ମତ୍ସ୍ୟ ଉତ୍ପାଦକ କେନ୍ଦ୍ର ଉଦ୍ଘାଟିତ
କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡାର ଗାଙ୍ଗପଡା ଛକଠାରେ ସିଦ୍ଧିଶକ୍ତି ମତ୍ସ୍ୟଚାଷୀ ଉତ୍ପାଦକ ସମବାୟ ସମିତିର ମତ୍ସ୍ୟଜୀବୀ ସମୃଦ୍ଧି କେନ୍ଦ୍ର ଜିଲ୍ଲା ମତ୍ସ୍ୟଧିକାରୀ ଶଶାଙ୍କ ଶେଖର ସାହୁ ଉଦ୍ଘାଟିତ ହୋଇଛି । କାର୍ଯ୍ୟକ୍ରମରେ ସମ୍ମାନିତଅତିଥି ବ୍ଲକ୍ ସହକାରୀ ମତ୍ସ୍ୟଧିକାରୀ ମୋନାଲିସା ପଣ୍ଡା ଓ ଜିଲ୍ଲା ମତ୍ସ୍ୟ ସମବାୟ ପରିଦର୍ଶକ ଏମ୍ଏସ୍ ରୋନିତ ଯୋଗଦେଇଥିଲେ । ଜିଲ୍ଲା ମତ୍ସ୍ୟଧିକାରୀ ଶ୍ରୀଯୁକ୍ତ ସାହୁ ସମବାୟର ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହିତ ଏହି ସମୃଦ୍ଧି କେନ୍ଦ୍ର ଆଗାମୀ ଦିନରେ ମତ୍ସ୍ୟଚାଷୀଙ୍କ ନିମନ୍ତେ ବରଦାନ ସଦୃଶ ହେବ ବୋଲି ନିଜର ମତବ୍ୟକ୍ତ କରିଥିଲେ । ସମବାୟର ସଭାପତି ଭାଗବତ ଚନ୍ଦ୍ର ବରାଳ ଏହା ଜିଲ୍ଲାରେ ପ୍ରଥମ ସମୃଦ୍ଧି କେନ୍ଦ୍ର ଓ ଉକ୍ତ ସମୃଦ୍ଧି କେନ୍ଦ୍ର ମତ୍ସ୍ୟ ଚାଷୀଙ୍କୁ ପ୍ରଶିକ୍ଷଣ, ପରାମର୍ଶ ଓ ସରକାରୀ ଯୋଜନା ସହିତ ଯୋଡ଼ିବା ନିମନ୍ତେ କାର୍ଯ୍ୟ କରିବ ବୋଲି ସୂଚନା ଦେଇଥିଲେ । ଉକ୍ତ ସମୃଦ୍ଧି କେନ୍ଦ୍ର ମାଧ୍ୟମରେ ମସô୍ୟଚାଷୀ ମାନଙ୍କୁ ଉଚିତ ମୂଲ୍ୟରେ ଉନ୍ନତ ମାନର ଜାଆଁଳ, ଦାନା,ପିଡିଆ,ଔଷଧ ଆଦି ଯୋଗାଇ ଦିଆଯିବ । ଅନ୍ୟମାନଙ୍କ ମଧ୍ୟରେ ସମବାୟର ନିଦେ୍ର୍ଦଶକ ସୋନାଶିଷ ଜେନା, ଜୟନ୍ତ ମହାନ୍ତି, ମଦନ ମଲ୍ଲିକ ଓ ପ୍ରମୁଖ ସଦସ୍ୟ ଦିବାକର ପ୍ରଧାନ, ବିପ୍ଳବ ସ୍ୱାଇଁ, ନରେଶ ପତି, ବିକ୍ରମ କେଶରୀ ବିଶ୍ୱାଳ, ଜୟଦେବ ସାସମଲ, ବିଜୟ ରାଉତ, ହେମନ୍ତ ସିଂ ପ୍ରମୁଖ ଉପସ୍ଥିତଥିଲେ । ସମ୍ପାଦକ ରଶ୍ମିରଞ୍ଜନ ଦଳାଇ ଧନ୍ୟବାଦ ଜଣାଇଥିଲେ ।