କାମରେ ଆସୁନି ଭ୍ରାମ୍ୟମାଣ ଶୌଚାଳୟ

 ଚିଲିକା : ଓଡିÿଶାର ପ୍ରସିଦ୍ଧ ଶକ୍ତିପିଠ ମଧ୍ୟରେ ବାଣପୁରସ୍ଥିତ ମା’ ଭଗବତୀ ରହିଛି । ଏଠାକୁ ଅନ୍ୟାନ୍ୟ ଜାଗାରୁ କାହିଁ ଦୂରଦୂରାନ୍ତରୁ ଲୋକ ମାନେ ବୁଲିବା ପାଇଁ ଆସୁଛନ୍ତି । ଯଦି ଏପରି ପରିସ୍ଥିତିରେ ଭକ୍ତମାନେ ମୌଳିକ ସୁବିଧାରୁ ବଞ୍ଚôତ ହେଉଥିବା ଅଭିଯୋଗ ହେଉଛି । ମନ୍ଦିରର ଉନ୍ନତୀକରଣ କାର୍ଯ୍ୟ ନିମନ୍ତେ ବାଣପୁର ଏନ୍ଏସି ପକ୍ଷରୁ ନିର୍ମିତ ଶୌଚାଳୟକୁ ଭାଙ୍ଗିଦିଆଯାଇଥିବା ବେଳେ, ଏହି ସ୍ଥାନରେ ଏନ୍ଏସି ପକ୍ଷରୁ ଏକ ଭ୍ରାମ୍ୟମାଣ ଶୌଚାଳୟର ବ୍ୟବସ୍ଥା ହୋଇଛି । ତେବେ ରକ୍ଷଣାବେକ୍ଷଣର ଅଭାବରୁ ଶୌଚାଳୟଟି କୌଣସି କାମକୁ ଆସୁନାହିଁ । ଫଳରେ ରାଜ୍ୟର କୋଣ ଅନୁକୋଣରୁ ପ୍ରତ୍ୟହ ଆସୁଥିବା ହଜାର ହଜାର ଭକ୍ତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଘଟଣାକୁ ଏନ୍ଏସି ଗମ୍ଭୀରତାର ସହ ନେଉନଥିବାରୁ ରାଜ୍ୟର ପ୍ରମୁଖ ଆଧ୍ୟାତ୍ମିକ ପିଠର ଛବି ସର୍ବସାଧାରଣରେ ମଳିନ ହେଉଛି । ଭ୍ରାମ୍ୟମାଣ ଶୌଚାଳୟରେ ଧୂଳିର ଆସ୍ତର ଜମିରହିଥିବା ସହ ଅଳିଆ ଆବର୍ଜନା ପଡିରହିଥିବା ଦେଖିବାକୁ ମିଳିଛି । ଏପରିକି ଏନ୍ଏସି ପକ୍ଷରୁ କୌଣସି କର୍ମଚାରୀକୁ ଏହାର ତଦାରଖ ପାଇଁ ମୁତୟନ କରାଯାଇନାହିଁ । ଫଳରେ ଭକ୍ତମାନେ ଅସିବିଧା ଭୋଗୁଛନ୍ତି ।ତେବେ ଏପରି ସମ୍ବେଦନଶୀଳ ସମସ୍ୟା ପ୍ରତି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଧ୍ୟାନ ଦେଉନାହାନ୍ତି ଯାହାକି ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏ ନେଇ ବାଣପୁର ତହସିଲଦାର ଟି. ପଦ୍ମନାଭ ଦୋରାଙ୍କୁ ଯୋଗାଯୋଗ କରାଯିବାରୁ ସେ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେବେ ବୋଲି କହିଛନ୍ତି । ଯଥାଶୀଘ୍ର ମା’ ଭଗବତୀ ମନ୍ଦିର ନିକଟରେ ଭକ୍ତଙ୍କ ପାଇଁ ଭ୍ରାମ୍ୟମାଣ ଶୌଚାଳୟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ସହ ଏନ୍ଏସି ପକ୍ଷରୁ ତାହାର ନିୟମିତ ତଦାରଖ ପାଇଁ ସାଧାରଣରେ ଦାବି ହେଉଛି ।