ବିଦୁ୍ୟତ୍ ଆଘାତରେ ଶ୍ରମିକ ମୃତ: ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ସ୍ତ୍ରୀ
ଚାନ୍ଦବାଲି : ଦିନକୁ ଘରୋଇ କାଠ ଡିପୋ ମାଲିକଙ୍କ ମନମାନି ବଢିବାରେ ଲାଗିଛି । କାର୍ଯ୍ୟରତ ଶ୍ରମିକଙ୍କୁ ଶାରୀରିକ ମାନସିକ ନିର୍ଯାତନା ଦେଉଥିବା ଦେଇ ଆସୁଥିବା ଅଭିଯୋଗ ହେଉଛି । ଏ ମିତିକି କାର୍ଯ୍ୟରତ ଶ୍ରମିକଙ୍କ ଜୀବନ ନେବାକୁ ପଛାଉ ନାହାନ୍ତି ମଲିକ । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବାଂଶଡା ଥାନା ଘଣ୍ଟେଶ୍ୱର ଫାଣ୍ଡି ଅଧିନ ବଜରାପୁର ଗ୍ରାମରେ । ସୂଚନା ମୁତାବକ ବଜରାପୁର ଗ୍ରାମର କେଶବ ରାଉତ ବାଲିପଦା ଗ୍ରାମରରେ ଥିବା ମହାବୀର ଟ୍ରେଡର୍ସରେ ଆଜକୁ ଦୀର୍ଘ ବର୍ଷ ହେବ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ । ଏକ ମଟର ସାହାଯ୍ୟରେ କ୍ଷେତକୁ ପାଣି ଦେବାପାଇଁ ମଟର ଚଳାଇବା ପାଇଁ ଯାଇଥିବା ସମୟରେ ବଦୁ୍ୟତ୍ ଆଘାତ ଲାଗି ତଳେ ପଡି ଯାଇଥିଲା ଫଳରେ ଖବର ପାଇ ଅନ୍ୟ କର୍ମଚାରି ଘଟଣାସ୍ଥଳରେ ପହଂଚି ପ୍ରଥମେ ଘଣ୍ଟେଶ୍ୱର ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ନେଇ ଯାଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ପରିବାର ଏବଂ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ସ୍ତ୍ରୀ ଏବଂ ଦୁଇଟି ଛୋଟ ଛୁଆକୁ ଆଖିରୁ ଶୁଖୁନି ଲୁହ । ଅନ୍ୟପଟେ ଜୟ ହନୁମାନ ଟ୍ରେଡର୍ସର ମାଲିକ ନିଜ କର୍ମଚାରୀ ମୃତୁ ଘଟଣାକୁ ନେଇ ମୁହଁ ଖୋଲୁ ନ ଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଜୟ ହନୁମାନ ଟ୍ରେଡର୍ସ ମାଲିକ ନିଜ କର୍ମଚାରୀ ମୃତ କେଶବକୁ ନ୍ୟାୟ ଦେବା ପରିବର୍ତ୍ତେ ଘଣ୍ଟେଶ୍ୱର ପୋଲିସ ପାଲଟା ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ଉକ୍ତ ଘଟଣାର ତଦନ୍ତ କରି ତାଙ୍କ ଛୁଆଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।