କାମ କରିବାକୁ ଯାଇ ଲାଉସ ସହରରେ ବନ୍ଦୀ ୪ ଓଡ଼ିଆ 

 ରାଜକନିକା : ଠିକାଦାର ଠକିଦେଲା, ଯେଉଁ କାମ କରିବାକୁ କହି ଘରୁ ନେଲା ହେଲେ ଏକ ମାସ କାମ କରିବା ପରେ ଅନ୍ୟ କାମରେ ନିୟଜିତ କଲା ପ୍ରତିବାଦ କଲେ ହେଲା ମାଡ଼ ଖାଇବା ପିଇବା ବନ୍ଦ ସାଙ୍ଗକୁ ଦରମା ଟଙ୍କା ଦେଉନାହାନ୍ତିକି ଘରକୁ ଆସିବାକୁ କହିଲେ ତମେ ଓଡିଶା ଯାଇ ପାରିବ ନାହିଁ କହି ଅକଥନୀୟ ଅତ୍ୟାଚାର ର ଶିକାର ହେଉଛନ୍ତି ଲଷ୍ମୀଧର ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜକନିକା ଥାନା ଅନ୍ତର୍ଗତ ଜୟନଗର ପଞ୍ଚାୟତ ଜୟନଗର ଗାଁ ର ଅନନ୍ତ ଚରଣ ନାୟକଙ୍କ ପୁଅ ଲଷ୍ମୀଧର ନାୟକ ୪ ମାସ ହେବ ଜଣେ ଠିକାଦାର ବିଦେଶର ଲାଉସ ସହରର ହଂକଂଗ ପ୍ଲେ କମ୍ପାନୀରେ କାମ କରାଇ ଅଧିକ ଟଙ୍କା ରୋଜଗାର କରିବା ଆଶାରେ ଗାଁ ଛାଡି ବିଦେଶ ଚାଲି ଗଲେ ହେଲେ ସେଠାରେ ପହଂଚିବା ପରେ ସବୁ କିଛି ଓଲଟ ପାଲଟ ଠିକାଦାରଙ୍କ ଆକ୍ରୋଶର ଶିକାର ହୋଇ ଏବେ ଘରକୁ ଫେରିବାକୁ ରାଜ୍ୟ ସରକାରଙ୍କୁ ଭିଡିଓ ବାର୍ତା ଜରିଆରେ ଆକୁଳ ନିବେଦନ କରିଛନ୍ତି । ଖାଲି ଲଷ୍ମୀଧର ନୁହନ୍ତି ସେହିପରି ଆଳି ଥାନା ଅନ୍ତର୍ଗତ ବଡଆଙ୍କ ଗାଁ ରେ ସନାତନ ବାରିକଙ୍କ ପୁଅ ସତ୍ୟରଞ୍ଜନ, ମେଘୁ ପ୍ରଧାନଙ୍କ ପୁଅ ଗଦାଧର, ଗୋବର୍ଦ୍ଧନ ସାମଲଙ୍କ ପୁଅ ସୁମନ ଏମନେ ମଧ୍ୟ ଲାଉସ ସହରର ଫସିରହିଛନ୍ତି । ତେବେ ଭିଡିଓ ବାର୍ତାରେ ଜାଣିବା ପରେ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିବା ପରେ ପରିବାର ଲୋକେ ପୁଅକୁ ଫେରାଇ ଆଣିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।