ଫାଇଲେରିଆ ମୁକ୍ତ ଗଞ୍ଜାମ ପାଇଁ ସଚେତନତା
ଆସିକା : ଆଜିର ସଚେତନତା ଦାୟିତ୍ୱ ନୁହେଁ ଆମମାନଙ୍କ ସେବା ହେଉ । ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଫାଇଲେରିଆ ମୁକ୍ତ ଗଞ୍ଜାମ ଗଠନ ପାଇଁ ପ୍ରସ୍ତୁତି ଜାରି ରହିଛି । ଆସନ୍ତା ଅଗଷ୍ଟ ୧୦ତାରିଖ ଠାରୁ ୧୯ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତି ଯେପରି ସାମିଲ ହେବେ ସେଥିପାଇଁ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଚାଲିଛି ସଚେତନତା କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଆସ୍କା ବ୍ଲକ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିସôାଧିକାରୀଙ୍କ ତତ୍ତ୍ୱାବଧାନରେ ଏକ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି । ଏମ୍ଡିଏ କାର୍ଯ୍ୟକ୍ରମ ପାଇଁ ନିୟୋଜିତ ଥିବା ସୋସିଆଲ ମୋବିଲାଇଜରମାନେ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଗାଁ କଲ୍ୟାଣ ସମିତି, ପଂଚାୟତ ପ୍ରତିନିଧିଙ୍କ ନିକଟରେ ପହଂଚି ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଆଗାମୀ ଦିନରେ ଔଷଧ ଖାଇବା ପାଇଁ ବିମୁଖ ହେଉଥିବା ଲୋକଙ୍କୁ ଅଧିକ ସଚେତନ କରାଯାଇ ସମସ୍ତେ ଯେପରି ଔଷଧ ସେବନ କରିବେ ସେଥିପାଇଁ ଉଦ୍ୟମ ଜାରି ରହିଥିବା ଭିଭିଡିଟିଏସ କହିଛନ୍ତି । ସେହିଭଳି ଏମଡିଏ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଡିଏ ଏବଂ ମୋବାଇଲ ଟିମ ଚୟନ କରାଯାଇ ସେମାନଙ୍କୁ ଉପଯୁକ୍ତ ତାଲିମ୍ ପାଇଁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଆସ୍କା କେନ୍ଦ୍ରୀୟ ବିଦ୍ୟାଳୟ, ଡିପଲ ସ୍କୁଲ, ହରିହର ଉଚ୍ଚ ବିଦ୍ୟାଳୟ ରେ ସ୍ୱେଚ୍ଛାସେବୀ ବଂଶୀଧର ଗୌଡ଼ ଫାଇଲେରିଆ କାରଣ ଓ ନିରାକରଣ ସମ୍ପର୍କରେ ସଚେତନ କରିଥିବା ବେଳେ ଆରିୟାନ ପବ୍ଲିକ ସ୍କୁଲରେ ସତ୍ୟନାରାୟଣ ମିଶ୍ର, ନଳବଣ୍ଟା ସିଏଚଓ ଅନିତା କୁମାରୀ ସ୍ୱାଇଁ ଏବଂ ଆଦର୍ଶ ବିଦ୍ୟାଳୟରେ ବିଭୁଦତ୍ତ ଗୌଡ଼, ସିମାଞ୍ଚଳ ନାୟକ, ନିମିନା ସିଏଚଓ ସଂଗୀତା ସାହୁ ସଚେତନ କରିଛନ୍ତି ।