ପଞ୍ଚାୟତସ୍ତରୀୟ ଅଭିଯୋଗ ଣୁଣାଣି
ାା ପ୍ରଭାନୁ୍ୟଜ ।ା ଧର୍ମଶାଳା : ଧର୍ମଶାଳା ବ୍ଲକ ଅଭୟପୁର ପଞ୍ଚାୟତ କାର୍ଯ୍ୟାଳୟରେ ବିଡିଓଙ୍କ ଏକ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୋଟ ୧୦୩ଟି ଅଭିଯୋଗ ମଧ୍ୟରୁ ୨୨ଟି ଅଭିଯୋଗର ତକ୍ରାଳ ସମାଧାନ କରାଯାଇଥିଲା । ଜନଶୁଣାଣିରେ ଏବିଡିଓ ଅଶିତ କୁମାର ପାତ୍ର, ତହସିଲଦାର ଶୁଭଙ୍କର ମହାନ୍ତି, ଥାନା ଏସଆଇ ସ୍ୱାଗତିକା ବେହୁରା, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଲିଙ୍ଗରାଜ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ । ଏହି ଅଭିଯୋଗ ଶୁଣାଣିରେ ଧର୍ମଶାଳା ବ୍ଲକ ଅଞ୍ଚଳର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ସହିତ ସମସ୍ୟାର ସମାଧାନର ବାଟ ବାହାର କରିଥିଲେ । ସ୍ଥାନୀୟ ସରପଞ୍ଚ ସ୍ନେହାଞ୍ଜଳି ଗନ୍ତାୟତ ଓ ପିଇଓ ଦୁଶ୍ମନ୍ତ ଗୋଛାୟତ ଅଭିଯୋଗକାରୀଙ୍କୁ ସହାୟତା କରିଥିଲେ ।
ବ୍ରହ୍ମବରଦା: ରସୁଲପୁର ବ୍ଲକ ଅଧିନ ବ୍ରହ୍ମବରଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ରସୁଲପୁର ବିଡ଼ିଓ ଅବନୀକାନ୍ତ ସାହୁଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ଜନ ଶୁଣାଣି ଶିବିରରେ ୧୨୭ ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୮୫ ଜଣ ପ୍ରଧାନମନ୍ତ୍ରୀ ଆବାସ ଜନିତ ସମସ୍ୟା ପାଇଁ ଅଭିଯୋଗ କରିଥିବା ବେଳେ ୨୯ଜଣ ରାସନ କାର୍ଡ ପାଇଁ ଅଭିଯୋଗ କରିଥିଲେ । ସେହିପରି ୧୨ଜଣ ଭୂମିହୀନ ଓ ମାତ୍ର ଜଣେ ବ୍ୟକ୍ତି ଭତା ପାଇଁ ଆବେଦନ କରିଥିଲେ । ସେଥି ମଧ୍ୟରୁ ଗୋଟିଏବି ଅଭିଯୋଗ ତ୍ୱରିତ ସମାଧାନ ହୋଇପାରି ନଥିବା ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ସାହୁ କହିଛନ୍ତି । ଜନଶୁଣାଣି ଶିବିରଟି ସକାଳ ୧୦ ଟାରୁ ଆରମ୍ଭ ହୋଇ ଦିନ ୨ଟା ପର୍ଯ୍ୟନ୍ତ ଚାଲୁ ରହିଥିବା ବେଳେ କିଛି ଲୋକ ଅଭିଯୋଗ କରି ନପାରି ନିରାଶ ହୋଇ ଫେରିଥିଲେ । ଶିବିରରେ ରସୁଲପୁର ତହସିଲଦାର ନିରଞ୍ଜନ ସାହୁ, ଏବିଡିଓ ଦିବ୍ୟକାନ୍ତି ମିଶ୍ରଙ୍କ ସହ ପ୍ରଶାସନୀକ ଅଧିକାରୀ ଉପସ୍ଥିତ ରହିଥିଲେ ।
ଚଣ୍ଡିଖୋଲ: ବଡଚଣା ବ୍ଲକ୍ ଅନ୍ତର୍ଗତ ଛଟିଆ ପଞ୍ଚାୟତ ପକ୍ଷରୁ ଯାତ୍ରୀ ନିବାସ ଠାରେ ଅଭିଯୋଗଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଉଛି । ଶିବିରରେ ୭୯୮ଟି ବ୍ଲକ୍ସ୍ତରୀୟ ବିଭିନ୍ନ ଅଭିଯୋଗ, ଗ୍ରହଣ କରାଯାଇ ଥିବାବେଳେ ୩୦ଗୋଟି ସମସ୍ୟାର ତକôାଳ ସମାଧାନ କରାଯାଇଛି । ବିଧାୟକ ଅମର ନାୟକ ଶିବିରରେ ଯୋଗଦେଇ, ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଅଭିଯୋଗକରିବାକୁ ଆସିଥିବା ଅଭିଯୋଗକରୀଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ମୋଟ୍ ୭୯୮ମଧ୍ୟରେ ଭତ୍ତା ୨୨, ଅନ୍ୟାନ୍ୟ ୭୩, ନୂତନ ଘର ଯୋଜନାରେ ୨୦୩, ରାସନ୍ ୭୪, ପାନୀୟ ଜଳ ଯୋଗାଣ ୩୩, ତହସିଲ ସମ୍ବନ୍ଧୀୟ ୩୮୯, ଅଙ୍ଗୱାଡ଼ି ସମ୍ବନ୍ଧୀୟ ୩ଗୋଟି ଆବେଦନ ହୋଇଥିଲା । ଶିବିରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି, ତହସିଲଦାର ମାନସ ରଂଜନ ତ୍ରିପାଠୀ, ବିଡିଓ ରବୀନ୍ଦ୍ର କୁମାର ପ୍ରଧାନ ଓ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି ଓ ସମିତି ସଭ୍ୟ ଦୀପକ୍ କୁମାର୍ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।
ଯାଜପୁର ଟାଉନ: ସୋମବାର ଜିଲାପରିଷଦ ସମ୍ମିଳନୀ ଗୃହରେ ଜିଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ, ଏସପି ଭିନୀତ ଅଗ୍ରୱାଲଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ନବକ୍ରିଷ୍ନ ଜେନା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପ ଜିଲାପାଳ ଅଂଶୁମାନ ଶତପଥୀ, ତହସିଲଦାର ଅରବିନ୍ଦ ବେହେରା, ବିଡିଓ ସ୍ୱାଗତ ଦାସ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ । ଶିବିରକୁ ମୋଟ ୨୨୭ ଗୋଟି ବିଭିନ୍ନ ଆପତ୍ତି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ୮୪ଗୋଟି ଅଭିଯୋଗ, ସମୂହ ଅଭିଯୋଗ ୧୩ଗୋଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ଜନିତ ୯୬ ଗୋଟି ଅଭିଯୋଗ, ଜିଲା ରେଡକ୍ରସ ପାଣ୍ଠିରୁ ଆର୍ଥିକ ସାହାଯ୍ୟ ପ୍ରଦାନ ଜନିତ ୩୪ଗୋଟି ଅଭିଯୋଗ ଆସିଥିଲା । ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ ଏବଂ ଏସପି ଭିନୀତ ଅଗ୍ରୱାଲ ମିଳିତ ଭାବେ ୧୩୦ ଗୋଟି ଜନସାଧାରଣଙ୍କର ବିଭିନ୍ନ ପ୍ରକାରର ଆପତ୍ତି ଅଭିଯୋଗ ଗୁଡ଼ିକର ତକôାଳ ସମାଧାନ କରିଥିଲେ । ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଣ୍ଟର ଯନ୍ତ୍ରୀ ଉପସ୍ଥିତ ରହିଥିଲେ ।