ବନ୍ୟାରେ ମୃତ ପରିବାରକୁ ଭେଟିଲେ ବ୍ଲକ ଅଧ୍ୟକ୍ଷ

ପଟ୍ଟାମୁଣ୍ଡାଇ  : ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ ବନ୍ୟା ବିପନ୍ନ ଅଳପୁଆ, ପେଣ୍ଠପାଳ, ସିଂହଗାଁ, ତରଡ଼ିପାଳ, ଅମୃତ ମଣୋହି ଆଦି ପଞ୍ଚାୟତ ଗସ୍ତରେ ଥିବାବେଳେ ଥିବାବେଳେ ଶ୍ରୀରାମପୁର ବନ୍ୟାରେ ବୁଡି ମୃତୁ୍ୟ ଖବର ପାଇ ଗସ୍ତ କାଣ୍ଟଛାଣ୍ଟ କରି ଅବିଳମ୍ବେ ଶ୍ରୀରାମପୁର ପଂଚାୟତ ପାଳପାଟଣାରେ ପହଂଚି ମୃତ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ଠାରେ ଦାବୀ କରିଥିଲେ  । ବ୍ଲକ ଅଧକ୍ଷଙ୍କ ସହିତ ଶ୍ରୀରାମପୁର ସରପଞ୍ଚ ସସ୍ମିତା ସେଠୀ, ଯୁବନେତା ପ୍ରତାପ ସେଠୀ, ସଂଗ୍ରାମ ସ୍ୱାଇଁ, ପ୍ରେମାନନ୍ଦ ସେଠୀ ପ୍ରମୁଖ ମୃତ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଥିଲେ ।