ବ୍ଲକ ଗ୍ରାଣ୍ଟ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ
ଯାଜପୁର ଟାଉନ: ସୁଦର୍ଶନ ପାଢୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାମୋଦର ମିଶ୍ରଙ୍କ ଅଧ୍ୟକ୍ଷତାରେ ବ୍ଲକ ଗ୍ରାଣ୍ଟ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ସାମ୍ବିଧାନିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଯେଉଁ ସମାବେଶରେ ଜିଲ୍ଲା ,ବ୍ଲକ ସ୍ତରର କର୍ମକର୍ତା, ବରିଷ୍ଠ ଶିକ୍ଷକ ଓ କର୍ମଚାରୀ ଯୋଗଦେଇ ରାଜ୍ୟ ସରକାରଙ୍କର ଦୀର୍ଘବର୍ଷ ହେଲା ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟଗୁଡିକର ନାର୍ଯ୍ୟ ଅଧିକାର ପେନ୍ସନ ଓ ଅନ୍ୟାନ୍ୟ ସର୍ତାବଳିରୁ ବଂଚିତ କରିଯାଇଛି ବୋଲି ଅଭିଯୋଗ କରିଥିଲେ । ତାହାର ଘୋର ବିରୋଧ ଓ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା । ପରିଶେଷରେ ଜିଲାର ସାମ୍ବିଧାନିକ କାର୍ଯ୍ୟକ୍ରମକୁ ସଂପାଦନ କରାଯାଇଥିଲା । ସମାବେଶରେ ରାଜ୍ୟ ସଂପାଦକ ଅଶୋକ କୁମାର ଲେଙ୍କା, ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ଖଣ୍ଡାଇ, ଜିଲାର ପୂର୍ବତନ ସଭାପତି ହରିଶ୍ ଚନ୍ଦ୍ର ମହାରଣା, ଅନିଲ୍ କୁମାର ରାୟ, ବୃଷଭାନୁ ଜେନା, ଯୁଗଳ କିଶୋର ସାହୁ, ଆର୍ଯ୍ୟ ନାରାୟଣ ପଣ୍ଡା, ସତ୍ୟଭୂଷଣ ବାରିକ, ରାଜକିଶୋର ପୋଥାଳ, ଗୋପୀନାଥ ମିଶ୍ର, ବିମ୍ବାଧର ଜେନା, ରମାକାନ୍ତ ଭଞ୍ଜ, ମାନସ ରଞ୍ଜନ ଦେବତା, ଜନ୍ମେଜୟ ତ୍ରିପାଠୀ ପ୍ରମୁଖ ନେତୃବୃନ୍ଦଙ୍କ ଉପସ୍ଥିତିରେ ଜିଲାର ସାମ୍ବିଧାନିକ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଅନିଲ କୁମାର ରାୟ, କାର୍ଯ୍ୟକାରୀ ସଭାପତି ଆର୍ଯ୍ୟ ନାରାୟଣ ପଣ୍ଡା, ଉପସଭାପତି ମାନସ ରଂଜନ ଦେବତା, ଅଚୁ୍ୟତାନନ୍ଦ ପରମାଣିକ, ସଂପାଦକ ବୃଷଭାନୁ ଜେନା, ସହସଂପାଦକ ସତ୍ୟଭୂଷଣ ବାରିକ, ଏସ.କେ ତାଜଉଦ୍ଦିନ, ଯୁଗ୍ମ ସଂପାଦକ ଗୋପିନାଥ ମିଶ୍ର, କୋଷାଧ୍ୟକ୍ଷ ରାଜକିଶୋର ପୋଥାଳ,ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ଅକ୍ଷୟ କୁମାର ଖଣ୍ଡାଇ, ଉପଦେଷ୍ଟା ମଣ୍ଡଳୀରେ ହରିଶ୍ଚନ୍ଦ୍ର ମହାରଣା, ଯୁଗଳ କିଶୋର ସାହୁ, ରମାକାନ୍ତ ଭଞ୍ଜ, ବିମ୍ବାଧର ଜେନା, ଗୌରାଙ୍ଗ ଚରଣ ସ୍ୱାଇଁ, କିଶୋର ଚନ୍ଦ୍ର ଜେନା, ହେମନ୍ତ କୁମାର ସାହୁ, କ୍ଷିରୋଧ କୁମାର ଦାସ ପ୍ରମୁଖ ନିର୍ବାଚିତ ହୋଇଥିଲେ । ପରେ ନୂତନ କର୍ମକର୍ତାମାନେ ରାଜ୍ୟ ସଂପାଦକଙ୍କ ଦ୍ୱାରା ଶପଥ ପାଠ କରିଥିଲେ ।