ପୁଲିସକୁ ପଥର ମାରି ୧୦ ଗିରଫ

ଚମ୍ପୁଆ : ପୁଲିସକୁ ପଥର ମାରିବା ଘଟଣାରେ ୧୦ ଜଣଙ୍କୁ ଗିରଫ କରିଛି  ପୁଲିସ । ବାମେବାରୀ ଥାନା ଗୁରୁବେଡା ଗାଁରେ ଚାଲିଥିଲା ବେଆଇନ ଜୁଆ ଖେଳ। ବେଆଇନ ଜୁଆ ଖେଳ ଓ କୁକୁଡା ଲଢେଇ ହେଉଥିବା ଖବର ପାଇଁ ପୁଲିସର ଏକ ଟିମ୍‌ ରେଡ ମାରିଥିଲା । ରେଡ୍‌ ବେଳେ ପୋଲିସ ଉପରକୁ ପଥର ଫିଙ୍ଗିଲେ ଅଭିଯୁକ୍ତ । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ପରେ ସେମାନଙ୍କ ଠାରୁ ଗୋଟିଏ ବୋଲେରୋ ସହ ୩୧ଟି ବାଇକ ଜବତ କରିଛି । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲଣା କରାଯାଇଛି।