ସମସ୍ୟାରେ ‘କଣ୍ଟିଘାଇ’ ନଦୀ : ଆନ୍ତରିକତା ଅଭାବରୁ ହେଉନି ସମାଧାନ
ଭଣ୍ଡାରିପୋଖରୀରୁ ଅନିଲ ଶତପଥୀ : ୧୯୭୧ ମସିହାରୁ ମନୁଷ୍ୟକୃତ ଭାବେ ସୃଷ୍ଠି ବୈତରଣୀ ନଦୀ ବାମପାର୍ଶ୍ୱର କଣ୍ଟିଘାଇ ସମସ୍ୟାର ସମାଧାନ ଆନ୍ତରିକତା ଅଭାବରୁ ସମଧାନ ହୋଇ ପାରୁନାହିଁ । ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚନ୍ଦବାଲି ଚୂଳର ବନ୍ୟା କ ଲୋକେ ପ୍ରତ୍ୟେକ ବର୍ଷ ବୈତରଣୀ ନଦୀର କଣ୍ଟିଘାଇ ଯୋଗେ ହେଉଥିବା ବନ୍ୟା ବତ୍ପାତକୁ ବିନା ପ୍ରତିବାଦରେ ସହି ଆସୁଛନ୍ତି । ବନ୍ୟା ଦାଉରୁ ଜନସାଧାରଣଙ୍କ ଧନଜୀବନକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ଜଳସମ୍ପାଦ ବିଭାଗ କାର୍ଯ୍ୟକରିଥାଏ ।
ମାତ୍ର ସଂପୃକ୍ତ ଅଞ୍ଚଳରେ ରକ୍ଷକ ପରିବେ ଭକ୍ଷକର ଭୂମିକା ଲିଭାଉଛି ଏହି ବିଭାଗ । ଆଖୁଆପଦା ଡିଭିଜନ କାର୍ଯ୍ୟାଳୟ ପଙ୍ଗୁ ହୋଇଥିବାରୁ ଏହି–ନର ଜଳସମ୍ପଦର ପରିଚାଳନା ଓ ବନ୍ୟା ନିୟନ୍ତ୍ରଣ ପାଇଁ ପଡୋଶୀ ଜିଲ୍ଲାର ସଦର ମହକୁମା ଯାଜପୁର ଡିଭିଜନ କାର୍ଯ୍ୟାଳୟ କାର୍ଯ୍ୟ କରୁଛି । ବ୍ଲକର ବୈତରଣୀ ନଦୀ ୩୦ କିଲୋମିଟର ପାର୍ଶ୍ୱକୁ ସୁରକ୍ଷା ଦେବାରେ ବିଭାଗ ସମ୍ପୁର୍ଣ ଅବହେଳା କରିଚାଲିଛି । ମଞ୍ଜୁରୀରୋତର ବିରିଡିଠାରୁ ଆଖୁଆପଦା ପର୍ଯ୍ୟତ ମାତ୍ର ୧୦ କିଲୋମିଟର ନଦୀକୂଳର ବନ୍ଧକୁ କ୍ୟାପିଟାଲ ବନ୍ଧର ମାନ୍ୟତା ଦିଆଯାଇଥିଲେ ମଧ୍ୟ ତାହାର ରକ୍ଷଣା ବେକ୍ଷଣ ଆଦୌ କରାଯାଉନାହିଁ । କ୍ୟାପିଲାଟ ମାନ୍ୟତା ପ୍ରାପ୍ତ ଏହି ୧୦ କିଲୋମିଟର ନଦୀବନ୍ଧ ବାହାରେ ନଦୀପଠାକୁ ବନ୍ଦାଳେମଢିଆଳି, ଝୁଟୁଣା ଆଦି ପୟତର ବହୁ ଜନବସତି ଥିଲେ ମଧ୍ୟ ସେଗୁଡିକର ସୁରକ୍ଷା କଥା ବିଭାଗ ଆଦୌ ଚିନ୍ତାକରିନାହିଁ । ଫଳରେ ଏହି ସବୁ ଗ୍ରାମର ୧୦ହଜାର ବାସିନ୍ଦା କେବଳ ଭାଗ୍ୟକୁ ଆଦରୀ ସେଠାରେ ପଢିରହିଛନ୍ତି । ଆଖୁଆପଦାଠାରୁ ରଘୁନାଥପୁର ପର୍ଯ୍ୟନ୍ତ ଥିବା ୮ କିଲୋମିଟର ନଦୀବନ୍ଧ ବିଭାଗ ଦ୍ୱାରା କୃଷି ନଦୀବନ୍ଧ ମାନ୍ୟତା ମଧ୍ୟରେ ସୀମିତ ଅଛି ଯାହାର ରକ୍ଷଣା ବେକ୍ଷଣ କରିବାକୁ ବିଭାଗ ପାଶୋରୀ ଦେଇଛି । ରଘୁନାଥପୁର ଠାରୁ ମଣିନାଥପୁର ପର୍ଯ୍ୟନ୍ତ ଥବ ୫କିମି ମଞ୍ଚବନ୍ଧ ସଦୃଶ ନଦୀବନ୍ଧ ଟେଷ୍ଟରିଲିଫ ବନ୍ଧ ରୂପେ ବିଭାଗ ଦ୍ୱାରା ସ୍ୱୀକୃତ । ଏହା ବିଭାଗୀୟ ନଦୀବନ୍ଧ ମାନଚିତ୍ରରେ ସ୍ଥାନପାଇ ନାହିଁ । ବିଭାଗ ଏହି ସ୍ଥାନରେ ଏକ କୃତ୍ରିମ ଘାଇ ବ୍ୟବସ୍ଥା କରିଛି ଯାହାକୁ ଭଣ୍ଡାରିପୋଖରୀ, ଧାମନଗର, ତହିଁଡି ଆଦି ବ୍ଲକ୍ର ପ୍ରାୟ ୨ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ବିପତ୍ତିର କାରଣ ହୋଇଛି । ୧୯୭୧ ମସିହା ପୂର୍ବରୁ କଳସେଚନ ପାଇଁ ଏହି ପ୍ରାତ୍ତର ମଧ୍ୟଦେଇ ବିଭାଗ ପକ୍ଷରୁ ନିର୍ମିତ ହୋଇଥିବା ଅବ ମଣିନାଥପୁର ଓ ଷୋଳମପୁର ମାଇନର କେନାଲର ସ୍ଥିତି ନିଶ୍ଚିହ୍ନ ହୋଇଯାଇଛି । ବିଭାଗୀୟ ନଥପତ୍ରରେ ଏହି ଘାଇର ଦୈର୍ଘ୍ୟ ୨୭୦ ମିଟର ଥିବାବେଳେ, ବାସ୍ତବରେ ୫୨୦ ମିଟର ଘାଇରେ ବନ୍ୟାଜଳ ପ୍ରବେଶ କରୁଛି । ୨୦୧୧ ବନ୍ୟା ପରେ ପୂର୍ବର ବର୍ଷର ପଥରବନ୍ଧ ନିର୍ମାଣକୁ ରୋକାଯାଇ ସଙ୍କଟକରଣ ନିମ୍ନଉଚ୍ଚତାରେ କରାଯାଇଛି । କଂକ୍ରିଟକରଣ ପରେ ଅଧିକ ମାତ୍ରାରେ ବନ୍ୟାଜଳ ପ୍ରବେଶ କରିବା ବିଡମ୍ବନାର ବିଷୟ ହୋଇଛି । ଏହି ଘାଇ ମାଧ୍ୟମରେ ପ୍ରବେଶକାରୀ ବନ୍ୟାଜଳ ଦ୍ୱାରା ଚାଷଜମି ବାଲିଚର ହେବା, ଘରଦ୍ୱାର ଭସାଇ ନେବା, ରାସ୍ତାଘାଟ ଧୋଇନେବା ଆଦି କାରଣରୁ ପ୍ରତିବର୍ଷ ପ୍ରାୟ ୨ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ଦୁର୍ବଳ ନେତୃତ୍ୱ ଓ ଆନ୍ତରିକତାର ଅଭାବ କଣ୍ଟିଘାଇ ସମସ୍ୟା ସମାଧାନ ଦିଗରେ ମୁଖ୍ୟ ଅନ୍ତରାୟ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି ।