କାମଧେନୁ ଯୋଜନାର ଶୁଭାରମ୍ଭ କଲେ ଜିଲ୍ଲାପାଳ
ନୂଆପଡା : ନୂଆପଡା ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ମାଈ ବାଛୁରୀ ପାଳନର ଶୁଭାରମ୍ଭ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ୱାରା ତରବୋଡ ପ୍ରାଣୀ ଚିକିସôାଳୟ ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ପ୍ରଦର୍ଶନୀକୁ ଜିଲ୍ଲାପାଳ ଉଦ୍ଘାଟନ କରି ୨୧ ଗୋଟି ମାଈ ବାଛୁରୀଙ୍କୁ ଦାନା ଖୁଆଇଥିଲେ । ଗୋପାଳକ ମାନଙ୍କ ଏହି ସଚେତନତା ସଭାରେ ବଲାଙ୍ଗିର କଳାହାଣ୍ଡି ନୂଆପଡା ଦୁଗ୍ଧ ଉତ୍ପାଦକ ସମବାୟ ସଂଘର ସାଧାରଣ ପରିଚାଳକ ଡଃ ରଜନୀକାନ୍ତ ପଣ୍ଡା ସ୍ୱାଗତ ସମ୍ଭାଷଣ ପ୍ରଦାନ ପୂର୍ବକ ସରକାରଙ୍କ ଏହି ବହୁ ଆଦୃତ ଯୋଜନାର ଆଭିମୁଖ୍ୟ ଓ ରୂପରେଖ ସମ୍ୱନ୍ଧରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସଭାର ସଭାପତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସôାଧିକାରୀ ଡଃ ଆଲୋକ କୁମାର ନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସେ ସ୍ୱଳ୍ପ ଖର୍ଚ୍ଚରେ ଉତ୍ତମ ସୁସ୍ୱାଦ ଗୋଖାଦ୍ୟ ପ୍ରଦାନ, ନିରନ୍ତର ସ୍ୱାସ୍ଥ୍ୟ ପରୀକ୍ଷା ଓ ସମୟୋଚିତ ଟିକା ପ୍ରଦାନ ଦ୍ୱାରା ମାଈ ବାଛୁରୀ କିପରି ଭବିଷ୍ୟତରେ ଉତ୍ତମ ଗାଈରେ ପରିଣତ ହେବ ସେଇ ବିଷୟରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳ କୃଷକ ମାନଙ୍କୁ ସମ୍ବୋଧନ କରି ଜିଲ୍ଲାରେ ଗୋପାଳନର ପର୍ଯ୍ୟାପ୍ତ ସୁଯୋଗ ଥିବା ଦର୍ଶାଇଥିଲେ । ଏହାଦ୍ୱାରା ପାରିବାରିକ ତଥା ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେବ । ଲୋକେ ସୁବିଧାରେ ତଟକା ଦୁଧ ପାଇବା ଦ୍ୱାରା ପ୍ରାଣୀଜ ପୃଷ୍ଟି ପାଇ ପାରିବେ । ଏହା ସହିତ ଉଦ୍ୟାନ କୃଷି, ପନିପରିବା ଚାଷ, ଅର୍ଥକାରି ଅଣଧାନ ଚାଷ, ମସô୍ୟ ପାଳନ ମାଧ୍ୟମରେ ରୋଜଗାର ବୃଦ୍ଧି କରିବା ପାଇଁ ପ୍ରୋସôାହିତ କରିଥିଲେ । କୃଷକ ଶ୍ରମିକ ମାନଙ୍କୁ ଏବେ ସୁବିଧାରେ ବ୍ୟାଙ୍କ୍ ମାନେ ଋଣ ଯୋଗାଇ ଦେଉଥିବାରୁ ସମସ୍ତେ ଏହାର ଲାଭ ଉଠାନ୍ତୁ । ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନଯାଇ ଘର ପାଖରେ ମନରେଗା ଯୋଜନାରେ କାମ କରିବା ସହିତ ଏହି ସବୁ ସମନ୍ୱିତ ଚାଷ କରି ସମସ୍ତେ ଲକ୍ଷପତି ହୁଅନ୍ତୁ । ଜିଲ୍ଲାକୁ ସମସ୍ତେ ମିଶି ପ୍ରବାସୀ ଶ୍ରମିକ ମୁକ୍ତ ଜିଲ୍ଲା କରି ପାରିବା ବୋଲି କହିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ କୋମନା ବିଡ଼ିଓ ବିନୟ କୁମାର୍ ଭୋଇ,ତରବୋଡ ସରପଞ୍ଚ ଶ୍ୟାମ ସୁନ୍ଦର ପୃଷ୍ଟି ଉପସ୍ଥିତ ଶତାଧିକ ଚାଷି ମାନଙ୍କୁ ଗୋପାଳନର ଉପଯୋଗୀତା ସମ୍ୱନ୍ଧରେ ବୁଝାଇଥିଲେ । ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିସôାଧିକାରୀ ଡଃ ଶାରଦା ପ୍ରସାଦ ସିଂ ବରିହା ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗୀୟ ଅଧିକାରୀ ଡଃ ଲୀଳାମୟ ସାହୁ, ଡଃ ବିକାଶ ଭୋଇ ଓ ଦୁଗ୍ଧ ଉତ୍ପାଦକ ସଂଘର ଦେବବ୍ରତ ମିଶ୍ର,ସରୋଜ କୁମାର ବେହେରା, ଟିକେଲାଲ ରାଉତ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।