ସାନ୍ଧ୍ୟ ଡିଗ୍ରୀ କଲେଜରେ ଷ୍ଟାର୍ଟଅପ୍ ପ୍ରତିଯୋଗିତା

 କେନ୍ଦ୍ରାପଡା : ଗୁଆଲାସିଂ ପଞ୍ଚୟତର ସାନ୍ଧ୍ୟ ଡିଗ୍ରୀ କଲେଜରେ ଦୁଇ ଦିନିଆ କଲେଜସ୍ତରୀୟ ନବସୃଜନ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଆଦ୍ୟାରଶ୍ମି ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ପ୍ରସନ୍ନ ପରିଡା ରାଜ୍ୟ ଉପ ସଭାପତି,ଏମ.ଏସ.ଏମ.ଇ ମୁଖ୍ୟ ଅତିଥି ,ଅବିନାଶ ଦାସ ତନୁମାନସ ଗବେଷଣା ପ୍ରତଷ୍ଠାନର ପ୍ରତିଷ୍ଠାତା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପିଲାମାନଙ୍କୁ ନୂତନତ୍ୱର ପରିପ୍ରକାଶ ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ ।ପରେପରେ ପିଲାମାନଙ୍କ ମଧ୍ୟରେ ନବସୃଜନ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ କାଉନସିଲର ପ୍ରଶାନ୍ତ ବେହେରା ପରିଚାଳନା କରିଥିଲେ ।