ରାଜଧାନୀରେ ନକଲି ସସ୍ କମ୍ପାନୀ ଠାବ ମିସୁଥିଲା ନାଳ ପାଣି ଓ ଆର୍ଟିଫିସିଆଲ ରଙ୍ଗ, ସସ୍ ଖାଇ ରୋଗର ଶିକାର ଲୋକେ
।ା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର,: ରାଜଧାନୀ ଏୟାରଫିଲ୍ଡ ଥାନା ଅଧିନ ଭୀମଟାଙ୍ଗୀ ଅଞ୍ଚଳରେ ଚାଲିଥିଲା ନକଲି ଟମାଟୋ ସସ୍ ଫ୍ୟାକ୍ଟିରେ ହୋଇଛି ବଡ଼ଧରଣର ରେଡ୍ । ଶୋଇଥିଲା ସ୍ଥାନୀୟ ପୁଲିସ ରେଡ୍ କରିଛି ଡ଼ିସିପିଙ୍କ ସ୍ପେଶାଲ ସ୍କ୍ୱାର୍ଡ । ଆଜି ସ୍ପେଶାଲ ସ୍କ୍ୱାର୍ଡ ଟିମ ଖାଦ୍ୟ ସୁରକ୍ଷା ବିଭାଗ ସହାୟତାରେ ସସ୍ କମ୍ପାନୀରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ସସ୍, ରଙ୍ଗ, କଞ୍ଚାମାଲ ଜବତ କରାଯାଇଛି । ଏହାସହ ସସ୍ ତିଆରି କରାଯାଉଥିବା ମେସିନ୍ ମଧ୍ୟ ଜବତ କରାଯାଇଛି । ଏହି ସମୟରେ ଜଟଣୀର ମୁଖ୍ୟ କାର୍ପଟଦାର ଅବା ନକଲି ସସ୍ କମ୍ପାନୀର ମାଲିକ ଇଶ୍ୱର ସାହୁ ଫେରାର ହୋଇଯାଇଥିବା ବେଳେ, କମ୍ପାନୀର ୩ ଜଣ ସହଯୋଗୀଙ୍କୁ କାବୁ କରି ପଚରା ଉଚରା ଚଳାଇଛି ସ୍ପେଶାଲ ସ୍କ୍ୱାର୍ଡ ଟିମ । ବୁଧବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ଗିରଫ ୩ ଅଭିଯୁକ୍ତ ହେଲେ, ପୁରୀ ଜିଲ୍ଲାର ରବୀନ୍ଦ୍ର ବିଶ୍ୱାଳ, ଖୋର୍ଦ୍ଧା ବାଲୁଗାଁର ଅଶୋକ କୁମାର ବେହେରା ଓ ସୁନ୍ଦରପଦାର ଦିଲିପ୍ ସ୍ୱାଇଁ ।
ସୂଚନା ଯୋଗ୍ୟଯେ, ଏୟାରଫିଲ୍ଡ ଥାନା ଅଧିନ ଭୀମଟାଙ୍ଗୀ ଅଞ୍ଚଳରେ ବହୁଦିନ ହେବ ଚାଲିଥିଲା ନକଲି ଟମାଟୋ ସସ୍ କମ୍ପାନୀ । ଏହାକୁ ଚୋରାରେ ଚଳାଉଥିଲେ ଜଟଣୀ ଅଞ୍ଚଳର ଇଶ୍ୱର ସାହୁ ନାମକ ବ୍ୟାକ୍ତି । ଇଶ୍ୱର କିଛି ସହଯୋଗୀଙ୍କୁ ପାଖରେ ରଖି ନାଳରୁ ପାଣି ଆଣି ଏହି କମ୍ପାନୀ ଚଳାଇ ଲୋକଙ୍କୁ ବିକ୍ରି କରୁଥିଲେ । ଯାହାକୁ ଖାଇ ଲୋକେ ରୋଗର ଶିକାର ହୋଇଥିଲେ । ଏହାସହ ୟୁରିଆ ସାର, ଚାଉଳ ଗୁଣ୍ଡ, ଆର୍ଟିଫିସିଆଲ୍ କଲରରେ ଟମାଟୋ, ଚିଲି ଓ ସୋୟା ସସ୍ ତିଆରି ହେଉଥିବା ସାଘାଂତିକ ଅଭିଯୋଗ ହୋଇଛି । ଏହି ଖବର ସାମ୍ନାକୁ ଆସିବା ପରେ ରାଜଧାନୀରେ ହଇଚଇ । କାରଣ ରାଜଧାନୀରେ ଏକାଧିକ ଫାଷ୍ଟଫୁଡ୍ ଦୋକାନରେ ଏହି ନକଲି ସସ୍ ବ୍ୟବହାର ହେଉଥିଲା । ଏନେଇ ଖାଦ୍ୟ ସୁରକ୍ଷା ବିଭାଗ ଓ ଡ଼ିସିପିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଡ଼ିସିପି ପ୍ରତିକ୍ ସିଂହ ଏହି ନକଲି ଟମାଟୋ ସସ୍ କମ୍ପାନୀରେ ରେଡ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଡ଼ିସିପିଙ୍କ ନିଦେ୍ର୍ଦଶ କ୍ରମେ ସ୍ପେଶାଲ ସ୍କ୍ୱାର୍ଡ ଅଧିକାରୀ ହିମାଂଶୁ ସ୍ୱାଇଁ ନିଜର ଟିମ ଓ ଖାଦ୍ୟ ସୁରକ୍ଷା ବିଭାଗ ଟିମକୁ ନେଇ ଭୀମଟାଙ୍ଗୀ ଅଞ୍ଚଳରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସସ୍ କମ୍ପାନୀ ମାଲିକ ପୂର୍ବରୁ ଖବର ପାଇ ଫେରାର ହୋଇଯାଇଥିଲା । ହେଲେ ଟିମ ହାତରେ ୩ ଜଣ ସହଯୋଗୀ ପଡ଼ିଯାଇଥିଲେ । ଫଳରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, କମ୍ପାନୀ ଭିତରୁ ବଡ଼ବଡ଼ ଟପ୍ରେ ଭର୍ତ୍ତି ସସ୍ ଦେଖିବାକୁ ମିଳିଥିଲା । ନା ସେଥିରେ ମିଶିଛି ଟମାଟେସ୍ନା ମିଶିଛି ଲଙ୍କା ବା ସୋୟା । ଟମାଟୋ ସସ୍ ଭଳି ଦେଖାଯାଉଥିବା ଖାଲି ରାସାୟନିକ ରଙ୍ଗ । ସେଠାରୁ ଜବତ ହୋଇଥିବା ସସ୍ କ୍ଷେତ୍ରରେ ବ୍ୟବହାର ହେଉଥିବା ୟୁରିଆ ସାର, ଏସିଟିକ୍ ଏସିଡ଼୍, ଚାଉଳ ଚୁନା ଓ ଆଁର୍ଟିଫିସିଆଲ୍ କଲର ମିଶିଛି । ଟମାଟୋ ସସ୍ ପାଇଁ ନାଲି ରଙ୍ଗ, ଚିଲି ସସ୍ ପାଇଁ ହାଲକା ସବୁଜ ଓ ସୋୟା ସସ୍ରେ ଫିକା କଳା ରଙ୍ଗ ମିଶାଇ ବୋତଲରେ ପୂରାଇ ବଜାରକୁ ଛଡ଼ା ଯାଉଥିଲା । ଏହି ସବୁ ସସ୍ ରାସ୍ତା ପାଶ୍ୱର୍ ଫାଷ୍ଟଫୁଡ୍ ଦୋକାନରେ ବିକ୍ରି ହେଉଥିଲା । ପୂର୍ବରୁ ମଧ୍ୟ ରାଜଧାନୀରୁ ବହୁ ନକଲି କମ୍ପାନୀକୁ ଠାବ କରିଛି କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ । ସେହିଭଳି ଖାରବେଳନଗର ଥାନା ଅଞ୍ଚଳରୁ ନକଲି ବହି, ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ନକଲି କୋଲଡ୍ରିଙ୍କ୍ କମ୍ପାନୀ ଠାବ ଓ ଏୟାରପୋର୍ଟ ଥାନା ଅଞ୍ଚଳରୁ ନକଲି ଏଲିଡ଼ି କମ୍ପାନୀକୁ ମଧ୍ୟ ଠାବ କରାଯାଇଥିଲା ।