କାକିନାଡ଼ାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମନ୍ଥା’

କାକିନାଡ଼ାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମନ୍ଥା’

ଭୁବନେଶ୍ୱର : ଆନ୍ଧ୍ରର କାକିନାଡ଼ାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମନ୍ଥା’ । ମଚ୍ଛଲିପଟ୍ଟନମ-କଳିଙ୍ଗପଟ୍ଟନମ ଦେଇ ସ୍ଥଳଭାଗ ଅତିକ୍ରମ କରିବ । ୨୮ ତାରିଖ ସନ୍ଧ୍ୟା ଏବଂ ରାତ୍ରି ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି  । ତେବେ ଲ୍ୟାଣ୍ଡଫଲ୍‌ ବେଳେ ସର୍ବାଧିକ ୧୧୦ କିମି ବେଗରେ ପବନ ବହିବ । ଦକ୍ଷିଣ ଓଡିଶାରେ ୬୦ରୁ ୭୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଉପକୂଳବର୍ତ୍ତି ପୁରୀ, ଖୋର୍ଦ୍ଧା, କନ୍ଧମାଳ ଜିଲ୍ଲାରେ ୫୦ରୁ ୭୦ କିମି ପବନ ବହିପାରେ । ଏ ନେଇ ଆଞ୍ଚଳିକ ପାଣିପାଗ ନିର୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।

    ଅନ୍ୟପଟେ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ ବାଲେଶ୍ୱରରେ ସରକାରୀ ଛୁଟିକୁ ବାତିଲ । ମୁଖ୍ୟାଳୟ ଛାଡ଼ି କେହି ନ ଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସୂଚନା ଦେଇଛି ପାଣିପାଗ ବିଭାଗ । ୩୦ ତାରଖ ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରି ଯିବା ପାଇଁ ମତ୍ସଜିବୀ ମାନଙ୍କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।