କାଠ ମାଫିଆଙ୍କ କବ୍ଜାରେ ବୁଗୁଡ଼ା ବନାଞ୍ଚଳ
ାା ପ୍ରଭାନୁ୍ୟଜ୍ ।ା ବୁଗୁଡା : ବୁଗୁଡ଼ା ବନାଞ୍ଚଳରେ କାଠ ମାଫିଆଙ୍କ ସକ୍ରିୟତା ଓ ବନ ବିଭାଗର ନିଷ୍କ୍ରିୟତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ପ୍ରତ୍ୟେକ ଦିନ ଜଙ୍ଗଲରୁ ଗଛକଟା ସାଙ୍ଗକୁ ଚୋରାରେ କାଠ ଚାଲାଣ ଚାଲିଥିବା ବେଳେ ବନ ବିଭାଗ ଧୃତରାଷ୍ଟ୍ର ସାଜିଛି । ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲର ଆଭ୍ୟନ୍ତରୀଣ ଭାଗରେ ଥିବା ମୂଲ୍ୟବାନ ଗଛକୁ କାଟି କାଠ ଗଣ୍ଡିଗୁଡ଼ିକୁ ସେଠାକାର ଲଟାବୁଦାରେ ଲୁଚାଇ ରଖୁଛନ୍ତି ମାଫିଆ । କାଳବେଳ ଦେଖି ସେଗୁଡିକୁ ଉଠାଇ ନେଉଛନ୍ତି ସେମାନେ । ବିଳମ୍ବିତ ରାତିଠୁ ପାହାନ୍ତିଆ ପର୍ଯ୍ୟନ୍ତ ଅବଧି ମଧ୍ୟରେ ବନ କର୍ମଚାରୀଙ୍କ ପାଇଁ ବିଶ୍ରାମ କାଳ ହୋଇଥିବା ବେଳେ ତାହାର ସୁଯୋଗ ନେଇ ମାଫିଆମାନେ ସେମାନଙ୍କ କଳା କାରନାମା ଦେଖାଉଛନ୍ତି । ଏନେଇ କୌଣସି ସୁରାକ୍ କିପରି ବନ ବିଭାଗ ପାଇ ପାରୁନାହିଁ ତାହା ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏପଟେ ବନ ବିଭାଗ ପକ୍ଷରୁ ପ୍ରତି ବର୍ଷ ବନ ମହୋସôବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ ଓ ଜନ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବା ବେଳେ ସେପଟେ ବର୍ଷ ତମାମ କାଠ ମାଫିଆଙ୍କ ବୃକ୍ଷ ଛେଦନ କାର୍ଯ୍ୟ ଚାଲିଥିବାରୁ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ଏହାର ମୁଖ୍ୟ କାରଣ ବନ କର୍ମଚାରୀ ଓ କାଠ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକାର ଫଳ ବୋଲି ସାଧାରଣରେ ଆଲୋଚନା ହେଉଛି । ତେବେ ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କ ଅଦକ୍ଷତା ଓ ନିଷ୍କ୍ରିୟତା ଅନ୍ୟତମ କାରଣ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ସାମାଜିକ ବନୀକରଣ ନିମନ୍ତେ ସରକାରୀ ତହବିଲରୁ ଅଜସ୍ର ଅର୍ଥ ବ୍ୟୟ ହେଉଥିବା ହେତୁ ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କ ପ୍ରଶାସନିକ ଅକ୍ଷମତା ଓ ଅଧିକାଂଶ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ବୁଗୁଡ଼ା ବନାଞ୍ଚଳ କାଠ ମାଫିଆଙ୍କ କବଜାରେ ରହିଥିବା ଭଳି ମନେହେଉଛି । ତେଣୁ ବନ ବିଭାଗର ଉଚ୍ଚÿ କର୍ତ୍ତୃପକ୍ଷ ବୁଗୁଡ଼ା ବନାଞ୍ଚଳର ସୁରକ୍ଷା ପାଇଁ କାର୍ଯ୍ୟରତ ଅଧିକାରୀଙ୍କୁ ସ୍ଥାନାନ୍ତର କରି ତାହା ବଦଳରେ ଜଣେ ସୁଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ଦେବା ସହ ଅନ୍ୟ କର୍ମଚାରୀଙ୍କ କାର୍ଯ୍ୟଧାରାର ସମୀକ୍ଷା ପୂର୍ବକ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଧାରଣରେ ଦାବି ହେଉଛି । ଯଦି ଉଚ୍ଚÿ କର୍ତ୍ତୃପକ୍ଷ ଜନସାଧାରଣଙ୍କ ଦାବିକୁ ସହୃଦୟ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ବୁଗୁଡ଼ା ବନାଞ୍ଚଳ ବୃକ୍ଷ ବିହୀନ ହୋଇଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।