ବ୍ୟାଡ଼ମିଣ୍ଟନ ଚାମ୍ପିଅନ୍ସିପ୍ ଉଦ୍ୟାପିତ

 ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ ଖଡ଼ିଆଳ ଯୁବ ମୋର୍ଚ୍ଚା ପକ୍ଷରୁ ଗତ ତିନିଦିନଧରି ଚାଳିଥିବା ଅନ୍ତଃଜିଲ୍ଲା ଡବଲସ  ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ଉଦଯାପିତ ହୋଇଛି । ୩୫ ବର୍ଷ ବୟସ୍କରୁ କମ ବର୍ଗରେ ଫାଇନାଲ ମ୍ୟାଚରେ ବଲାଙ୍ଗୀରର ମହମ୍ମଦ ଇରଫାନ ଓ ଚିନ୍ମୟ ବେହେରା ଯୋଡି ୨-୧ ସେଟରେ ମହମ୍ମଦ ଆକିବ ଓ ଅଭୟ ସାହୁ ଯୋଡିକୁ ହରାଇ ଚାମ୍ପିୟନ ହୋଇଛନ୍ତି । ସେହିଭଳି ୩୫ ବର୍ଷରୁ ଉର୍ଦ୍ଧ ବୟସ୍କ ବର୍ଗରେ ରିତେଶ ବାବୁ ଓ ବନ ବିହାରୀ ବେହେରା ଯୋଡି ୨-୦ ସେଟରେ ସୁଦୀପ୍ତ ବିଶୋଇ ଓ ଲକ୍ଷ୍ମୀକାନ୍ତ ପୂଜାରୀ ଯୋଡିକୁ ହରାଇ ଚମ୍ପିୟାନ ହୋଇଛନ୍ତି । ଉଦ୍ୟାପନୀ ପୁରସ୍କାର ବିତରଣୀ ଉସôବରେ  ମୁଖ୍ୟଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ,ସମ୍ମାନିତ ଅତିଥିଭାବେ ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା, ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ,ଇଂ ସୌମ୍ୟ କିଶୋର ଜୟପୁରିଆ,ଚିତ୍ରଭାନୁ ସିଂଦେଓ, ସାମ୍ବାଦିକ କୁନୁ କରୁଆଁ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉସôାହିତ କରିଥିଲେ । ପରେ ଅତିଥିମାନେ ଚାମ୍ପିୟନ ଓ ରନର୍ସ ଅପ୍ ଖେଳାଳିମାନଙ୍କୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ଏହି ଉଦ୍ୟାପନୀ ସମାରୋହରେ  ଖଡ଼ିଆଳ ଯୁବ ମୋର୍ଚ୍ଚାର ସଭାପତି ଅଭିଳାଷ ସିଂଦେଓ  ଅଧକ୍ଷତା କରିଥିବା ବେଳେ ସମ୍ପାଦକ ସଞ୍ଜୟ ସେଠି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣେଇଥିଲେ । ସରୋଜ କୁମାର ପଣ୍ଡା, ସୌରଭ ପଣ୍ଡା ଖେଳ ପରିଚାଳନା କରିଥିଲେ  । ଏହି ଟୁର୍ନାମେଣ୍ଟରେ ପ୍ରସନ୍ନ କୁମାର ମାହାନା,ନନ୍ଦ କୁମାର ନାଗ,ରଶ୍ମି ରଞ୍ଜନ ପାଣିଗ୍ରାହୀ, ଆଲୋକ ରଥ, ମାନସ ପତି,ବିଜୁ ସେଠି,ଅଙ୍କିତ ସାହୁ,ଅକ୍ଷୟ ପାଢ଼ୀ,ସେରୁ,ବିବେକ ନାଏକ ପ୍ରମୁଖ ଟୁର୍ନାମେଣ୍ଟରେ ସମ୍ପୂର୍ଣ ସହଯୋଗ କରିଥିଲେ ।