ସହର ବିକାଶ ଓ ସ୍ୱଚ୍ଛତା ନେଇ ବିଧାୟକ ଓ ଜିଲ୍ଲାପାଳଙ୍କ ତଦାରଖ
ନବରଙ୍ଗପୁର : ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଏବଂ ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ ନବରଙ୍ଗପୁର ପୌରାଞ୍ଚଳର ସ୍ୱଚ୍ଛତା, ସାହି ରାସ୍ତା, ନାଳ ନିର୍ମାଣ, ରାସ୍ତା ଓସାର, ରିଙ୍ଗ ରୋଡ ଓସାର, ମାଝୀଗୁଡ଼ା ଓ ସୁବାସ ବୋଷ ଛକ, ଚଉଁରିଆଗୁଡା ଟ୍ରାଫିକ୍ ଜଙ୍କସନ, ଅତିରିକ୍ତ ସର୍କିଟ ହାଉସ୍ ନିର୍ମାଣ, ଆମିଷ ବଜାରର ନିର୍ମାଣ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସଂପତ, ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଅଧିକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହନିର୍ମାଣ କେ କନ୍ଧପାନି, ଅଧିକ୍ଷଣ ଯନ୍ତ୍ରୀ ଟି ପି ଏସ ଓ ଡି ଏଲ ସିବେଶ ରାମ ସାହୁ , କାଉନସିଲର ସଦସ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ନନ୍ଦାହାଣ୍ଡି ତହସିଲଦାର ଚନ୍ଦ୍ରଦାସ ମହାନନ୍ଦିଆ ପ୍ରମୁଖ ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ।