ପଡିଲାନି ବ୍ୟାସ ମହୋତ୍ସବରେ ପ୍ରାକ୍ତନ ଅଧ୍ୟକ୍ଷ-ଉପାଧ୍ୟକ୍ଷଙ୍କ ପାଦ : ପାରିଷଦଙ୍କୁ ସମ୍ମାନ ନାହିଁ ସେଠାକୁ ଯିବା ଭୁଲ୍
ବ୍ୟାସନଗର: ଶୁକ୍ରବାର ଥିଲା ବ୍ୟାସ ମହୋତ୍ସବର ୭ମ ସନ୍ଧ୍ୟାରେ ପ୍ରାକ୍ତନ ଅଧ୍ୟକ୍ଷ/ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କୁ ଶଙ୍ଖୋଳିବାକୁ ବ୍ୟାସନଗର ପୌରପାଳିକା ପକ୍ଷରୁ କରାଯାଇଥିଲା ନିମନ୍ତ୍ରଣ । ହେଲେ କାହାର ପାଦ ପଡ଼ିଲାନି ମହୋସôବ ମଞ୍ଚରେ । ଅତିଥିଙ୍କୁ ମଞ୍ଚ ଏବଂ ନିମନ୍ତ୍ରଣ କରିଥିବା ପୈାରାଧ୍ୟକ୍ଷାଙ୍କୁ ନିରାଶ ହେବାକୁ ପଡ଼ିଲା । କାହିଁକି ଏବଂ କ’ଣ ପାଇଁ ନିମନ୍ତ୍ରଣକୁ ପ୍ରତ୍ୟାକ୍ଷାନ କଲେ ଅଧ୍ୟକ୍ଷ/ଉପାଧ୍ୟକ୍ଷ ତାହାକୁ ନେଇ ବ୍ୟାସନଗର ପୈାରାଞ୍ଚଳରେ ଆଲୋଚନା ବିଷୟ ହୋଇପଡ଼ିଛି । ଯଦି କହିବା ତେବେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖଣ୍ଟିଆ ଏବଂ ପ୍ରାକ୍ତନ ବିଧାୟିକା ସଂଚିତା ମହାନ୍ତିଙ୍କ ପଦାଙ୍କ ଅନୁକରଣ କରିଛନ୍ତି ଅଧ୍ୟକ୍ଷା/ଉପାଧ୍ୟକ୍ଷ । ପ୍ରାକ୍ତନ ସାଂସଦ ରାମଚନ୍ଦ୍ର ଓ ପ୍ରାକ୍ତନ ବିଧାୟିକା ସଂଚିତାଙ୍କୁ ନିମନ୍ତ୍ରଣ କରିବାର ଯେଉଁ ତ୍ରୁଟି କରାଯାଇଥ୍ôଲା,ତାହାକୁ ଅଧ୍ୟକ୍ଷ/ଉପାଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରିବାରେ ଦୋହରା ଯାଇନଥିଲା ସ’ତ ହେଲେ ପାରିଷଦଙ୍କୁ ସମ୍ମାନ ମିଳୁନଥିବାରୁ ସେ ଯିବାକୁ ଠିକ ଭାବିଲେନି ବୋଲି ବନ୍ଦିତା ପରିଡ଼ା ଏବଂ ସବିତା ରାଉତ ସୂର୍ଯ୍ୟପ୍ରଭାକୁ କହିଛନ୍ତି । ପୌରପରିଷଦ ଆୟୋଜିତ ବ୍ୟାସ ମହୋସôବ ମଂଚକୁ କାହିଁକି ଗଲେନି ବୋଲି ଏହି ପ୍ରତିନିଧି ପ୍ରାକ୍ତନ ଅଧ୍ୟକ୍ଷ ରସାନନ୍ଦ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷା ସରୋଜୀନୀ ବଳ, ବନ୍ଦିତା ପରିଡ଼ା ଏବଂ ସବିତା ରାଉତ୍ଙ୍କ ମତାମତ ଲୋଡ଼ିଥିଲେ । ରସାନନ୍ଦ ମହୋସôବକୁ ମୋତେ ନିମନ୍ତ୍ରଣ କରାଯାଇଥିଲା ସତ ହେଲେ ଯେତେ ବେଳେ କେହି ଯାଉନାହାନ୍ତି, ସେତେ ବେଳେ ମୋତେ ଯିବାକୁ ଭଲ ଲାଗିଲାନି ବୋଲି କହିଥିଲେ । ଖୋଲିକି କିଛି କହିନଥିବା ରସାନନ୍ଦ କିନ୍ତୁ କେହି ଯାଉନଥିବା କଥା କହି ଅନେକ କିଛି ଇଙ୍ଗିତ କରିଥିଲେ । ପ୍ରାକ୍ତନ ଅଧ୍ୟକ୍ଷା ସରୋଜୀନୀ ଏମିତି ଗଲିନି ବୋଲି ବେଶି କିଛି କହିନଥିଲେ । କିନ୍ତୁ ପ୍ରାକ୍ତନ ଅଧ୍ୟକ୍ଷା ବନ୍ଦିତା ଏବଂ ସବିତା ଆୟୋଜକଙ୍କ ଉପରେ ପ୍ରବଳ ବର୍ଷିଥିଲେ । କହିବାକୁ ଗଲେ ଉଭୟଙ୍କ ମତରେ ସମାନତା ଥିଲା । କଂଗ୍ରେସ ନେତ୍ରୀ ହେଉଛନ୍ତି ବନ୍ଦିତା ପରିଡ଼ା । ବ୍ୟାସ ମହୋସôବ ଆୟୋଜନ ଯେଭଳି ଭାବେ କରାଯାଇଛି, ତାକୁ ନେଇ ସେ ପୈାରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଏବଂ ଆୟୋଜନ ପରିଚାଳନାକୁ ନେଇ କରିଥିଲେ କଟୁ ସମାଲୋଚନା । ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ ପୌରପାଳିକା ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା, ସତ କିନ୍ତୁ ଯେଭଳି ଭାବେ ମହୋସôବ ଆରମ୍ଭ ପରେ ନିମନ୍ତ୍ରଣ କରାଯାଉଛି, ତାହାକୁ ନେଇ ନାପସନ୍ଦ କରିଥିଲେ । ପୈାରପାଳିକା ତାଙ୍କୁ ଗୁରୁତ୍ୱ ନୁହେଁ ଧର୍ମକୁ ଆଖିଠାର ମାରିବା ଭଳି ଡ଼ାକିଥିଲା । ବ୍ୟାସ ମହୋତ୍ସବ ହେଉଛି, ବ୍ୟାସନଗରବାସୀଙ୍କର । ଅଧ୍ୟକ୍ଷାଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ପାରିଷଦ, ଏବଂ ପୈାର ପାଳିକା ମହୋସôବ ସଂଚାଳନ କରିବାର ଦାୟିତ୍ୱ ରଖନ୍ତି । କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଯାଇଛି । ପାରିଷଦଙ୍କୁ ଯେଉଁଠି ପଚରାଯାଉନି, ସମ୍ମାନ ମିଳୁନି, ସେଠି ଆମକୁ ଅତିଥି ଭାବେ ନିମନ୍ତ୍ରଣ କରି ଠିକ ବୋଲି ଭାବିଲିନି । ଅଧ୍ୟକ୍ଷା ନିଜର ଇଛାକୁ ସମସ୍ତଙ୍କ ଉପରେ ଲଦି ଦେବାକୁ ଚେଷ୍ଟା କରି ଏକଛତ୍ରବାଦ ରାଜନୀତି ଚଲାଇଛନ୍ତି ବୋଲି କହିଥିଲେ ବନ୍ଦିତା । ପ୍ରାକ୍ତନ ଅଧ୍ୟକ୍ଷା ସବିତା ମଧ୍ୟ ଆୟୋଜକ ଏବଂ ଅଧ୍ୟକ୍ଷାଙ୍କ ମନମାନିକୁ ନେଇ ଅଙ୍ଗୁଳି ଉଠାଇଥିଲୋ ବିଜେଡ଼ି ଜିଲା ମହିଳା ସଭାନେତ୍ରୀ ଥିବା ସବିତା କହିଥିଲେ ଯାହାକୁ ନିମନ୍ତ୍ରଣ କରାଯାଏ ନିମନ୍ତ୍ରଣ ପତ୍ରରେ ନାଁ ଛପା ଯାଏ । କିନ୍ତୁ ଏଠିତାହା କରାଯାଇନି । ପାରିଷଦଙ୍କ ପ୍ରସ୍ତାବକୁ ବାଏଁ ବାଏଁ ଉଡାଇ ଦେଇଥିବା ଅଧ୍ୟକ୍ଷା ମହୋସôବକୁ ନେଇ ଅକଳରେ ପଡ଼ିବା ପରେ ରାତି ଅଧିଆ ଅତିଥି ଖୋଜିବା ପରି ନିମନ୍ତ୍ରଣ କରିବା ଠାରୁ ବିଡ଼ମ୍ବନାର ବିଷୟ ଆଉ କ’ଣଥାଇପାରେ । ପାରିଷଦ ଯୋଉଠି ଯାଉ ନାହାନ୍ତି, ସେଠିକି ମୁଁ ବା କାହିଁକି ଯାଇଥାନ୍ତି । ଯିବା ଟା କେତେଦୂର ଯିବା ଠିକ୍ । ବ୍ୟାସ ସରୋବର ଯୋଉମାନେ ଆରମ୍ଭ କରିବା ସହ ସରସ ସୁନ୍ଦର କରିଥିଲେ ସେମାନଙ୍କୁ ଡ଼ାକିବା ଆବଶ୍ୟକ ଥିଲା । ପାରିଷଦଙ୍କୁ ସମ୍ମାନ ଏବଂ ବ୍ୟାସଗରର ଗୁଣିଗ୍ୟାନିଙ୍କ ପରାମର୍ଶ ନେଇ କାର୍ଯ୍ୟ କରିଥିଲେ ଆଜି ଏଭଳି ପରିସ୍ଥିତ ଉପୁଜିନଥାନ୍ତା ବୋଲି କହିଥିଲେ ସବିତା । ପ୍ରଥମେ ରାମଚନ୍ଦ୍ର, ସଞ୍ଚିତା ଏବଂ ଗଲାକାଲି ପ୍ରାକ୍ତନ ଅଧ୍ୟକ୍ଷା/ଅଧ୍ୟକ୍ଷ, ଉପାଧ୍ୟକ୍ଷ ମହୋସôବକୁ ବଏକଟ କରିବା ଘଟଣା ସହରରେ ଯେତିକି ଆଲୋଚନାର ବିଷୟ ହୋଇଛି, ପୌରାଧ୍ୟକ୍ଷାଙ୍କ ମନମାନି ମଧ୍ୟ ସେତିକି ଚର୍ଚ୍ଚା ହେଉଛି ।