କାଠ ଭିତରେ ଗଂଜେଇ ଚାଲାଣ : ୪ ଗିରଫ, ୨ ଗାଡି ଓ ମୋବାଇଲ ଜବତ
ଆସିକା : ଚୋରା ଗଞ୍ଜେଇ ବେପାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ନେଇ ବିଭିନ୍ନ ଉପାୟରେ ଚାଲାଣ କରାଯାଉଛି । ସାରଙ୍ଗଗଡ଼ରୁ ଭାୟା ଆସ୍କା-ନୟାଗଡ ଦେଇ କଟକ ଚାଲାଣ ବେଳେ ଧରାପଡିଲେ ଗଂଜେଇ ବେପାରୀ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଆସିକା-ଭଞ୍ଜନଗର ୧୫୭ ନମ୍ବର ଜାତୀୟ ରାଜପଥର ରାସ୍ତାର ଖଣ୍ଡରାବଳି ନିକଟରୁ ଏକ କାଠ ବୋଝେଇ ଟ୍ରକ ଗାଡି ଭିତରେ ଚୋରାରେ ଚାଲାଣ ହେଉଥିବା ଗଞ୍ଜେଇ ଗାଡିକୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ବ୍ରହ୍ମପୁର ଅବକାରୀ ଗୁଇନ୍ଦାର ଭାରପ୍ରାପ୍ତ ଅଧିକ୍ଷକ ଶ୍ରୁତିକାନ୍ତ ରାଉତ, ତଦନ୍ତକାରି ଅଧିକାରୀ ନାରାୟଣ ଜେନାଙ୍କ ନେତୃତ୍ୱରେ ଏକ ଟିମ ଏହି ଗାଡି ଉପରେ ସନ୍ଦେହ ହେବାରୁ ଗାଡିକୁ ଖଣ୍ଡରାବଳି କେସିସି ଖେଳ ପଡିଆ ନିକଟରେ ଅଟକାଇ ତଦନ୍ତ କରିବା ବେକେ ଗାଡ଼ିରେରେ ଥିବା କାଠ ଗଣ୍ଡି ମଧ୍ୟରୁ ପାଞ୍ଚ ପକେଟ ଜରି ଅଖାରେ ୧୦୫ କେଜି ଓଜନର ଗଞ୍ଜେଇ ରହିଥଲା । ଏହି ଘଟଣାରେ ସମ୍ପୃକ୍ତ ଥିବା କଟକ ବୈଦେଶ୍ୱେର ଥାନା ଇଲାକାର କଳାପଥର ଅଞ୍ଚଳର ପୁରୁଖା ଗଂଜେଇ ବେପାରୀ ନକୁଳ ପୋଲାଈ (୪୦), ଅଭିନୀତ ସାହୁ (୨୩),ଦାମୋଦର ମହାନ୍ତି (୪୯), ସୁରେଶ ଚନ୍ଦ୍ର ମଲ୍ଲିକ(୪୪), ମୋଟ ଚାରି ଜଣଙ୍କୁ ଗିରଫ କରିଛି । ଏକ ଟ୍ରକ ଯୋଗେ ଜୟପୁର-ବାଲିଗୁଡା ଦେଇ ଆସୁଥିବା କାଠ ବୋଝେଇ ଓଡି୩୩ଏଏଲ୨୩୪୧ ନମ୍ବର ଟ୍ରକ ଭିତରେ ଅତି ଚତୁରତା ସହ ସାରଙ୍ଗଗଡ଼ ନିକଟରେ ଗାଡିକୁ ଅଟକାଇ ତା ମଧ୍ୟରେ ପାଞ୍ଚ ବସ୍ତା ଗଞ୍ଜେଇକୁ ରଖିଥିଲେ । ଗଂଜେଇ ବେପାରୀ ଆଗରେ ଆଗରେ ଓଡି୦୨ସିଏମ ୪୮୩୭ ନମ୍ବର ମାରୁତି ସୁଜିକି ଇକୋ ଗାଡ଼ିରେ ରାସ୍ତା ଦେଖାଉଥିଲେ । ସେମାନଙ୍କ ଠାରୁ ୦୨ ଗୋଟି ଗାଡି, ତିନିଟି ମୋବାଇଲ ଫୋନ, ୧୦୫ କେଜି ଗଂଜେଇକୁ ଜବତ କରାଯାଇଛି ।