କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତି ଢାଙ୍କିବା ଓ ବ୍ଲକରେ ହାତାହାତି ଘଟଣା... ବ୍ଲକ ଆଗରେ ବିଜେଡ଼ିର ଗଣଧାରଣା; ବିଡ଼ିଓଙ୍କୁ ଟାର୍ଗେଟ କଲେ ୫ ବିଧାୟକ
ାା ପ୍ରଭାନୁ୍ୟଜ ।ା ଧର୍ମଶାଳା : ପୁଲିସ କି ପ୍ରଶାସନ କୈାଣସି କାର୍ଯ୍ୟାନୁଷ୍ଠାନ ନେଲାନି । ଏଣୁ ପୂର୍ବ ଘେଷଣା ମତେ ଆଜି ଧର୍ମଶାଳା ବିଜେଡ଼ି ପକ୍ଷରୁ ଧର୍ମଶାଳା ବ୍ଲକ ଆଗରେ ଦିଆଯାଇଥିଲା ଗଣଧାରଣା । ଗଣଧାରଣାରେ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଗଧାଡ଼ିର ନେତା ହୋଇଥିଲେ ସାମିଲ । ପ୍ରାକ୍ତନ ଜିଲା ପରିଷଦ ଅଧ୍ୟକ୍ଷ ନରେଶ ମହାନ୍ତି ଚାଲିଥିବା ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ବ୍ଲକରେ ପଞ୍ଚାୟତ ପ୍ରତିନିଧିଙ୍କୁ କରାଯାଉଥିବା ଆକ୍ରମଣ ଏବଂ ପ୍ରାକ୍ତନ ବିଧାୟକ ସ୍ୱର୍ଗତ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଢାଙ୍କିଦେବା ଘଟଣାକୁ ନିନ୍ଦା କରି ଆରମ୍ଭ କରିଥିଲେ । ପରେ ପରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ପଞ୍ଚାୟତ ପ୍ରତିନିଧି ସଂଗଠନ କାର୍ଯ୍ୟକର୍ତ୍ତା ବିଡ଼ିଓଙ୍କ ଉପରେ ପ୍ରବଳ ବର୍ଷିଥିଲେ । ପ୍ରାକ୍ତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନେତୃତ୍ତ୍ୱରେ ଚାଲିଥିବା ଗଣଧାରଣାରେ ସାମିଲ ହୋଇଥିବାବିଞ୍ଝାରପୁର ବିଧାୟିକା ପ୍ରମିଳା ମଲିକ, ବରୀ ବିଧାୟକ ବିଶ୍ୱରଞ୍ଜନ ମଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡ଼ି ସଭାପତି ବ୍ୟୋମକେଶ ରାୟ, ବାଙ୍କୀ ବିଧାୟକ ତଥା ରାଜ୍ୟ ବିଜେଡି ଯୁବଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ବିଡ଼ିଓଙ୍କୁ କରିଥିଲେ ଟାର୍ଗେଟ । କହିଥିଲେ ବିଡ଼ିଓ ବ୍ଲକରେ ରାଜନୀତି କରୁଛନ୍ତି । ଜନଙ୍କ ଦ୍ୱାରା ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁଣ୍ଡା ଲଗାଇ ମାଡ଼ ମରାଉଛନ୍ତି । ରାଜ୍ୟ ସରକାର ଏବଂ ପୁଲିସ ପ୍ରଶାସନ ଯଦି ଏକ୍ଷେତ୍ରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ଏବଂ ଆଗାମି ଦିନରେ ଯଦି ଗୁଣ୍ଡାଗିରି