଛନ୍ତି ।