ଚାଲେ,ତେବେ ଆନେ୍ଦାଳନକୁ ପଞ୍ଚାୟତରୁ ଗାଁକୁ ନେବୁ । ରାଜ୍ୟରେ ଏହା ବିରୁଦ୍ଧରେ ଦୃଢ ପ୍ରତିବାଦ କରିବୁ । ବିଜେଡି ନେତା ପ୍ରିୟନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗଣଧାରଣାରେ ପ୍ରାକ୍ତନ ବିଧାୟକ ପ୍ରଣବ ବଳବନ୍ତରାୟ କହିଥିଲେ କି ଧର୍ମଶାଳା ବ୍ଲକରେ ସାଧାରଣ ଲୋକେ ପ୍ରବେଶ କରିବାକୁ ଭୟ କରୁଛନ୍ତି । ଏଥିରୁ ନିବୃତ ନରହିଲେ ଆଗାମୀ ଦିନରେ ମୁଖ୍ୟ ସଚିବ ଓ ଡିଜିଙ୍କ ଭେଟି ଅଭିଯୋଗ କରିବୁ । ଗଣଧାରଣାରେ ହଜାର ହଜାର ବିଜେଡ଼ି ସମର୍ଥକ ସାମିଲ ହୋଇ ବିଡ଼ିଓ ଏବଂ ପୁଲିସ ବିରୁଦ୍ଧରେ ନାରାବାଜି ଦେଇଥିଲେ । ସୂଚନା ଥାଉକି ଅଗଷ୍ଟ ୨୮ତାରିଖରେ ବିଜେଡି ସମର୍ଥôତ କିଛି ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦଏକତ୍ର ହୋଇ ଏକ ଅଭିଯୋଗ ପତ୍ର ବିଡ଼ିଓଙ୍କୁ ପ୍ରଦାନ କରିବା ପାଇଁ ଆସିଥିବା ବେଳେ ଦୁଇ ଗୋଷ୍ଠି ମଧ୍ୟରେ ହାତାହାତି ଘଟିଥିଲା । ଯାହାକୁ ନେଇ ପଞ୍ଚାୟତ ପ୍ରତିନିଧି ଉକ୍ତଦିନ ଜିଲାପାଳ ଏବଂ ଏସପିଙ୍କୁ ଭେଟି ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଗଲାକାଲି ଏପିଡ଼ି ଏବଂ ଡ଼ିଏସପି ବ୍ଲକରେ ପହଞ୍ଚିି ଘଟଣାର ତଦନ୍ତ କରିବା ପୂର୍ବକ ପଞ୍ଚାୟତ ପ୍ରତିନିଧିଙ୍କୁ ପଚାରି ବୁଝିଥିଲେ । ରିପୋର୍ଟ ପରେ ହିଁ ବିଡ଼ିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି କି ନାହିଁ ତାହା ଜଣାପଡ଼ିବ । ଅନ୍ୟପକ୍ଷରେ ଗତମାସ ୨୪ତାରିଖରେ ଷ୍ଟାଡିୟମ ନିକଟରେ ସ୍ଥାପିତ ହୋଇଥିବା ପ୍ରାକ୍ତନ ଧର୍ମଶାଳା ବିଧାୟକ ସ୍ୱର୍ଗତ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିକୁ କେହି କପଡ଼ାରେ ଢାଙ୍କି ଦେଇଥିଲା । ସ୍ୱର୍ଗତ ଦାସଙ୍କ ପ୍ରତିମୂର୍ତ୍ତିକୁ ଢାଙ୍କି ଦିଆଯିବା ଏବଂ ପଞ୍ଚାୟତରେ ବିକାଶ ମୂଳକ କାର୍ଯ୍ୟ ଠପ୍ ହୋଇଥିବା ଭଳି ଘଟଣାକୁ ନେଇ ବିଜେଡ଼ି ବିଡ଼ିଓଙ୍କୁ ଡାଇରେକ୍ଟ କରିଥିବା ବେଳେ ବିଧାୟକଙ୍କୁ ପରୋକ୍ଷ ଟାର୍ଗେଟ କରିଥିଲା । ନିର୍ବାଚନ ପରେ ଚର୍ଚ୍ଚାରେ ରହିଥିବା ଧର୍ମଶାଳାରେ ହିଁ ବିଜେଡ଼ି ଆନେ୍ଦାଳନକୁ ଓହ୍ଲାଇ ଦଳ ଏବେବି ସକ୍ରିୟ ରହିଛି ବୋଲି ଏକ ବାର୍ତ୍ତା ଦେଇଛି ।